-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||      ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   (07-Aug-2026)       ||      *ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   (07-Aug-2026)       ||      ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||     

HOME   ଜିଲ୍ଲା

ସୁକତେଲ ପ୍ରକଲ୍ପର ପୂର୍ବତନ ସ୍ୱତନ୍ତ୍ର ଭୂ-ଅର୍ଜନଅଧିକାରୀ ବିନୟ ଗଡନାୟକ ୧୭ବର୍ଷ ପରେ ଗିରଫ

21-Mar-2025



ବଲାଙ୍ଗୀର(ପ୍ରେରଣା ଖବର)-ଦୁର୍ନିତୀମାମଲାରେ ଛନ୍ଦିହୋଇ ୧୭ବର୍ଷ ଧରି ଫେରାର ଥିବା ଲୋୟରସୁକତେଲ ଜଳସେଚନ ପ୍ରକଲ୍ପର ପୂର୍ବତନ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ବିନୟକୁମାର ଗଡନାୟକଙ୍କୁ ଆଜି ଭିଜିଲାନ୍ସ ବିଭାଗ ଗିରଫ କରିଛି । ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ ଆଜି ତାଙ୍କ ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗଥାନା କଙ୍କଡାସୋଡା ଗାଁର ପୈତୃକଘରୁ ଗିରଫ କରିଛି । ତାଙ୍କ ନାମରେ ପ୍ରାୟ ୧୨ଟି ଦୁର୍ନିତୀମାମଲା ରହିଛି । ତାଙ୍କ ନାମରେ ସୁକତେଲ ପ୍ରକଲ୍ପର କିଛି ବିସ୍ଥାପିତଙ୍କ ଜମିକ୍ଷତିପୂରଣ ଓ ଥଇଥାନ ରାଶି ଦେବାରେ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଖୋତତାଡ ଚାଲି ଥିବା ବେଳେ ଗିରଫଦାରୀକୁ ଏଡାଇ ସେ ଦୀର୍ଘ ୧୭ବର୍ଷ ହେଲା ଫେରାର ରହିଥିଲେ । ସେ ବଲାଙ୍ଗୀର ଲୋୟରସୁକତେଲ ପ୍ରକଲ୍ପରେ ପ୍ରାୟ ୧୦ବର୍ଷ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ରହିଥିବା ସମୟରେ ଚୁଡାପାଲିର ଏକ ପରିବାରକୁ ଅହେତୁକ ଅନୁକମ୍ପା ଦେଖାଇ ପ୍ରାୟ ୭୪ଲକ୍ଷ ଟଙ୍କା ବେଆଇନ ଭାବରେ ପ୍ରଦାନ କରିଥିଲେ । ସେହି ଗାଡିବାବଦକୁ ଓ କଇଣ୍ଡାପାଲିର କିଛି ଲୋକଙ୍କୁ ବିନାଅନୁମୋଦନରେ କ୍ଷତିପୂରଣ ବଣ୍ଟନ କରିଥିବା ଭଳି ସଂଗୀନ ଅଭିଯୋଗ ରହିଛି । ପ୍ରାୟ ୧୨ଟି ଦୁର୍ନିତୀ ମାମଲାରେ ତାଙ୍କ ନାମରେ ଭିଜିଲାନ୍ସ ବିଭାଗ ଚାର୍ଜସିଟ ଦେଇଛି ଓ ବଲାଙ୍ଗୀର ଭିଜିଲାନ୍ସ କୋର୍ଟରେ ସେହି ମାମଲା ଚାଲିଛି ।  ୨୦୦୮ ମସିହାରୁ ସେ  ଦୁର୍ନିତୀମାମଲାରେ ଛନ୍ଦିହୋଇ ଫେରାର ଥିଲେ । ଭିଜିଲାନ୍ସ ଏନେଇ ୬୧/୨୦୦୮,୬୬/୨୦୧୦,୬୭/୨୦୧୦,୬୮/୨୦୧୦,୬୯/୨୦୧୦,୭୦/୨୦୧୦,୭୧/୨୦୧୦,୭୨/୨୦୧୦,୭୩/୨୦୧୦,୪୭/୨୦୧୧,୬୯/୨୦୧୨ ଏବଂ ୪୦/୨୦୧୩ ମାମଲା ରୁଜୁ ହୋଇଛି । ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରି ବଲାଙ୍ଗୀରରେ ଭିଜିଲାନକୋର୍ଟର ସ୍ୱତନ୍ତ୍ର ଜଜଙ୍କ ପାଖରେ ହାଜର କରାଇଛି ବୋଲି ଭିଜିଲାନ୍ସ ବିଭାଗ ସୂତ୍ରରୁ ସୂଚନା ମିଳିଛି । ପ୍ରକାଶ ଯେ,ବରିଷ୍ଠ ଓଏଏସ ଅଧିକାରୀ ବିନୟକୁମାର ଗଡନାୟକ ବଲାଙ୍ଗୀର ଲୋୟରସୁକତେଲ ପ୍ରକଲ୍ପରେ ୧୯୯୮ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଭାବରେ କାମ କରୁଥିଲେ । ସେହି ସମୟ ମଧ୍ୟରେ ଲୋୟରସୁକତେଲ ପ୍ରକଲ୍ପ ଅଞ୍ଚଳରେ ଜମି କିଣାବିକା କରାଇ କିଛି ଲୋକଙ୍କୁ ଧରି ବିସ୍ଥାପିତଙ୍କ ଜମିକ୍ଷତିପୂରଣ ବଣ୍ଟନରେ ମହାଦୁର୍ନିତୀ କରାଇଥିଲେ । ଦୁର୍ନିତୀନିବାରଣ ବିଭାଗ ପାଖରେ ଅଭିଯୋଗ ହେଲାପରେ ଏହାର ଖୋଲତାଡ କରାଯାଇଥିଲା । ଶେଷରେ ଗିରଫ ଭୟରେ ଶ୍ରୀ ଗଡନାୟକ ଫେରାର ହୋଇଯାଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   07-Aug-2026
  ଜିଲ୍ଲା  
ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   07-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   07-Aug-2026
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026

You Might Also Like