-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
03-Dec-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ଆଜି ଅଚାନକ ଗସ୍ତ କରି ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟ, ଆରଏମସି ମଣ୍ଡି, ଶୁଖା ପେକ୍ସ ବୁଲି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ଓ ମଣ୍ଡି ର ପ୍ରସ୍ତୁତି ଉପରେ ତଦାରଖ କରିଥିବା ଜଣାଯାଇଛି। ଆରଏମସି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡ.ସାହୁ ଶୁଖା ପେକ୍ସ ବୁଲି ଦେଖିଥିଲେ। ସେଠାରେ ଶୁଖା ସବ୍ ମାର୍କେଟ ୟାର୍ଡ଼ ଇନଚାର୍ଜ ଶାସ୍ତ୍ରୀଲାଲ ସାହୁ ଓ ୟାର୍ଡ଼ ମେନ ସୁରେଶ ପୁଟେଲ କୌଣସି ସୁଚନା ନ ଦେଇ ଅନୁପସ୍ଥିତ ଥିବା ଯୋଗୁଁ ତୁରନ୍ତ କାରଣ ଦର୍ଶାଅ ନୋଟିସ ଓ ଶୃଂଖଳା ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଡ.ସାହୁ ନିର୍ଦ୍ଦେଶ ଦେଇଥିଲେ l ଜିଲ୍ଲାପାଳ ଡ.ସାହୁଙ୍କ ବିନା ସୁଚନାରେ ଅଚାନକ ଡୁଙ୍ଗୁରିପାଲି ବ୍ଲକ୍ ଗସ୍ତ ଯୋଗୁଁ ସମଗ୍ର ବ୍ଲକ ର କର୍ମଚାରୀ ମହଲରେ ଛନକା ପଶିଥିବା ଜଣା ଯାଇଛି l ଧାନ କିଣା ବ୍ୟବସ୍ଥା ରେ ପୁରା ସ୍ବଚ୍ଛତା ଆଣିବାକୁ ଚାଷୀ ଙ୍କ ପ୍ରତି ରାଜ୍ୟ ସରକାର ଯେଉଁ ସମ୍ବେଦନଶୀଳ ଅଛନ୍ତି, ଅଚାନକ ଜିଲ୍ଲା ର ଅନେକ ମଣ୍ଡି ପରିଦର୍ଶନ କରି ଧାନ କିଣା ର ପ୍ରସ୍ତୁତି ଯାଞ୍ଚ କରି ତାହାର ଏକ ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ l ଅଳ୍ପ କିଛି ଦିନ ପୁର୍ବରୁ ଜିଲ୍ଲା କୃଷକ ସଂଗଠନ ସହ ଏକ ବିଶେଷ ବୈଠକ ଓ ଆଲୋଚନା ବେଳେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଙ୍କୁ ମଧ୍ଯ ମଣ୍ଡି ମାନଂକ ର ପୂର୍ବ ପ୍ରସ୍ତୁତି ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ସୁଚନା ମିଳିଛି l