-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
03-Dec-2025
ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁର ପଂଚାୟତ ଅନ୍ତର୍ଗତ କନ୍ଦୁମୁଣ୍ଡା ଗ୍ରାମରେ ଧାନ ଖରି ରେ ଲାଗିଲା ନିଆଁ ସମ୍ପୂର୍ଣ୍ଣ ପୋଡି ପାଉଁଶ। ସୂଚନା ମୁତାବକ କନ୍ଦୁମୁଣ୍ଡା ଗ୍ରାମର ନରେନ୍ଦ୍ର ପୁଟେଲ ତାଙ୍କର ତିନି ଏକର ଜମିର ଧାନ ସାଂଗ୍ରହ କରି ରଖିଥିବା ବେଲେ ଆଜି ସଖାଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା। ଧାନ ଖରି ରେ ନିଆଁ ହୁଉ ହୁଉ ହୋଇ ଜଳୁଥିବା ଲୋକେ ଦେଖିବାକୁ ପାଇଥିଲେ।ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକେ ନିଆଁକୁ ଲିଭାଇବା ପାଇଁ ପ୍ରୟାସ କରିଥିଲେ ହେଲେ ନିଆଁର ମାତ୍ରା ଅଧିକ ତୀବ୍ରତର ଥିବାରୁ ଡୁଙ୍ଗୁରିପାଲି ଦମକଳ ବାହିନୀକୁ ଫୋନ କରି ଡାକି ଥିଲେ ହେଲେ ନିଆଁର ମାତ୍ରା ଅଧିକ ତୀବ୍ରତାର ଥିବାରୁ ସମ୍ପୂର୍ଣ ପାଉଁଶ ହୋଇ ଯାଇ ଥିଲା। ଏନେଇ ନରେନ୍ଦ୍ର ପୁଟେଲ ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ଧାନ ଖରୀ ରେ ନିଆଁ ଲଗାଇଥିବା ଦୁର୍ବୁତ୍ତ କୁ ତୁରନ୍ତ ଗିରଫ କରାଯାଉ ଏବଂ ସରକାର ତୁରନ୍ତ ଚାଷୀ କୁ କ୍ଷୟକ୍ଷତି ଦିଆଯାଉ ସ୍ଥାନୀୟ ରେ ଦାବି ହେଉଛି।