-+91-9937148622 |

prerana_bgr@rediffmail.com |

  Thursday 30th July 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   (29-Jul-2026)       ||      ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   (29-Jul-2026)       ||      ଗୁରୁ ପୁର୍ଣିମା ଦିବସ ପାଳିତ    (29-Jul-2026)       ||      ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର   (29-Jul-2026)       ||      *କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   (29-Jul-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ପାଳିତ*- --   (29-Jul-2026)       ||      *ସାଂସ୍କୃତିକ ପଏଁରୀ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ*-   (29-Jul-2026)       ||      କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଓ ସାର୍ବଭୌମ ଆଧ୍ୟାତ୍ମିକ ଦିବସ ମହାସମାରୋହରେ ପାଳିତ   (29-Jul-2026)       ||      *ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ପୋଡ଼ାଗଡ ଜାତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଆରମ୍ଭ*   (29-Jul-2026)       ||      ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ଆୟୋଜନରେ ଗଗନ ସ୍ବାଇଁ ସ୍ମାରକୀ ବକ୍ତୃତା   (28-Jul-2026)       ||      "ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ"   (28-Jul-2026)       ||      ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୬ ପାଳନର ପୂର୍ବ ପ୍ରସ୍ତୁତି ବୈଠକ    (28-Jul-2026)       ||      ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତା♦️ ମୁଖ୍ୟ ଡ୍ର ରେ ପହଂଚିଲେ ବାପୁନ ରାଉତ ଓ ଜୟକୃଷ୍ଣ ଗର୍ଡିଆ ବାଳିକା ଡବଲ୍ସ ରେ ସ୍ୱାତୀ ଓ ନିମିସା   (28-Jul-2026)       ||      ଖବର ଆଜିର* ତାରିଖ:୨୮/୦୭/୨୬, ମଙ୍ଗଳବାର   (28-Jul-2026)       ||      ଜନନେତା ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ, ଜନ ସମୁଦ୍ର ପାଲଟିଲା ସୋହେଲା.ଜନସାଧାରଣଙ୍କ ଆଖିରେ ଲୁହ, ୭ କି.ମି. ବ୍ୟାପୀ ଶୋକ ଶୋଭାଯାତ୍ରା. ସାମିଲ ହେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (28-Jul-2026)       ||      ଲୋଇସିଂହା ବ୍ଲକ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (28-Jul-2026)       ||      ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||     

HOME   ଜିଲ୍ଲା

ମନ୍ତ୍ରୀ ଙ୍କ ମନମୂଖୀ ଶାସନ ବରଦାସ୍ତ କରାଯିବନି: କୋଶଳ ସେନା କାର୍ଯ୍ୟକର୍ତାଙ୍କୁ ଗିରଫ ନେଇ ରାସ୍ତା ଅବରୋଧ, ଆଗାମୀ ଦିନରେ ତୀଵ୍ର ଆନ୍ଦୋଳନ ଚେତାବନୀ

25-Jul-2021



ସଇଁତଳା (ପ୍ରେରଣା ଖବର) : ନିଜ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟସେବା ପରି ଗୁରୁତ୍ୱପୂର୍ଣ୍ଣ ତଥା ଆଇନ ଶୃଙ୍ଖଳା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ନିଜ ସ୍ଵାମୀଙ୍କ ମୃତ୍ୟୁ ପରେ   ଅନୁକମ୍ପାମୁଳକ ଭୋଟ ପାଇ ଟିଟିଲାଗଡ ବିଧାୟିକା ହୋଇ ଥିଲେ ଟୁକୁନି ସାହୁ l ନିଜ ଅଞ୍ଚଳରେ ଲାଗି ରହିଥିବା ଜିଲ୍ଲା ମାନ୍ୟତା ଦାବୀ, ସର୍ବନିମ୍ନ ମୌଳିକ ସୁବିଧାସୁଯୋଗରୁ ବଞ୍ଚିତ କରି ରଖି କେବଳ କୋଟି, କୋଟି ଟଙ୍କାର ଭିତିପ୍ରସ୍ତର ସ୍ଥାପନ ଉଦଘାଟନ କରିଦେଇ ମିଥ୍ୟା ବାହାବାହା ନେବାରେ ବ୍ୟସ୍ତ ବୋଲି ଗୁରୁତର ଅଭିଯୋଗ ହୋଇଆସୁଛି । ଇତି ମଧ୍ୟରେ ୧୫ ଦିନ ଭିତରେ ବର୍ତ୍ତମାନ ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି  ସାହୁଙ୍କୁ ଦୁଇ ଥର କଳା ପତାକା ପ୍ରଦର୍ଶନ କରି  ବିରୋଧ ସହ ଦିନ କୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇଚାଲିଛି । ଏପରି କି ତାଙ୍କ ନିର୍ବାଚନ ମଣ୍ଡଳୀ ଟିଟିଲାଗଡ ସହରରେ ପାନୀୟଜଳ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା, ଗମନା ଗମନ, ଟ୍ରାଫିକ ସମସ୍ୟା, ଆଇନ ଶୃଙ୍ଖଳା ପରିସ୍ଥିତି, ଶିକ୍ଷା ବ୍ୟବସ୍ଥା, ପୌରପରିଷଦର ବିଭିନ୍ନ ସମସ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ସେ ସବୁ ଜାଣି ରାଜନୀତିରେ ନିଜ କ୍ଷମତା ପାଇଁ ବ୍ୟସ୍ତ ରହିବା  ଅଭିଯୋଗ ହେଉଛି । ସରକାରୀ ଅର୍ଥ ଖର୍ଚ୍ଚ କରି ପରିତ୍ୟକ୍ତ ଅବସ୍ଥାରେ କେବଳ ଟଙ୍କା ପ୍ରିୟାପ୍ରୀତି ନୀତି କରି ବର୍ବାଦ କରିବା ସାର ବୋଲି  ପୂର୍ବତନ ସଇଁତଳା ବିଧାୟକ, କଂଗ୍ରେସ ନେତା ତଥା ପୂର୍ବତନ ଜଙ୍ଗଲମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଅଭିଯୋଗ କରିଛନ୍ତି । କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ନେତା ଠିକାଦାର ମାଲାମାଲ ହେବା ବେଳେ ଟିଟିଲାଗଡର ବିଭିନ୍ନ ପୁନରୁଦ୍ଧାର କାମ ଦର୍ଶାଇ ଏକାଧିକ କାର୍ଯ୍ୟକ୍ରମରେ ଅର୍ଥ ଶ୍ରାଦ୍ଧ କରାଯିବା ସାର ହେଉଛି  । ଏପରି କି ପରିମଳ ପରି ସର୍ବନିମ୍ନ ସୁବିଧା ନଥିବା ହାଟପଦା ରେଳ ଅଣ୍ଡରବ୍ରିଜ ବା ଭୂତଳ ପୋଲ ନିର୍ମାଣ ନ କରି ତାଙ୍କ ସ୍ବାମୀଙ୍କୁ ହାଟପଦାର ଅଭିଯୁକ୍ତ ମାନେ ହତ୍ୟା କରିଥିବାରୁ ରେଳ ଫାଟକ ବନ୍ଦ କରିଦେଇ ଥିବା କଥା ଉଭୟ କଂଗ୍ରେସ ତଥା ବିଜେପି ଦଳ ତରଫରୁ ଗୁରୁତର ଅଭିଯୋଗ ହୋଇଛି । ପୂର୍ବତନ ଟିଟିଲାଗଡ ନଗରପାଳ ଶ୍ରୀ ଶୁଭ୍ରାଂଶୁ ଦାସଙ୍କ ସମୟରେ ହୋଇଥିବା ରାସ୍ତାଘାଟ ବର୍ତ୍ତମାନ ସୁଦ୍ଧା ଲୋକେ ବ୍ୟବହାର କରିବା ଓ ନିମ୍ନ ମାନର କାମ ଦର୍ଶାଇ କେବଳ ଅର୍ଥ ବର୍ବାଦ କରାଯାଉଛି ବୋଲି ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ, ଆବାସ ଯୋଜନାରେ କୋଶଳାଞ୍ଚଳକୁ ଅବହେଳା  କରାଯିବା ନେଇ କୋଶଳ ସମନ୍ୱୟ ସମିତି ତରଫରୁ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ  ପ୍ରତିବାଦ କରିବା ମାମଲlରେ କୋର୍ଟ ଚାଲାଣ ଉଦ୍ୟମରେ ରାଜନୈତିକ ଚାପ ପ୍ରୟୋଗ କରା କରାଯାଉଥିବା ନେଇ ସଇଁତଲାରେ ରାସ୍ତାରୋକ କରି ଧାରଣା ଦିଆଯାଇଥିଲା ।  ଏଥିରେ କୋଶଳାଞ୍ଚଳକୁ ଅଣଦେଖା କରାଯାଇଛି। ଏଥିସହ କୋଶଳାଞ୍ଚଲକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ନେଇ ଏକ ୬ ଦିନିଆ ପଦଯାତ୍ରା ଆରମ୍ଭ କୋଶଲ ସମନ୍ୱୟ ସମିତି ପକ୍ଷରୁ କରାଯାଇଥିବା ବେଳେ ଗତ ଶନିବାର ଉକ୍ତ ସମିତି କାର୍ଯ୍ୟକର୍ତା ବରଗାଁ ଠାରେ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ ।
  ସନ୍ଧ୍ୟାରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଭୁବନେଶ୍ୱର ରୁ ଟିଟିଲାଗଡ଼କୁ ଆସୁଥିବା ବେଳେ ସେହି ସମୟରେ କୋଶଳ ସେନା ମାନେ ଶ୍ରୀମତି ସାହୁଙ୍କୁ ଅଟକାଇ ତୀବ୍ର ବିରୋଧ କରିଥିଲେ। କିଛି ସମୟ ପର୍ଯ୍ୟନ୍ତ ମନ୍ତ୍ରୀ ଓ କୋଶଳ ସେନାଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ମନ୍ତ୍ରୀ ଶ୍ରୀମତୀ ସାହୁ ଗାଡିରୁ ଓହ୍ଲେଇ ଆଲୋଚନା କରିଥିଲେ, ହେଲେ କିଛି ସମାଧାନ ହୋଇନଥିଲା। ପରେ ଖବର ପାଇ ସଇଁନ୍ତଳା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି କୋଶଳ ସେନାର ଯୁବକ ମାନଙ୍କୁ ଗତକାଲି ସନ୍ଧ୍ୟାଠାରୁ ଥାନାରେ ଗିରଫ କରି ଅଟକ ରଖି ତାଙ୍କୁ କୋର୍ଟ ଚାଲାଣ କରିବା କୁ ଯାଉଥିବା ଚର୍ଚ୍ଚା ହୋଇଥିଲା । ସକାଳେ ସ୍ଥାନୀୟ ଜନସାଧାରଣ ମାନେ କୋଶଳ ସେନାଙ୍କୁ ଗିରଫ କରିଥିବା ବେଳେ ବିରୋଧ କରିଥିଲେ । ପରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବିଜେପି ନେତା ମହେନ୍ଦ୍ର ଠାକୁର, ରାଜେଶ ସାହୁ, କଂଗ୍ରେସ ଦଳ ବ୍ଲକ୍ ସଭାପତି ଗୁଣ ସାଗର ମାଝୀ, ଦେବେନ୍ଦ୍ର ଯୋଶୀ, ଦୀପକ ଅଗ୍ରୱାଲ, ବୁବୁନ ପାଣିଗ୍ରାହୀ ସମେତ ଶତାଧିକ  ସଂଗଠକ 

କୋଶଳ ସେନାଙ୍କୁ ସମର୍ଥନ କରି ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ। ପରେ ଘଟଣାସ୍ଥଳରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ ପହଞ୍ଚି ବୁଝାସୁଝା କରିବା ପରେ ଜାତୀୟ ରାଜପଥ ଅବରୋଧ ହଟିଥିଲା। ପରେ କୋଶଳ ସେନାଙ୍କୁ ମଧ୍ୟ ଛାଡି ଦିଆଯାଇଥିବା ଜଣା ପଡିଛି । ଏହି ଅବରୋଧ ସମୟରେ ମନ୍ତ୍ରୀ ଙ୍କ ମନମୂଖୀ କାର୍ଯ୍ୟକଳାପ ସହ ରାଜନୈତିକ ଇଚ୍ଛା ଶକ୍ତି ର ଅଭାବ ଓ ଅବହେଳା ଯୋଗୁଁ ଅଞ୍ଚଳରେ ସାଧାରଣରେ  ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି ବୋଲି ଅଭିଯୋଗ କରାଯାଇଛି । ଆଗାମୀ ଦିନରେ ଏ ନେଇ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି  ।


News Comment




Photo in News

Advertisment
Lastest News
  ଜିଲ୍ଲା  
କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   29-Jul-2026
  ରାଜ୍ୟ  
ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   29-Jul-2026
  ଜିଲ୍ଲା  
ଗୁରୁ ପୁର୍ଣିମା ଦିବସ ପାଳିତ   29-Jul-2026
  ଜିଲ୍ଲା  
ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର   29-Jul-2026
  ଜିଲ୍ଲା  
*କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   29-Jul-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ପାଳିତ*- --   29-Jul-2026
  ଜିଲ୍ଲା  
*ସାଂସ୍କୃତିକ ପଏଁରୀ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ*-   29-Jul-2026
  ଜିଲ୍ଲା  
କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଓ ସାର୍ବଭୌମ ଆଧ୍ୟାତ୍ମିକ ଦିବସ ମହାସମାରୋହରେ ପାଳିତ   29-Jul-2026
  ଜିଲ୍ଲା  
*ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ପୋଡ଼ାଗଡ ଜାତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଆରମ୍ଭ*   29-Jul-2026
  ଜିଲ୍ଲା  
ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ଆୟୋଜନରେ ଗଗନ ସ୍ବାଇଁ ସ୍ମାରକୀ ବକ୍ତୃତା   28-Jul-2026
  ଜିଲ୍ଲା  
"ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ"   28-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୬ ପାଳନର ପୂର୍ବ ପ୍ରସ୍ତୁତି ବୈଠକ   28-Jul-2026

You Might Also Like