-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
31-Oct-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଜିଲ୍ଲା ର ପାତାଳୀ କ୍ଷେତ୍ର କୋଟସମଲାଇ ଠାରୁ ପୁରୀ ଶ୍ରୀକ୍ଷେତ୍ର ପୁରୀ କୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ନିମନ୍ତେ ପଦ୍ମ ଓ ଗେଣ୍ଡୁଫୁଲ ସହିତ ତୁଳସୀ ଲାଗି ହେବାପାଇଁ ଲୋକ ମାନଙ୍କ ଦ୍ବାରା ପ୍ରଦତ୍ତ ସମସ୍ତ ଦିବ୍ୟ ଦ୍ରବ୍ୟ ସହ ଅନୁଭବ ସବୁ କୁ ନେଇ ଆଜି ବାହାରିଛି କାଳିଆ ତୁଳସୀ ରଥ। ଏହା ଆଜି ପ୍ରାତଃ ୫.୩୦ ରୁ ପାତାଳୀ କ୍ଷେତ୍ର ରୁ ବାହାରି ଉଲୁଣ୍ଡା ଜଗନ୍ନାଥ ମନ୍ଦିର ପରେ ବିନିକା ଦୁର୍ଗାମଣ୍ଡପ , ଜଗନ୍ନାଥ ମନ୍ଦିର ବିଶିମୁଣ୍ଡା ଦଧିବାବନ ମନ୍ଦିର, ମନମୁଣ୍ଡା, ବାଉଁଶୁଣୀ, ବୈ।ଦ୍ଧ , ପୁରୁଣା କଟକ, ଦଶପଲ୍ଲା,ମହୀପୁର, ନୟାଗଡ଼ ପରେ ଖୋର୍ଦ୍ଧା, ଭୁବନେଶ୍ବର, ସାକ୍ଷୀଗୋପାଳ ଓ ପୁରୀ ଗୁଣ୍ଡିଚା ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ସଂଗୃହିତ ସମସ୍ତ ତୁଳସୀ ଓ ଫୁଲ ଅର୍ପଣ କରାଯିବ।