-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ଜିଲ୍ଲା

ପଂଜୀକରରଣରୁ ବାଦ ପଡ଼ିଥିବା ଚାଷୀଙ୍କ ଆସିଲା ଟୋକନ୍; ୫୦ ଦିନର ତାଲା ଦେବା ପରେ ଖୋଲିଲା ଝିଲିମିଣ୍ଡା ପ୍ୟାକ୍ସ ତାଲା

05-Dec-2025



ଅତାବିରା(ଆକାଶ ମିଶ୍ର): ପାରିବାରିକ ବଂଶାବଳୀ ଭଳି ଜଟିଳ ଚାଷୀ ପଂଜୀକରଣ ବ୍ୟବସ୍ଥା ଯୋଗୁଁ ବାଦ ପଡ଼ିଥିବା ଥିବା ୫ହଜାର ଚାଷୀ ଚାଷୀଙ୍କ ଟୋକନ ଆସିବାରେ ଲାଗିଛି। ଅତାବିରା ବ୍ଳକରେ ଝିଲିମିଣ୍ଡା ପ୍ରାଥମିକ କୃଷି ସେବା ସମିତିର ୪୮୨ ଜଣ ବାଦ ପଡ଼ିଯାଇଥିବାରୁ ଚାଷୀମାନେ ପତ୍ରାପାଲିସ୍ଥିତ ଅଫିସରେ ତାଲା ପକାଇଥିଲେ। ଗତ ଅଗଷ୍ଟରୁ ୨ଟି ପର୍ଯ୍ୟାୟ ରେ ୫୦ ଦିନ ତାଲା ପଡ଼ିଥିଲା। ଗତ କାଲି ପାଖାପାଖି ୩୦ ପ୍ରତିଶତ ଚାଷୀଙ୍କ ଟୋକନ ଆସିଥିବାରୁ ପ୍ରଶାସନିକ ଅଧିକାରୀ ପତ୍ରାପାଲିକୁ ଆସି ଚାଷୀଙ୍କ ସହ ଗୁରୁବାର ଆଲୋଚନା କରିବା ପରେ ବନ୍ଦ ପଡ଼ିଥିବା ତାଲା ଖୋଲିଛି। ଉପଜିଲ୍ଲାପାଳ ତଥା ଅତାବିରା ଆରଏମସି ଅଧ୍ୟକ୍ଷ ପ୍ରସନ୍ନ କୁମାର ପାଣ୍ଡେ, ଡ଼ିଆର୍ସିଏସ୍ ଯୁଗଳ କିଶୋର ଦାଶ, ସିଏସ୍ଓ ବ୍ୟୋମକେଶ ମାଝି, ଆରଏମ୍ସି ଭାରପ୍ରାପ୍ତ ସଂପାଦକ ଅଙ୍କିତ ପଣ୍ଡା ପତ୍ରପାଲି ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ। ପତ୍ରପାଲି ମାର୍କେଟ୍ ୟାର୍ଡରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ସଭାପତି ବୀରେନ୍ଦ୍ର କରଙ୍କ ଉପସ୍ଥିତିରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ପ୍ରକାଶ ଯେ, ଝିଲିମିଣ୍ଡା ପ୍ୟାକ୍ସ ଅଧିନସ୍ଥ ବୁଗବୁଗା ଓ ଜହ୍ନାପଡ଼ା ମୌଜାରେ ଚକବନ୍ଦି ଜମି ବନ୍ଦୋବସ୍ଥ ଯୋଜନା ଲାଗୁ ହୋଇ ନାହିଁ। ଚାଷୀ ପଂଜୀକରଣ ସମୟରେ ବଂଶାବଳୀ, ପରିବାର ଅନ୍ୟ ହକଦାରଙ୍କ ସହମତି ପତ୍ର ବ୍ୟାଧ୍ୟତା କରାଯାଇଥିଲା। ଯାହାକୁ ନେଇ ରାଜ୍ୟ ସାରା ଚାଷୀଙ୍କ ମଧ୍ୟରେ ଆକ୍ରୋଶ, ପ୍ରତିକ୍ରିୟା ଦେଖା ଦେଇଥିଲା। ଶେଷରେ ଅଗଷ୍ଟ ୧୮ ତାରିଖ ସେଲ୍ଫ ଡ଼ିକ୍ଳୋଦରେସନ୍ କରିହେବା ନେଇ ସରକାର ନିୟମ ଆଣିଥିଲେ। ଅଗଷ୍ଟ ୨୫ ତାରିଖ ସରଭର୍ ଡ଼ାଉନ୍ ହୋଇଯିବାରୁ ଏତେ ସଂଖ୍ୟକ ଚାଷୀକରଣରୁ ବାଦ ହୋଇଯାଇଥିଲେ। ଝିଲିମିଣ୍ଡାର ୩,୪୪୩ ଜଣ ଚାଷୀଙ୍କ ପଂଜୀକରଣ ହୋଇପାରିଥିବା ବେଳେ ବାଦ ପଡ଼ିଯାଇଥିବା ୪୮୨ ଜଣଙ୍କ ତାଲିକା ଉପରିସ୍ଥ ଅଧିକାରୀଙ୍କୁ ପଠାଯାଇଥିଲା। ଏହି ସମସ୍ୟା ଯୋଗୁଁ ଜିଲ୍ଲାସାରା ୫ ହଜାର ଚାଷୀ ବାଦ ପଡ଼ିଯାଇଥିଲେ। ଚାଷୀଙ୍କ ପଂଜୀକରଣ ନ ହେବାରୁ ପତ୍ରାପାଲି ଚାଷୀମାନେ ଅଗଷ୍ଟ ୨୬ ତାରିଖରୁ ତାଲା ପକାଇଥିଲେ। ଅନ୍ୟ ଚାଷୀଙ୍କ ସାର, ଋଣ ପରିଶୋଧ ନେବା ପାଇଁ ୧୮ ସେପ୍ଟେମ୍ବରରୁ ୨୭ ଅକ୍ଟୋବର ପର୍ଯ୍ୟନ୍ତ ଚାଷୀମାନେ ତାଲା ଖୋଲିଥିଲେ। ପଂଜୀକରଣରୁ ବାଦ ପଡ଼ିଯାଇଥିବା ଜିଲ୍ଲାର ପାଖାପାଖି ୫ ହଜାର ଚାଷୀଙ୍କ ପଂଜୀକରଣ କରିବା ନେଇ ସଂଯୁକ୍ତ କୃଷକ ସଂଗଠନ ଆହ୍ବାନକ୍ରମେ ବିଭିନ୍ନ ଚାଷୀ ସଂଗଠନ ଯୋଗ ଦେଇ ଗତ ମାସ ୧୧ ଦିନ ଧରି ଜିଲ୍ଲାପାଳଙ୍କ ସମ୍ମୁଖରେ ଦିନରାତି ଧାରଣ ଦେଇ ପ୍ରତିବାଦ କରିଥିଲେ। ସବୁ ବିଧାୟକ ଯାଇ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଶେଷରେ ଅତାବିରା ନିହାର ମହାନନ୍ଦ ବାଦ ପଡ଼ିଯାଇଥିବା ଚାଷୀଙ୍କ ପଂଜୀକରଣ ହେବା ନେଇ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଚାଷୀଙ୍କ ଦାବି ଆଗରେ ସରକାର ମୁ୍ଣ୍ଡ ନୁଆଇଁ ଟୋକନ ଇସ୍ୟୁ କରିଲା। ଗତ କାଲି କିଛି ଚାଷୀଙ୍କ ଟୋକନ ଆସିବା ପରେ ଗୁରୁବାର ପ୍ରଶାସନିକ ଅଧିକାରୀ ପତ୍ରାପାଲି ଯାଇ ଚାଷୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଚାଷୀଙ୍କ ଦାବିକୁ ସରକାରଙ୍କ ପାଖରେ ପହଂଚାଇଥିବାରୁ ଚାଷୀ ସଂଗଠନ, ପ୍ରଶାସନକୁ ଗ୍ରାମବାସୀ ଧନ୍ୟବାଦ ଜଣାଇଥିଲେ। ବ୍ୟବସ୍ଥିତ ଧାନ ସଂଗ୍ରହ ପାଇଁ ମାର୍କେଟ୍ ୟାର୍ଡ ଚାଷୀ କମିଟି ଗଠନ କରି କ୍ରମିକ ଅନୁସାରେ ଧାନ ବିକ୍ରି ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଥିଲେ। ଆଗାମୀ ଦିନରେ ଏପରି ପରିସ୍ଥିତି ଯେପରି ନ ଉପୁଜେ ସେ ନେଇ ଆଗୁଆ ତତ୍ବର ହେବାକୁ ଚାଷୀ ଅଧିକାରୀମାନେ ଅପିଲ୍ କରିଥିଲେ। ଓଡ଼ିଶା ରାଜ୍ୟ କୃଷକ ସଂଗଠନ ସଭାପତି ବୀରେନ୍ଦ୍ର କର ବାଦ ପଡ଼ିଯାଇଥିବା ଚାଷୀଙ୍କୁ ସୁଯୋଗ ଦେଇଥିବାରୁ ବିଧାୟକ ନୀହାର ମହାନନ୍ଦ ସମେତ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଚାଷୀଙ୍କ ଧାନ ତୁରନ୍ତ ଉଠାଇବାକୁ ଦାବି କରି ଥିଲେ। ଆଲୋଚନା ବେଳେ ଝିଲିମିଣ୍ଡା ପେକ୍ସ ସଭାପତି ହରେକୃଷ୍ଣ ପ୍ରଧାନ, ଚାଷୀ ଯୁଗଳ ସିଂ, ଆଶୁତୋଷ ଗେଜୋ, ନରସିଂହ ଗେଜୋ, ଭଗବାନ ପ୍ରଧାନ, କୁଳମଣି ସାହୁ, ଚୈତନ୍ୟ କର୍ଣ୍ଣ ପ୍ରମୁଖ ଯୋଗ ଦେଇଥିଲେ। ସଭାପରେ ୫୦ ଦିନ ତାଲା ପଡ଼ିଥିବା ପେକ୍ସ କାର୍ଯ୍ୟାଳୟ ଚାଷୀଙ୍କ ଉପସ୍ଥିତିରେ ଅଧିକାରୀମାନେ ତାଲା ଖୋଲିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like