-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
04-Nov-2025
ନୂଆପଡ଼ା (ପରମେଶ୍ଵର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତ ଅଧୀନ ପତିଆଲପଡା ଗ୍ରାମରେ ୩ତମ ଶ୍ରୀ ଶ୍ରୀ କାର୍ତ୍ତିକ ପୂର୍ଣ୍ଣିମା ମହୋସବ ର କଳସ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କଳସ ଯାତ୍ରାରେ ଗ୍ରାମ ର ଶତାଧିକ ମା ଭଉଣୀ ମାନେ ଭାଗ ନେଇ ସ୍ଥାନୀୟ ଉଦନ୍ତୀ ନଦୀରୁ କଳସରେ ପାଣି ଭରି ପୂର୍ଣ୍ଣ କଳସ ଟି କୁ ନେଇ ଗ୍ରାମ ର ମଙ୍ଗଳ ପାଇଁ ଗାଁ ପରିକ୍ରମା କରିକି ପୁଜା ମଣ୍ଡପ ରେ କଳସ ସ୍ଥାପନ କରିଥିଲେ। ଘଣ୍ଟ ପାର୍ଟି ର ଘଣ୍ଟ ନାଦ, ନାଚ ଗୀତ ଓ ହରିବୋଲ ହୁଳହୁଳି ଶବ୍ଦରେ ପତିଆଲପଡା ଗ୍ରାମ ଆନନ୍ଦ ଉଲ୍ଲାସରେ ଭରି ଉଠିଥିଲା। ଶାସ୍ତ୍ର ଅନୁଯାୟୀ ବାରମାସ ମଧ୍ୟରୁ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ ଏହି ମାସରେ ଶ୍ରୀ ଶ୍ରୀ କାର୍ତ୍ତିକେୟ ଙ୍କୁ ରିତି ନିତି ର ସହ ଭକ୍ତି ଭାବରେ ପୂଜାର୍ଚ୍ଚନା କରି କାର୍ତ୍ତିକ ପୂର୍ଣ୍ଣିମା ପାଳନ କଲେ ପାପ କ୍ଷୟ, ଦୁଃଖ କଷ୍ଟ ଦୂର ହୁଏ ଏବଂ ସୁଖଶାନ୍ତି ସମୃଦ୍ଧି ଓ ପୂଣ୍ୟ ଅର୍ଜ୍ଜନ ହୁଏ ବୋଲି କାର୍ତ୍ତିକ ପୂର୍ଣ୍ଣିମା ପାଳନ କରି ବ୍ରତି ମା ମାନଙ୍କ ବିଶ୍ଵାସ ରହିଥିବା ମତପ୍ରକାଶ କରିଛନ୍ତି।ଉକ୍ତ ପୂଜା ତା:୩/୧୧/୨୫ ଠାରୁ ତା:୭/୧୧/୨୫/ପର୍ଯ୍ୟନ୍ତ ଚାଲିରହିବ। ଏହି ପୂଜା ର କର୍ତ୍ତା ଭାବରେ ଶ୍ରୀଯୁକ୍ତ ଟିକେଲାଲ ମାଝି ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଧନମତୀ ମାଝି ଦାୟୀତ୍ବ ତୁଳାଇଥିବା ବେଳେ ପୂଜକ ସୁଶାନ୍ତ ପାଢ଼ୀ ଓ ତାଙ୍କ ସହଯୋଗୀ ମନୋରଞ୍ଜନ ନେଗି ସୁନ୍ଦର ଭାବରେ ପୂଜାର୍ଚ୍ଚନା କରି ପୂଜାଟିକୁ ଆଗେଇ ନେଇଛଲନ୍ତି। ପ୍ରତେକ ରାତ୍ରରେ ମନୋରଞ୍ଜନ କାର୍ଯ୍ୟକ୍ରମ ରଖାଯାଇଥିବା କମିଟି ପକ୍ଷରୁ ସୁଚନା ମିଳିଛି। ଦୂର ଦୁରାନ୍ତ ଓ ଆଖ ପାଖ ଅଞ୍ଚଳରୁ ଲୋକମାନେ ଆସି ପ୍ରଭୁ ଶ୍ରୀ ଶ୍ରୀ କାର୍ତ୍ତିକେୟଙ୍କ ଦର୍ଶନ କରି ରାତ୍ର ମନୋରଞ୍ଜନ କାର୍ଯ୍ୟକ୍ରମ ର ଉପଭୋଗ କରିଥାନ୍ତି। ପୂଜା କମିଟି ସଭାପତି ଶ୍ରୀଯୁକ୍ତ ତୁପଲେଶ୍ଵର ମାଝି,ସମ୍ପାଦକ ବନରାମ ମାଝି,କୋଷାଧକ୍ଷ ରିଖିରାମ ମାଝି, ସଦସ୍ୟ ବିଶିକେଶନ ମାଝି, ଶ୍ୟାମଚନ୍ଦ୍ର ମାଝି, ଭ୍ରତ କାଣ୍ଡ,ତିରନ କାଣ୍ଡ, ଚନ୍ଦ୍ର ମାଝି,ଦିନେଶ ମେହେର, ଜୟମନ କାଣ୍ଡ, ସୁରଜ ମାଝି, ଅଭିରାମ ମାଝି, ପଦ୍ମନ ମାଝି, ସୋମନାଥ ମାଝି, ସଞ୍ଜୟ, ସୁଶାନ୍ତ , ଜୟସିଂ ,ଗଣେଶ,ବିଜେ, ଗୁନସାଗର,ଅଭି,ଗଗନ, ରିବନ,ଶୁଭମ୍,ମାଧୁରୀ, ରେଣୁକା , ବିଶଲ୍ୟା, ସକୁନ୍ତଲା, ଚନ୍ଦ୍ରିକା , ଯଶୋବନ୍ତି, ବିସମ ଓ ସମସ୍ତ ଗ୍ରାମବାସୀ ବୃନ୍ଦ ଙ୍କ ସହଯୋଗ ରହିଛି