-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
11-Mar-2025
ବିନିକା(ହିମାଂଶୁ ଶେଖର ପୁଟେଲ): ସ୍କୁଟିରେ ଗଞ୍ଜେଇ ନେଇ ଯାଉଥିବା ସମୟରେ ପୋଲିସ ହାବୁଡ଼ରେ ପୋଲିସ ହୋମଗାର୍ଡ ସହ ଆଉ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି ବିନିକା ପୋଲିସ l ସୁବର୍ଣ୍ଣପୂର ଜିଲ୍ଲା ବିନିକା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ସ୍କୁଟିରେ ଦୁଇଜଣ ଯୁବକ ଯାଉଥିବା ସମୟରେ ପାପକ୍ଷୟ ରାସ୍ତାର ବିଦ୍ୟୁତ ଗ୍ରିଡ ନିକଟରେ ଅଟକାଇଥିଲେ l ପୋଲିସ ସ୍କୁଟି ଅଟକାଇବା ପରେ ସ୍କୁଟିରୁ 7 କେଜି 650 ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଦୁଇଜଣ ଜୁବକକୁ ଗିରଫ କରିଥିଲା l ଜଣେ ବ୍ୟକ୍ତି ସୁବର୍ଣ୍ଣପୁର ଥାନା ଧଉରାଖମର ଗ୍ରାମର ନିତ୍ୟାନନ୍ଦ ସାଣ୍ଡ ହୋଇଥିବା ବେଳେ ଅନ୍ୟ ବ୍ୟକ୍ତି ଜଣକ ହେଉଛନ୍ତି ପ୍ରଶାନ୍ତ ସାଣ୍ଢ ସୋନପୁର ପୋଲିସରେ ହୋମଗାର୍ଡ ଭାବରେ କାମ କରୁଛନ୍ତି l ପୋଲିସ ହୋମଗାର୍ଡ ପ୍ରଶାନ୍ତ ଶାଣ୍ଢ ଓ ନିତ୍ୟାନନ୍ଦ ସାଣ୍ଡ OD-G-6723 ଏକ୍ଟିଭା ସ୍କୁଟିରେ ଜଗନ୍ନାଥ ରୋଡ଼ ଦେଈ ବିନିକା ପଟକୁ ଆସୁଥିଲେ l ବିନିକା ଥାନାରେ
କେସ ନମ୍ୱର 38/2025 ଏକ ମାମଲା ରୁଜୁ କରି ଦୁଇ ଜଣ ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରିଛି l