-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସତଲମା ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ;   (30-Jun-2026)       ||      କନବାର ରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ    (30-Jun-2026)       ||      କ୍ରସରର ନିର୍ଗତ ପ୍ରଦୂଷଣ ଓ ଧୂଳିଗୁଣ୍ଡ ସମସ୍ୟାକୁ ନେଇ ଭାଲୁପାଳି ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର(ବନ୍ଦ ନହେଲେ ଆନ୍ଦୋଳନ )   (30-Jun-2026)       ||      ଟେପରେନ ଧବଳେଶ୍ୱର କଁଟା ମାଟିକାମରେ ଦୁର୍ନୀତି ♦️ ନରସିଂହଙ୍କୁ ଅଭିଯୋଗ କଲେ ସ୍ଥାନୀୟ ବିଜେପି ନେତା   (30-Jun-2026)       ||      ତୁରେକେଲା ବ୍ଳକ ଶିକ୍ଷା କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ସଭା   (30-Jun-2026)       ||      ନୂତନ ଏସ୍‌ଏମ୍‌ସି ଗଠନ ପାଇଁ ସିଆରସିସିଙ୍କ ବିଦ୍ୟାଳୟ ପରିଦର୍ଶନ   (30-Jun-2026)       ||      ବରପାଲି ସ୍ଥିତ ଗଙ୍ଗାଧର ମେହର କ୍ଲବରେ ସ୍ୱର୍ଗତ ଭଗବାନସାହୁଙ୍କ ୯୬ ତମ ଜୟନ୍ତୀ ଉତ୍ସବ ପାଳିତ   (30-Jun-2026)       ||      ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   (30-Jun-2026)       ||      ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||     

HOME   ଜିଲ୍ଲା

ସାହିତ୍ୟ ଏକାଡେମୀ ଆୟୋଜିତ ସାହିତ୍ୟୋତ୍ସବ ଉଦଯାପିତ: ଶେଷ ଦିନରେ ଅଂଶଗ୍ରହଣ କଲେ ଦିବ୍ୟାଙ୍ଗ ଲେଖକ ଏବଂ ଛାତ୍ରଛାତ୍ରୀ

12-Mar-2025



ନୂଆଦିଲ୍ଲୀ(ପ୍ରେରଣା ଖବର): ନୂଆଦିଲ୍ଲୀର ରବୀନ୍ଦ୍ର ଭବନ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଏସିଆର ସର୍ବବୃହତ ସାହିତ୍ୟୋତ୍ସବ ଉଦଯାପିତ ହୋଇ ଯାଇଛି। ଉତ୍ସବର ଅନ୍ତିମ ଦିନରେ ଯୋଗ ଦେଇଥିଲେ ଦିବ୍ୟାଙ୍ଗ ଲେଖକ ଏବଂ ଶିଶୁ ପ୍ରତିଭା। ଆଜି ପନ୍ଦରଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଆଜିର ମୁଖ୍ୟ ଆକର୍ଷଣ ଥିଲା ଦିବ୍ୟାଙ୍ଗ ଲେଖକ ସମ୍ମିଳନୀ।  ଏଥିରେ  ବିନୋଦ ଆସୁଦାନୀ ଏବଂ ଅରବିନ୍ଦ ପି. ଭାଟିକରଙ୍କ ଅଧ୍ୟକ୍ଷତାରେ ୧୦ଟି ଭାଷାର ଦିବ୍ୟାଙ୍ଗ ଲେଖକ କବିତା ଏବଂ ଗଳ୍ପ ପାଠ  କରିଥିଲେ। ଆଠଟି ଅଧିବେଶନରେ ଉପନ୍ୟାସର ଭବିଷ୍ୟତ,

ଭାରତର ସାଂସ୍କୃତିକ ପରମ୍ପରା ଉପରେ ବିଶ୍ୱୀକରଣର ପ୍ରଭାବ, ଅନୂଦିତ କୃତି ପଠନର ଗୁରୁତ୍ୱ, ଏକତା ଏବଂ ସାମାଜିକ ସଂହତି, କୃତ୍ରିମ ବୁଦ୍ଧିମତ୍ତା ଏବଂ ସାହିତ୍ୟ ସୃଷ୍ଟି ଇତ୍ୟାଦି ବିଷୟରେ  ଲେଖକ ଓ ବିଶେଷଜ୍ଞମାନେ ଆଲୋଚନା କରିଥିଲେ। ଭାରତୀୟ ସାହିତ୍ୟ ପରମ୍ପରା: ଐତିହ୍ୟ ଏବଂ ବିକାଶ ଶୀର୍ଷକ ଜାତୀୟ ଆଲୋଚନାଚକ୍ରର ଶେଷ ଦିନରେ ଭାରତୀୟ କବିତା, ଦଳିତ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସାହିତ୍ୟ ଉପରେଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହି ଅଧିବେଶନଗୁଡ଼ିକର ଅଧ୍ୟକ୍ଷତା କରିଥିଲେ ବିଶ୍ୱନାଥ ପ୍ରସାଦ ତିୱାରୀ, ଶ୍ୟୋରାଜ ସିଂହ ବେଚୈନ ଏବଂ ବିଷ୍ଣୁ ଦତ୍ତ ରାକେଶ । ଏଥିସହିତ ବହୁଭାଷୀ କବି ସମ୍ମିଳନୀ ଏବଂ ଗଳ୍ପ ପାଠର ତିନୋଟି ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ଓ ରେଖାଚିତ୍ର ଏବଂ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ୧୫ଟି ସ୍କୁଲର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ୧୨ ଜଣ କୃତି ଛାତ୍ରଛାତ୍ରୀ ପୁରସ୍କୃତ କରାଯାଇଥିଲା। ପ୍ରସିଦ୍ଧ ବଙ୍ଗଳା ଲେଖକ ସୁବୋଧ ସରକାରଙ୍କ ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ 'ଲେଖକଙ୍କ ସହ ସାକ୍ଷାତ' ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ, ତାଙ୍କର

ପୁରସ୍କାରପ୍ରାପ୍ତ ବଙ୍ଗଳା କବିତା ସଂଗ୍ରହ 'ଦ୍ୱୈପାୟନ ସରୋବର କେ କିନାରେ'ର ହିନ୍ଦୀ ଅନୁବାଦ ସାହିତ୍ୟ ଏକାଡେମୀର ବିଶିଷ୍ଟ ସଦସ୍ୟ ଏବଂ ପୂର୍ବତନ ସଭାପତି ବିଶ୍ୱନାଥ ପ୍ରସାଦ ତିୱାରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ପୁସ୍ତକର ଅନୁବାଦକ ଅମ୍ରିତା ବେରା ଏବଂ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ଏସିଆର ଏହି ସର୍ବବୃହତ ସାହିତ୍ୟ ମହୋତ୍ସବରେ ଛଅ ଦିନରେ ୭୦୦ ରୁ ଅଧିକ  ଲେଖକ ଏବଂ ବିଦ୍ୱାନ ଯୋଗ ଦେଇ ଉତ୍ସବକୁ ସଫଳ କରିଥିଲେ। ୧୦୦ରୁ ଅଧିକ ଅଧିବେଶନରେ ଅଂଶଗ୍ରହଣ  ଦେଶର ୫୦ ରୁ ଅଧିକ ଭାଷାର ପ୍ରତିନିଧିତ୍ୱ ହୋଇଥିଲା। ଏହି ଉତ୍ସବର ବିଭିନ୍ନ ଅଧିବେଶନରେ ଓଡିଶାର ଅନେକ ପ୍ରତିଷ୍ଠିତ ଏବଂ ଯୁବ ଲେଖକ ଲେଖିକା ଯୋଗ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତଲମା ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ;   30-Jun-2026
  ଜିଲ୍ଲା  
କନବାର ରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   30-Jun-2026
  ଜିଲ୍ଲା  
କ୍ରସରର ନିର୍ଗତ ପ୍ରଦୂଷଣ ଓ ଧୂଳିଗୁଣ୍ଡ ସମସ୍ୟାକୁ ନେଇ ଭାଲୁପାଳି ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର(ବନ୍ଦ ନହେଲେ ଆନ୍ଦୋଳନ )   30-Jun-2026
  ରାଜ୍ୟ  
ଟେପରେନ ଧବଳେଶ୍ୱର କଁଟା ମାଟିକାମରେ ଦୁର୍ନୀତି ♦️ ନରସିଂହଙ୍କୁ ଅଭିଯୋଗ କଲେ ସ୍ଥାନୀୟ ବିଜେପି ନେତା   30-Jun-2026
  ଜିଲ୍ଲା  
ତୁରେକେଲା ବ୍ଳକ ଶିକ୍ଷା କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ସଭା   30-Jun-2026
  ଜିଲ୍ଲା  
ନୂତନ ଏସ୍‌ଏମ୍‌ସି ଗଠନ ପାଇଁ ସିଆରସିସିଙ୍କ ବିଦ୍ୟାଳୟ ପରିଦର୍ଶନ   30-Jun-2026
  ଜିଲ୍ଲା  
ବରପାଲି ସ୍ଥିତ ଗଙ୍ଗାଧର ମେହର କ୍ଲବରେ ସ୍ୱର୍ଗତ ଭଗବାନସାହୁଙ୍କ ୯୬ ତମ ଜୟନ୍ତୀ ଉତ୍ସବ ପାଳିତ   30-Jun-2026
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   30-Jun-2026
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026

You Might Also Like