-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
07-Aug-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ତେରବେଡା ଗ୍ରାମରେ ଶନିବାର ଅବକାରୀ ବିଭାଗ ଚଢ଼ଉ କରି ୪ କେଜି ଗଞ୍ଜେଇ ସହ ଜଣଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ ଅବକାରୀ ବିଭାଗ କୈାଣସି ସୂତ୍ରରୁ ଖବର ପାଇ ସମ୍ବଲପୁର ଅବକାରୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକାରୀ ବିଷ୍ଣୁ ଚରଣ ମଲ୍ଲିକଙ୍କ ନେତୃତ୍ବରେ ତେରବେଡା ଗ୍ରାମରେ ଚଢ଼ାଉ କରି ଗ୍ରାମରୁ ୪ କେଜି ଗଞ୍ଜେଇ ଜବତ୍ କରି ଗ୍ରାମର ପୂର୍ଣ୍ଣ ନାଗକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଚଢ଼ାଉରେ ସହଉପ ନିରୀକ୍ଷକ ବିନୋଦିନୀ ବେହେରା, ଶୋହନ ବେହେରା , ଶ୍ୟାମ ଭୋଇ , ଦେବ ରଂଜନ ବେହେରା , ଦିଲ୍ଲୀପ କୁମାର ସ୍ବାଇଁ ପ୍ରମୁଖ ସାମିଲ ଥିଲେ