-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
08-Mar-2025
ବଲାଙ୍ଗିର(ପ୍ରେରଣା ଖବର): ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମାଗଣା ଆତ୍ମରକ୍ଷା ତାଲିମ ଶିବିର ଆୟୋଜନ ବଲାଙ୍ଗିର ଟିକ୍ରାପଡା ସ୍ଥିତ ବି ଏସ ଏରୋବିକ ଓ ଫିଟନେସ ଦ୍ୱାରା ଆୟୋଜନ କରାଯାଇଛି l ଏହି ଅନୁଷ୍ଠାନ ର ନିର୍ଦେଶିକା ସୁଶ୍ରୀ ସ୍ଵାତି ପଟ୍ଟନାୟକ ଏକ ନିଃଶୁଳ୍କ ତାଲିମ ଶିବିର ଆୟୋଜନ କରି ଶତାଧିକ ମହିଳାଙ୍କୁ ଆତ୍ମରକ୍ଷା ତାଲିମ
ପ୍ରଦାନ କରି ସମାଜ ର ଅସାମାଜିକ ତତ୍ତ୍ୱ ଙ୍କ ବିରୁଦ୍ଧରେ ନିଜର ଆତ୍ମରକ୍ଷା ତଥା ମହିଳା ସମାଜର ରକ୍ଷା ପାଇଁ ନିଜକୁ ଗଢି ତୋଳିବା ପାଇଁ ଉଦବୋଧନ ଦେଇଥିଲେ l ଆଜି ସଂନ୍ଧ୍ୟା ରେ ଆନ୍ତର୍ଜାତୀୟ ମହିଳା ଦିବସ ଏହି ଅନୁଷ୍ଠାନରେ ଶତାଧିକ
ମହିଳାଙ୍କ ସମାବେଶରେ କେକ କାଟି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରିଥିଲେ l ସମବେତ ମହିଳାମାନେ ସମାଜର ଉନ୍ନତି ପାଇଁ ନିଜକୁ ଉର୍ତ୍ସର୍ଗୀକୃତ କରିବା ପାଇଁ ଶପଥ ପାଠ କରିଥିଲେ l ଏହି ଅନୁଷ୍ଠାନର ସମସ୍ତ ସଭ୍ୟା ମାନେ ଏହି କାର୍ଯ୍ୟକ୍ରମ ମାନ ଆୟୋଜନ କରିବାରେ ସହାୟତା କରିଥିଲେ l