-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
27-Apr-2025
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ): ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମାତ୍ର ୪ ବର୍ଷ ର ଶିଶୁ କନ୍ୟା କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ମୁଖ୍ୟ ଆସାମୀ ତଥା ଶିଶୁ କନ୍ୟା ର ମାମୁଁ କାଳିଆ ନାହାକ (ଷଣ୍ଢ) କୁ ପାଟପୁର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଘଟଣା ଘଟିଛି ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ଅର୍ନ୍ତଗତ ଖଲିଙ୍ଗି ଗ୍ରାମରେ। ଦୁନିଆଁ କ'ଣ ଦେଖିବା ପୁର୍ବରୁ ନୀରିହ ଶିଶୁ କନ୍ୟା ଚାଲି ଯାଇଛି ଅପେରା ରାଜ୍ୟକୁ। ଯ'ଦ୍ଵାରା ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆଜି ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଯେନା ମୃତ ଶିଶୁ କନ୍ୟା ର ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଘଟଣା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପାଟପୁର ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।