-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
27-Apr-2025
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ): ବେଗୁନିଆ ପଡ଼ା ଥାନା ଅର୍ନ୍ତଗତ ଶାଳବଣ ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଦୁଇ ଭାଇ ଙ୍କ ମୃତ ଦେହକୁ ବେଗୁନିଆ ପଡ଼ା ଥାନା ପୋଲିସ୍ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
ସୁଚନା ଥାଊକି ମୃତ ଦୁଇ ଭାଇ ସୁମଣ୍ଡଳ ଗ୍ରାମର ସଞ୍ଜୟ ବାରିକ ଓ ଅଜୟ ବାରିକ ପୁର୍ବରୁ କିଛି ମକଦ୍ଦମା ରେ ଜଡିତ ହୋଇ ଜେଲ ଯାଇ ଜାମିନରେ ଆସି ପୁଣି ଆତଙ୍କ ସୃଷ୍ଟି କରୁଥିଲେ। ଏହି ଭଳି ପରିସ୍ଥିତିରେ ପୁର୍ବ ଶତୃତା କୁ ନେଇ ଉକ୍ତ ଦୁଇ ଭାଇ କୁ ହତ୍ୟା କରି ଜାଳିଦେବା ପାଇଁ ଦୁର୍ବୃତ୍ତ ମାନେ ଦୁଇ ଭାଇ କୁ ନିଆଁ ଲଗାଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ଜଙ୍ଗଲ ରାସ୍ତାରେ ଦୁଇ ଭାଇ ଙ୍କ ମୃତ ଦେହକୁ ଦେଖି ପୋଲିସ କୁ ସୁଚନା ଦେଇଥିଲେ। ଖବର ପାଇ ବେଗୁନିଆ ପଡ଼ା ଥାନା ଅଧିକାରୀ ଓ ପୁରୁଷୋତ୍ତମ ପୁର ଏସ୍ ଡି ପି ଓ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।