-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
07-Dec-2025
କଣ୍ଟାମାଳ(ଜୟ କୁମାର ମହାରଣା): ମନମୁଣ୍ଡା ଥାନା ଜୋଗୀନ୍ଦ୍ରପୁର-ଦମା ମୁଣ୍ଡା ରାସ୍ତାର ଗୋହିପିଟା ନିକଟରେ ରବିବାର ସକାଳ 8 ଘଣ୍ଟା ସମୟରେ ଜଣେ ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି l ଖବର ପାଇବା ପରେ ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ମୃତଦେହଟି ମନମୁଣ୍ଡା ଥାନା ଦମାମୁଣ୍ଡା ଗ୍ରାମର କୈବଲ୍ୟ ପ୍ରଧାନଙ୍କ ବୋଲି ସୂଚନା ମିଳିଛି | ପରିବାର ଲୋକେ ମଧ୍ୟ ଚିନ୍ହଟ କରିଛନ୍ତି | କୈବଲ୍ୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି | କିଏ ଓ କାହିଁକି କୈବଲ୍ୟଙ୍କୁ ହତ୍ୟା କରିଛି ପୋଲିସର ତଦନ୍ତ ପରେ ଜଣା ପଡ଼ିବ ବୋଲି ଆଶା କରାଯାଉଛି l