-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
06-Dec-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡିଆ ଠାରେ ୬୩ ତମ ହୋମ ଗାର୍ଡ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି l ଏହି ଅବସର ରେ ମୁଖ୍ୟ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଯୋଗ ଦେଇ ମହା ମହିମ ରାଷ୍ଟ୍ରପତି , ମହାମହିମ ରାଜ୍ୟପାଳ , ମାନ୍ୟବର ମୁଖ୍ୟ ମନ୍ତ୍ରୀ, ରାଜ୍ୟ ହୋମ ଗାର୍ଡ ମହା ନିର୍ଦ୍ଦେଶକ ଙ୍କ ବାର୍ତ୍ତା ପଠନ କରିଥିଲେ l ସ୍ବତନ୍ତ୍ର ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ , ସହକାରୀ ନିର୍ଦେଶକ ପ୍ରସିକୁସନ୍ ଶ୍ରୀ ହିମାଂଶୁ ପଣ୍ଡା, ପି ପି ମଧୁମିତା ଅମାତ୍ୟ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡି ଏସ ପି ପ୍ରତାପ ଚନ୍ଦ୍ର ରଣା, ଡି ଏସ ପି ରେଣୁକା ସୁନା, ଡି ଏସ ପି ଚନ୍ଦ୍ର ଶେଖର ଶବର, ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସୋନପୁର ଥାନା ଅଧିକାରୀ ତାପସ ଭୋଇ ଯୋଗ ଦେଇଥିଲେ l
ଜିଲ୍ଲାର ଶ୍ରେଷ୍ଠ ଗୃହରକ୍ଷୀ ଭାବରେ ଜିବର୍ଦ୍ଧନ ଗହିର ଓ ଦୁର୍ଯ୍ୟୋଧନ କଲେତ ଙ୍କୁ ଏସପି ନାରାୟଣ ନାୟକ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରା ଯାଇଥିଲା l