-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
11-Mar-2025
ଆଗଲପୁର, (ପ୍ରେରଣା ଖବର) ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଆଗଲପୁର ପୋଲିସ ଜନୈକ ଯୁବକକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ତେଲେନପାଲି ଗ୍ରାମର ସ୍ବର୍ଗତ ଧରଣୀ ଗଡତ୍ୟାଙ୍କ ପୁଅ ବୁଲୁ(୨୮) । ଗତବର୍ଷ ଡ଼ିସେମ୍ବର ୩୦ ରେ ବୁଲୁ ଗ୍ରାମର ଜନୈକା ନାବାଳିକାକୁ ନେଇ ତାମିଲନାଡୁ ପଲାଇଥିଲା । ନାବାଳିକାଙ୍କ ପରିବାର ବର୍ଗଙ୍କ ଅଭିଯୋଗ କ୍ରମେ ପୋଲିସ ପୋକସୋ ଆକ୍ଟରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ କରି ରଖିଥିଲା । ଗତ ଜାନୁୟାରୀ ୨୭ ରେ ସଂପୃକ୍ତ ନାବାଳିକା ସହିତ ବୁଲୁ ତାମିଲନାଡୁ ରୁ ଫେରିଆସିବା ସହିତ ବରଗଡ଼ ବରାହଗୋଡା ସ୍ଥିତ ନାବାଳିକାର ସମ୍ପର୍କୀୟଙ୍କ ଘରେ ଝିଅକୁ ଛାଡ଼ି ଫେରାର ମାରିଥିଲା । ତେବେ ଅଭିଯୁକ୍ତ ବୁଲୁର ମୋବାଇଲ ଟ୍ରାକିଂ କରି ଆଜି ନଅଗାଁ(କ) ନିକଟସ୍ଥ କଣ୍ଠିପାଲି ଠାରୁ ଆଗଲପୁର ପୋଲିସ ବୁଲୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ବାସୁଦେବ ଭୋଇ ସୂଚନା ଦେଇଛନ୍ତି l