-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
03-Dec-2025
(ପ୍ରିୟଦର୍ଶିନୀ ପାତ୍ର)
ସମଗ୍ର ଶିକ୍ଷା ଅନ୍ତର୍ଗତ ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ ପାପଡ଼ା ହାଣ୍ଡି ବ୍ଲକ ଦୁଲପୁର, ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟାଙ୍ଗ ଦିବସ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା— ଦିବ୍ୟାଙ୍ଗ ଶିଶୁମାନଙ୍କ ପ୍ରତି ସଚେତନତା, ସମାବେଶୀକରଣ ଏବଂ ସଶକ୍ତିକରଣକୁ ସୁଦୃଢ କରିବା।ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ ଦାସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ, ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁରଜ ଓ ସମାଜସେବୀ ମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ
ଅନୁଷ୍ଠିତ ହୋଇଥିଲା । ଦିବ୍ୟାଙ୍ଗ ମାନଙ୍କର ଅଧିକାର, ସମାବେଶୀ ଶିକ୍ଷା ଓ ଅଭିଭାବକ ସଚେତନତା ବିଷୟରେ ଆଲୋଚନା ସଭା ଆୟୋଜିତ ହୋଇଥିଲା ।
ଦିବ୍ୟାଙ୍ଗ ଶିଶୁମାନଙ୍କ ର ସାଂସ୍କୃତିକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲା । ପ୍ରେରଣାଦାୟକ ସ୍ତବକ ଓ ଖେଳକୁଦ ଶିଶୁମାନଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି
କରାଇଥିଲା ।କାର୍ଯ୍ୟକ୍ରମ ଶେଷରେ ଅଂଶଗ୍ରହୀ ଶିଶୁମାନଙ୍କୁ ପ୍ରଶଂସାପତ୍ର, ସ୍ମୃତିଚିହ୍ନ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପାପଡ଼ାହାଣ୍ଡି ବ୍ଲକ ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର, ଧରଣୀଧର କମର୍ଲା ଓ ଶିକ୍ଷକ ଶିକ୍ଷୟିତ୍ରୀ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ।