-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ଜିଲ୍ଲା

ରଚନା ପକ୍ଷରୁ ବିଶେଷ ରଚନା ସନ୍ଧ୍ୟା

28-Oct-2025



ବଲାଙ୍ଗିର(ପ୍ରେରଣା ଖବର): କବି ରାଜେନ୍ଦ୍ର କିଶୋର ପଣ୍ଡା ନିଜ ଜୀବନର ବିପୁଳ ଅନୁଭୂତିକୁ ନେଇ ବିବିଧ ଭାବଭରା କବିତା ରଚନା କରିଛନ୍ତି। ଜୀବନ ଦର୍ଶନରେ ପରିପୂର୍ଣ୍ଣ ତାଙ୍କ କବିତାସମୂହକୁ ପଢ଼ି ଜଣେ ଭାବଗ୍ରାହୀ ପାଠକ ତହିଁରେ ତଲ୍ଲୀନ ହେବା ସହ ନିଜକୁ ଓ ଜଗତକୁ ଏକ ଭିନ୍ନ ଦୃଷ୍ଟିରେ  ଦେଖିବାକୁ ବାଧ୍ୟ ହୁଏ। ସେ ଥିଲେ ଶବ୍ଦର ଯାଦୁକର ଓ ଭାବର ପାରାବାର। କେତେବେଳେ ତାଙ୍କ କବିତା ନାରୀମୁକ୍ତିର କଥା କହେ ତ ପୁଣି କେତେବେଳେ ଝିଅକୁ ସଂଯମରେ ସଂଚରି ଯିବାର ଶିକ୍ଷାଦିଏ। "କବିତା ଯୁଦ୍ଧ ନୁହେଁ, ପ୍ରେମ" ବୋଲି ତରୁଣକବିଙ୍କୁ ଅନୁପ୍ରାଣିତ କରି ତାଙ୍କୁ କଲମ ବଢ଼େଇ ଦେବାର କଥା କହେ।

ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ-ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ 'ରଚନା' ଦ୍ୱାରା ସ୍ଥାନୀୟ ପି ପି ଏକାଡେମୀ ସଭାକକ୍ଷରେ ଆୟୋଜିତ ବିଶେଷ ରଚନା ସନ୍ଧ୍ୟାରେ "ପ୍ରଣାମ ରାଜେନ୍ଦ୍ର !" ଶୀର୍ଷକ ସ୍ମୃତି ଓ ଅନୁଭୂତିର ଭାବ ବିନିମୟ କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି। 'ରଚନା'ର ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଯୋଗଦେଇ କବି ନବୀନ ବିଶ୍ୱବନ୍ଧୁ ନିଜ ପାଠପଢ଼ା ସମୟରେ କବି ରାଜେନ୍ଦ୍ର ପଣ୍ଡାଙ୍କ କବିତାର ପ୍ରଭାବ କିପରି ସହପାଠୀଙ୍କ ଭିତରେ ସଞ୍ଚରି ଯାଇଥିଲା ଏବଂ ଏବେ ଅଧ୍ୟାପକ ଜୀବନରେ ତାଙ୍କ କବିତାକୁ ପିଲାଙ୍କୁ ପଢ଼ାଇବା ବେଳେ କିପରି ଭାବବିହ୍ଵଳ ହେବାକୁ ପଡ଼େ ତାହା ବର୍ଣ୍ଣନା କରିଥିଲେ। 

ସଭା ଆରମ୍ଭରେ କବି ରାଜେନ୍ଦ୍ରଙ୍କ "ଅନ୍ୟା" କବିତାକୁ ବିଶିଷ୍ଟ କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ ସ୍ୱର ଦେଇ ଗାଇବା ପରେ 'ରଚନା'ର ସମ୍ପାଦକ ଭାଗିରଥି ମିଶ୍ର କବିଙ୍କ ଜୀବନଯାତ୍ରା ଓ ସାହିତ୍ୟକୃତି ସମ୍ପର୍କରେ ସୂଚନା ଦେଇଥିଲେ। କବିଙ୍କ ଲିଖିତ କେତୋଟି କବିତା ଆବୃତ୍ତି କରିଥିଲେ କବି ସସ୍ମିତା ନେପାକ, ବନ୍ଦନା ପଟ୍ଟନାୟକ ଓ ମୃଗେଶ ବୈଷ୍ଣବ ପାଣିଗ୍ରାହୀ। ଏହା ପରେ କବି ପ୍ରହଲ୍ଲାଦ ଶତପଥି, ବିଜୟ ତ୍ରିପାଠୀ, ଡ. ଆରତୀ ତ୍ରିପାଠୀ, ଅଧ୍ୟାପକ ଜୟ କୁମାର ଆଚାର୍ଯ୍ୟ, ସୁଶାନ୍ତ ବାଗ ଓ ରାମଶଙ୍କର ଶତପଥି କବିଙ୍କ ସହ ନିଜ ସ୍ମୃତି ଅନୁଭୂତିର ବର୍ଣନା କରିଥିଲେ। କବି ରାଜୀବ ଲୋଚନ ଆଚାର୍ଯ୍ୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଶେଷରେ କବିଙ୍କ "ପ୍ରିୟ ସହକବି !" କବିତା ଆବୃତ୍ତି ସହ ଧନ୍ୟବାଦ ଦେଇଥିଲେ 'ରଚନା'ର ସହସମ୍ପାଦକ ରତ୍ନମୟ ତ୍ରିପାଠୀ l ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ ଓ ରାଜେନ୍ଦ୍ର କବିତାପ୍ରେମୀ ଯୋଗଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like