-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ବନବିଭାଗ ପକ୍ଷରୁ ବିଶ୍ୱବନଦିବସ ପାଳିତ

21-Mar-2025



ଆମ ଉତ୍ତରପିଢୀ ପାଇଁ ଜଙ୍ଗଲ ଓ ପରିବେଶକୁ ସୁରକ୍ଷିତ କରିବାକୁ ପଡିବ-ଜିଲ୍ଲାପାଳ

ବଲାଙ୍ଗୀର(ପ୍ରେରଣା ଖବର)-ଆଜି ବଲାଙ୍ଗୀର ବନଖଣ୍ଡ କାର୍ଯ୍ୟାଳୟର ସଭାକକ୍ଷରେ ବିଶ୍ୱବନଦିବସ ପାଳିତ ହୋଇଯାଇଛି । ବଲାଙ୍ଗୀର ବନବିଭାଗର ଏସିଏଫ ଜିତେନ୍ଦ୍ର ସାହୁଙ୍କ ସଭାପତିତ୍ୱ ଓ ଅର୍ଜୁନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଜିଲ୍ଲାପାଳ ଗୌରବସୀବାଜୀ ଇସଲୱାର,ସମ୍ମାନୀତ ଅତିଥି ଭାବରେ କେନ୍ଦୁଲିଫ ଡିଭିଜନର ଡିଏଫଓ ଶ୍ରୀମତୀ ଅନୀତା ରାୟ,ରାଜ୍ୟପ୍ରଦୂଷଣ ନୀୟନ୍ତ୍ରଣବୋର୍ଡର ବଲାଙ୍ଗୀର ଆଞ୍ଚଳିକ ଅଧିକାରୀ ଶ୍ରୀମତୀ ବବିତା ସିଂ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଅଂଜନ ଦାସ ଓ ମୁଖ୍ୟବକ୍ତା ଭାବରେ ପଥରଚେପା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ଆଜିର ବିଷୟବସ୍ତୁ ଜଙ୍ଗଲ ଓ ଖାଦ୍ୟ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା । ଜଙ୍ଗଲରୁ ଆମେ ସମସ୍ତେ ପ୍ରତ୍ୟକ୍ଷ ହେଉ ବା ପରୋକ୍ଷରେ ଖାଦ୍ୟ ପାଉଛୁ । ଆଗାମୀ ଭବିଷ୍ୟତରେ ଜୀବଜଗତକୁ ବଞ୍ଚାଇବାକୁ ହେଲେ ଜଙ୍ଗଲକୁ ମଧ୍ୟ ସେହି ପରିମାଣରେ ସୁରକ୍ଷିତ କରିବାକୁ ପଡିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ଶ୍ରୀ ଇସଲୱାର ତାଙ୍କ ବକ୍ତବ୍ୟରେ କହିଲେ ଯେ, ଜଙ୍ଗଲକୁ ଆମେ ଉତ୍ତରାଧିକାରୀ ସୂତ୍ରରେ ପାଇନାହୁଁ । ଏହାକୁ ଆମେ ଉତ୍ତରପିଢୀ ପାଇଁ ସୁରକ୍ଷିତ ରଖିବାକୁ ଉଧାରୀ ସୂତ୍ରରେ ପାଇଛୁ । ତେଣୁ ଆମ ସମସ୍ତଙ୍କର ଦାୟୀତ୍ୱ ରହିଛି ଜଙ୍ଗଲକୁ ସୁରକ୍ଷିତ ରଖିବା । ଜଙ୍ଗଲ ନଥିଲେ ପରିବେଶ ସନ୍ତୁଳନ ହରାଇବ ଓ ନାନାପ୍ରକାର ବିତ୍ପାତ ହେବ । ବିଶ୍ୱରେ ଖାଦ୍ୟସଂକଟ ଦେଖା ଦେବ । ତେଣୁ ଜଙ୍ଗଲର ସୁରକ୍ଷା ପ୍ରତି ସମସ୍ତେ ଧ୍ୟାନ ଦେବାକୁ ପଡିବ ବୋଲି ଜିଲ୍ଲାପାଳ କହିଥିଲେ । ମୁଖ୍ୟବକ୍ତା ଶ୍ରୀ ଝାଙ୍କର ତାଙ୍କ ବକ୍ତବ୍ୟରେ ଫୁଡଚେନ ବିଷୟରେ ଆଲୋଚନା କରି ଥିଲେ । ଭଗବାନ ପରିବେଶକୁ ଏଭଳି ଭାବରେ ତିଆରିଛନ୍ତି ଯେ,ପ୍ରତ୍ୟେକ ଜୀବଜନ୍ତୁ,କିଟପତଙ୍ଗ,ବୃକ୍ଷଲତାର ଉପଯୋଗିତା ରହିଛି । ସମସ୍ତେ ସମସ୍ତଙ୍କ ଉପରେ ନିର୍ଭରଶୀଳ ରହିଛନ୍ତି । ତୃଣଭୋଜି ପ୍ରାଣୀ ଘାସ ଖାଏ ଓ ସେହି ପ୍ରାଣୀଙ୍କୁ ମାଂଶାସୀ ଜୀବମାନେ ଖାଇଥାନ୍ତି । ପକ୍ଷୀମାନେ ଛୋଟଛୋଟ କିଟପତଙ୍ଗ ଙ୍କୁ ଖାଇଥାନ୍ତି ଫଳରେ ପରିବେଶରେ ଏକ ସନ୍ତୁଳନ ରହିଥାଏ । ଜଙ୍ଗଲ ଉପରେ ପ୍ରାୟତଃ ସମସ୍ତେ ନିର୍ଭରଶୀଳ । ତେଣୁ ଜଙ୍ଗଲସୁରକ୍ଷାକୁ ସମସ୍ତେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆଜି ଆଉ ପ୍ଲାକାର୍ଡ ଧରି ରାସ୍ତାରେ ଛିଡାହୋଇ ପ୍ରଦର୍ଶନ କରିବାର ସମୟ ନାହିଁ କେବଳ ବ୍ୟାପକ ବୃକ୍ଷରୋପଣ କରାଇ

ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଝାଙ୍କର କହିଥିଲେ । ସେହିପରି କେଏଲ ଡିଏଫଓ ଶ୍ରୀମତୀ ଅନିତା ରାୟ ଓ  ପ୍ରଦୁଷଣନୀୟନ୍ତ୍ରଣ ବୋର୍ଡର ଅଞ୍ଚଳିକ ଅଧିକାରୀ ବବିତା ସିଂ ପରିବେଶ ସହିତ ଜଙ୍ଗଲର ସଂମ୍ପର୍କ ବିଷୟରେ ମତ ରଖିଥିଲେ । ଏହି ଅବସରରେ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ କାମ କରିଥିବା ଦେଓଗାଁ ରେଞ୍ଜର ତେଣ୍ଟୁଳିଖୁଣ୍ଟି ଆଦର୍ଶବିଦ୍ୟାଳୟ,ହରିଶଙ୍କର ରେଞ୍ଜର ତେଲେନପାଲି ସରକାରୀ ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ,ଟିଟିଲାଗଡ ରେଞ୍ଜର ଦେସିଲ ଏସଏସଡି ହାଇସ୍କୁଲ,ସଦରବ୍ଲକର ଚିକଲବାହାଲ ଗ୍ରାପ,ଖପ୍ରାଖୋଲର ନାନ୍ଦୁପଲା ଗ୍ରାପ ଓ ତୁରେକେଲା ବ୍ଲକର ଢୋଲମାନ୍ଦଲ ଗ୍ରାପକୁ ମାନପତ୍ର ଓ ଅର୍ଥରାଶି ଦିଆଯାଇ ପୁରସ୍କୃତ କରାଯାଇଥିଲା । ସଭାପତିତ୍ୱ କରୁଥିବା ଏସିଏଫ ଜିତେନ୍ଦ୍ର ସାହୁ ଜିଲ୍ଲାର ଜଙ୍ଗଲର ସ୍ଥିତି ବିଷୟ ସହିତ ବିଶ୍ୱବନଦିବସର ବିଷୟବସ୍ତୁ ଉପରେ ସୂଚନା ଦେଇଥିବା ବେଳେ ଶେଷରେ ଏସିଏଫ ମାନସରଂଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବନସୁରକ୍ଷା ସମିତିଗୁଡିକର କର୍ମକର୍ତ୍ତା ଓ ବନବିଭାଗର ଅଧିକାରୀ ତଥା କର୍ମଚାରୀଗଣ ଯୋଗଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like