-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
03-Dec-2025
କୋଦଳା(ପ୍ରେରଣା ଖବର): ଗଞ୍ଜାମ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ସାମ୍ବାଦିକ ଭଗବାନ ପାଢୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବଡ଼ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ।ବୁଧବାର ଏନେଇ କୋଦଳା ଥାନାରେ ପହଞ୍ଚି ତଦନ୍ତ ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଗଠନ ହୋଇଛି ସ୍ବତନ୍ତ୍ର ଟିମ। ଅତି ନିକଟରେ ଗିରଫ ହୋଇ ପାରନ୍ତି ଅଭିଯୁକ୍ତ। ଘଟଣା ଘଟାଇବା ପରଠୁ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ସେମାନଙ୍କୁ ଧରିବାକୁ ପୋଲିସ ଜାଲ ବିଛାଇଛି। ସେପଟେ କୋଦଳା ଏନଏସି କାର୍ଯ୍ଯାଳୟରୁ ସିସିଟିଭି ଫୁଟେଜ ଗାଏବ୍ ଘଟଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏସପି। ସିସିଟିଭି ହାର୍ଡ ଡିସ୍କ ଜବତ କରି ତଦନ୍ତ କରାଯାଉଛି। ଘଟଣାରେ ଯେଉଁ ମାନଙ୍କର ସଂପୃକ୍ତି ଥିବ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସଡିପିଓ ସୁଜିତ କୁମାର ନାୟକ। ସୂଚନା ଅନୁଯାୟୀ ଗତ ୨୮ ତାରିଖରେ କୋଦଳା ଏନଏସି କାର୍ଯ୍ଯାଳୟରେ ଟେଣ୍ଡର ଫିକ୍ସିଂକୁ ନେଇ ପ୍ରତିବାଦ କରିଥିଲେ ସାମ୍ବାଦିକ ଭଗବାନ ପାଢୀ। ଏହି ସମୟରେ କୋଦଳା ଏନଏସି କାର୍ଯ୍ଯାଳୟ ପରିସରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁବୃର୍ତ୍ତ। ଖୋଦ୍ ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଓ କାର୍ଯ୍ଯ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଙ୍କ ପ୍ରରୋଚନାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ କୋଦଳା ଥାନାରେ ଏତଲା ଦେଇଥିଲେ ସାମ୍ବାଦିକ ଭଗବାନ ପାଢୀ। ଜିଲ୍ଲାର ବହୁ ସଂଖ୍ୟାରେ ସାମ୍ବାଦିକ ମାନେ ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ତ୍ବରିତ କାର୍ଯ୍ଯାନୁଷ୍ଠାନ ପାଇଁ କୋଦଳା ଥାନାର ଦ୍ବାରସ୍ଥ ହୋଇଥିଲେ।