-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
25-Jul-2021
ବରଗଡ଼(ମୁକୁନ୍ଦ ଦାସ) ଆଜି ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ଶବ୍ଦନୃତ୍ୟ କୁ ସାମିଲ କରି ସଂଗୀତ ନାଟକ ଏକାଡେମୀ ସଚିବ ଡ,ପ୍ରବୋଧ ରଥ ଉଦଘାଟନ କରିଛନ୍ତି ! ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଠାରେ ଗୁରୁ ଭଗବାନ ସାହୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ଥାନୀୟ ଆଜାଦ
ଯୁବକ ସଂଘ ତରଫରୁ ଏକ ସଭା ଆୟୋଜନ କରାଯାଇଥିଲା। ସଭା ପ୍ରାରମ୍ଭରେ ରବି କର୍ତ୍ତୀ ଅତିଥି ମାନଙ୍କୁ ମଞ୍ଚ କୁ ଆମନ୍ତ୍ରଣ କରିଥିଲେ। ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଅଧ୍ୟାପକ ଡ,ପ୍ରତାପ ପଧାନ। ଦେବୀ ପୂର୍ଣ୍ଣମାସୀ ଏବଂ ଗୁରୁ ଭଗବାନ ସାହୁ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ଯ ଅର୍ପଣ କରିବା ପରେ ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ ରାମଜୀ ପଧାନ ଙ୍କ ସଭାପତିତ୍ବରେ ଡ,ପ୍ରବୋଧ ରଥ ମୁଖ୍ୟ ଅତିଥି,ବିଜେପୁର ବିଧାୟିକା ରୀତା ସାହୁ, ସଂଗୀତ ନାଟକ ଏକାଡେମୀ ବରଗଡ଼ ଜିଲ୍ଲା ପ୍ରତିନିଧି ତଥା ଗୁରୁ ଭଗବାନ ସାହୁ ଜିଲ୍ଲା ସ୍ମୃତି କମିଟି କାର୍ଯ୍ୟକାରୀ ସଦସ୍ୟ ରବି ରତନ ସାହୁ, ଅଭିନେତ୍ରୀ, ଗବେଷିକା ଡ,ତପସ୍ବିନୀ ଗୁରୁ, ପ୍ରଫେସର ପି.ସି.ପି.ଆର. ନୂଆଦିଲ୍ଲୀ ଡ.ସୁଜିତ ପୃଷେଠ, ଅଭିନେତା ନିର୍ଦ୍ଦେଶକ ପ୍ରଦୀପ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମସ୍ତ ଅତିଥି ଙ୍କୁ ପୁଷ୍ପମାଲ୍ଯ ଅର୍ପଣ ପରେ ମୁଖ୍ୟ ଅତିଥି ,ବିଧାୟିକା ଏବଂ ରବିରତନ ସାହୁ ଙ୍କୁ ଆଜାଦ ଯୁବକ ସଂଘ ତରଫରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଗୁରୁ ଭଗବାନ ସାହୁ ଙ୍କ ରଚିତ ପ୍ରାମାଣିକ ପୁସ୍ତକ ଭାରତୀୟ ନୃତ୍ୟ କଳା ରେ ଶବ୍ଦନୃତ୍ୟ ପୁସ୍ତକ ରଚନା ପରେ ତାଙ୍କ ଶିକ୍ଷାରେ ଗୁରୁ ଙ୍କ ପଟ୍ଟ ଶିଷ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ) ପରବର୍ତ୍ତୀ ସଂସ୍କରଣ ରଚନା ସଂପୂର୍ଣ୍ଣ କରିଥିବାରୁ ମୁଖ୍ୟ ଅତିଥି ଡ,ପ୍ରବୋଧ ରଥ ଗୁରୁ ଭାଗବତ ପଧାନ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ ଏବଂ ଶବ୍ଦନୃତ୍ୟ ପୁସ୍ତକର ପ୍ରକାଶ ଏବଂ ପ୍ରଚାର ର ଦାୟିତ୍ବ ସଂଗୀତ ନାଟକ ଏକାଡେମୀ ନେବାର ଘୋଷଣା କରିବା ସହିତ ସମସ୍ତ ଅତିଥି ସାରା ଜୀବନ ତ୍ୟାଗ, କଳା ସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ଗୁରୁ ଭଗବାନ ସାହୁ ଙ୍କ ସ୍ମୃତି ରକ୍ଷା ପାଇଁ ଅଧିକ କାର୍ଯ୍ୟକ୍ରମ କରାଯିବାକୁ ସଭାରେ ମତପ୍ରକାଶ ପାଇଥିଲା । ଶବ୍ଦନୃତ୍ୟ ଶିକ୍ଷା ପାଇଁ ଜଣେ ଗୁରୁ ଙ୍କୁ ମାସିକ ପାଞ୍ଚ ହଜାର ଟଙ୍କା ଏବଂ ଦଶ ଜଣ ଛାତ୍ର ଙ୍କୁ ଜଣପିଛା ପନ୍ଦର ଶହ ଟଙ୍କା ପ୍ରଦାନ କରାଯିବାକୁ ଡ,ରଥ ଘୋଷଣା କରିଥିଲେ ! ଗୁରୁ ଭଗବାନ ସାହୁ ଙ୍କ ଶିଷ୍ୟ ଗଦାଧର ବରିହା ଶବ୍ଦନୃତ୍ୟ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମର ଭିଜୁଆଲ ପଲ୍ଲବୀ ହୋତା ଓ ତାଙ୍କ ଦଳ ପ୍ରସ୍ତୁତ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଲୁଲୁରବିନ ଦାସ,
ଦଧିବାମନ ଶତପଥୀ, ତୁଳସୀ ଚରଣ ଦାଶ, ଭୁବନ ଭୋଇ, ଶିବାନନ୍ଦ ମଟାରୀ, ଉଦ୍ଧବ ବେହେରା, ମହେନ୍ଦ୍ର ମେହେର, ହର୍ଷ ବେହେରା, ସୀତାରାମ ସାହୁ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଆଜାଦ ଯୁବକ ସଂଘ ସଭାପତି ମନୋଜ କୁମାର ଦାଶ, ସଂପାଦକ ସୁମନ୍ତ କୁମାର ବାରିକ, ସେବାନନ୍ଦ ନାଏକ, ସୁଦାମ ପ୍ରଧାନ, ରାକେଶ ବିଶ୍ବାଳ, ଗୋପବନ୍ଧୁ ସାହୁ, ଧୀରେନ୍ଦ୍ର ସାହୁ, ଦୀନବନ୍ଧୁ ସାହୁଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଆସନ୍ତା ଦିନରେ ଗୁରୁ ଭଗବାନ ସାହୁ ଙ୍କ ସ୍ମୃତି ରକ୍ଷା ପାଇଁ ସମସ୍ତ
କାର୍ଯ୍ୟକ୍ରମ ଆଜାଦ ଯୁବକ ସଂଘ ହାତକୁ ନେଇଥିବାରୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଙ୍କ ସମେତ ଉପସ୍ଥିତ ଭଦ୍ରମଣ୍ଡଳୀ ଉଚ୍ଚ ପ୍ରଶଂସା କରିଥିଲେ । ଶେଷରେ ଅଭିନେତା ସେବାନନ୍ଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।। ଯୁବକ ସଂଘ ହାତକୁ ନେଇଥିବାରୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଙ୍କ ସମେତ ଉପସ୍ଥିତ ଭଦ୍ରମଣ୍ଡଳୀ ଉଚ୍ଚ ପ୍ରଶଂସା କରିଥିଲେ । ଶେଷରେ ଅଭିନେତା ସେବାନନ୍ଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।।