-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ରାଜ୍ୟ

ମିଲର୍ସ ଙ୍କ ପରେ ଏବେ ଠିକାଦାର ମାନଙ୍କ ସହ ବରଗଡରେ ବିଜେପିର ଟେଣ୍ଡର ଫିକ୍ସିଂ

11-Mar-2025



ବରଗଡ(ପ୍ରେରଣା ଖବର): ଗତ ୯ ତାରିଖ ଦିନ ବରଗଡ ଜିଲ୍ଲା ଠିକାଦାର ସଂଘ ଦ୍ବାରା ବରଗଡର ଯଦୁମଣି ପ୍ରଧାନ କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ବରଗଡ ଜିଲ୍ଲାର ସମସ୍ତ ବିଜେପି ବିଧାୟକ ଯୋଗଦେଇ ଗ୍ରାମ୍ଯଉନ୍ନୟନ ପି ଡବ୍ଲୁ ଡି, ଜଳ ସଂପଦ ତଥା ବିଭିନ୍ନ ବିଭାଗ ଦ୍ବାରା ବରଗଡ ଜିଲ୍ଲାରେ ହେଉଥିବା ଟେଣ୍ଡର ପ୍ରକ୍ରିୟାରେ ଭାଗନେଇ ଠିକାଦାର ମାନେ ଠିକା କାମକୁ ନିଜ ଭିତରେ ଭାଗବାଣ୍ଟି ୫ % ଅଧିକ ଦରରେ ଟେଣ୍ଡର ପେପର ଦାଖଲ କରିବା ପାଇଁ ନିଷ୍ପତ୍ତି ଶୁଣାଇଛନ୍ତି । ଏଠାରେ ପ୍ରକାଶଯୋଗ୍ଯ ଯେ ସାରା ଓଡ଼ିଶାରେ ୧୪ % ୯୯ ଲେସ୍ ରେ ଠିକାଦାର ମାନେ ଟେଣ୍ଡର ପେପର ଦାଖଲ କରିବା ପରେ ଲଟେରୀ ଜରିଆରେ ଠିକାଦାର ଚୟନ କରା ଯାଇଥାଏ । ବରଗଡରେ ୫ % ଅଧିକ ଦରରେ ଟେଣ୍ଡର ପେପର ଦାଖଲ କରି ଟେଣ୍ଡର ଫିକ୍ସିଂ ହେଲେ ବର୍ଷକୁ କେବଳ ବରଗଡ ଜିଲ୍ଲାରେ

ରାଜ୍ଯ ସରକାର ରାଜକୋଷ ରୁ ଅଧିକ ୧ ଶହ କୋଟି ଟଙ୍କା ଭରଣ କରିବେ । ବିଭିନ୍ନ ବିଭାଗ ଦ୍ବାରା କେବଳ ବରଗଡ ଜିଲ୍ଲାରେ ବର୍ଷକୁ ୫ ଶହ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ଟେଣ୍ଡର ଜରିଆରେ ଠିକା କାର୍ଯ୍ଯ ସଂପାଦନ ହୋଇଥାଏ । ୧ ଶହ କୋଟି ଟଙ୍କା ସିଧାସଳଖ ଅଧିକ ଟଙ୍କା ଠିକାଦାର ମାନଙ୍କ ପକେଟ୍ କୁ ଯିବ ତେବେ ଏକ ଗୁପ୍ତ ବୈଠକ ଜରିଆରେ ଏହି ଶହେ କୋଟି ଲାଭରୁ କାହାକୁ କେତେ ପିସି ଦିଆଯିବ ତାହା ମଧ୍ଯ ସ୍ଥିର ହୋଇଥିବା ଜଣା ଯାଇଛି । ତେବେ ସମସ୍ତ ଠିକାଦାର ଏହି ନିଷ୍ପତ୍ତି କୁ ଗ୍ରହଣ କରୁ ନଥିବା ଶୁଣିବାକୁ ମିଳୁଛି । ବିଜେଡି  ଠୁଁ ମଧ୍ଯ ବିଜେପି ନେତା ମାନେ ପିସି କାରବାରରେ ଯିତି ଯିବେ ବୋଲି ଲୋକ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଗତ ତା ୮ ୵ ୧୨ ୵ ୨୦୨୪ ରିଖ ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଇଛାପାଲି ଗାଁକୁ ଆସି ୫୦ ହଜାର ଚାଷୀଙ୍କ ଉପସ୍ଥିତିରେ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଅନୁଯାୟୀ ଚାଷୀଙ୍କୁ ପ୍ରତି କ୍ବିଣ୍ଟାଲରେ ଧାନରେ ୮ ଶହ ଟଙ୍କାର ଇନପୁଟ ସବସିଡ ଡିବିଟି ଜରିଆରେ ଚାଷୀଙ୍କ ଏକାଉଣ୍ଟ କୁ ପଠାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ସମାବେଶ ସଂପୂର୍ଣ୍ଣ

ଭାବରେ ରାଜ୍ଯ ସରକାରଙ୍କ ଦ୍ବାରା ଆୟୋଜିତ କରାଯାଇଥିବା ବେଳେ ଓ ରାଜ୍ଯ ସରକାର ୨ କୋଟି ଟଙ୍କାର ଖର୍ଚ୍ଚ କରିଥିବା ସତ୍ତ୍ବେ ଜିଲ୍ଲାର ବିଜେପି ବିଧାୟକ ଜିଲ୍ଲାର ମିଲର୍ସ ମାନଙ୍କ ଠାରୁ ପ୍ରତି ରାଇସ ମିଲ ପିଛା ୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରେ ଖର୍ଚ୍ଚ ପାଇଁ ପ୍ରାୟ ୧ କୋଟି ଟଙ୍କା ଅସୁଲି କରି ନେଇଥିବା ବିଭିନ୍ନ ସମ୍ବାଦପତ୍ର ରେ ପ୍ରକାଶିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ କାର୍ଯ୍ୟକ୍ରମରେ ମିଲର୍ସ ମାନେ ଚାନ୍ଦା  ଦେଇଥିବାରୁ ଜିଲ୍ଲାର ଧାନ କିଣାବିକା ରେ ସମସ୍ତ ମଣ୍ତିରୁ  ୫ /୬ କେଜି ଧାନ 
 କଟନି ଛଟନି କରି ମିଲର୍ସ ମାନେ ଧାନ କିଣି ଭଲ ଦୁଇ ପଇସା ଆୟ କରିଥିଲେ । ୮ ଶହ ଟଙ୍କା ପ୍ରତି କ୍ବିଣ୍ଟାଲରେ ଚାଷୀ ମାନେ ଇନପୁଟ ସବସିଡ ଜରିଆରେ ଅଧିକ ପାଇଥିବାରୁ କଟନି ଛଟନି ହେଲେ ମଧ୍ଯ ଚାଷୀ ମାନେ ଏବର୍ଷ ବିଶେଷ ପ୍ରତିକ୍ରିୟା କଲେ ନାହିଁ । କଟନି ଛଟନି ଜରିଆରେ ମିଲର୍ସ ମାନେ କେବଳ ବରଗଡ ଜିଲ୍ଲାରେ ୫୦ କୋଟିର ଲାଭରେ ରହିଲେ । ତେବେ ଯଦି ଏଭଲି ଚାଲେ ତେବେ ବିଜେପି ସରକାରର ଗତି କୁଆଡେ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like