-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||     

HOME   ଜିଲ୍ଲା

ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ପ୍ରଦାନ ସମାରୋହ; ଭାଷାଗତ ବିବିଧତା ବଜାୟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ - ମହେଶ ଦତ୍ତାନୀ

08-Mar-2025



ନୂଆଦିଲ୍ଲୀ(ପ୍ରେରଣା ଖବର): ସାହିତ୍ୟୋତ୍ସବର ଦ୍ବିତୀୟ ଦିବସରେ ନୂଆଦିଲ୍ଲୀ ସ୍ଥିତ କମାନି ପ୍ରେକ୍ଷାଳୟରେ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମାରୋହରେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଛନ୍ତି ବିଶିଷ୍ଟ ଓଡିଆ ଲେଖକ ପ୍ରଫେସର ବୈଷ୍ଣବ ଚରଣ ସାମଲ। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଇଂରାଜୀ ନାଟ୍ୟକାର ମହେଶ ଦତ୍ତାନୀ। ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଏକାଡେମୀର ଉପାଧ୍ୟକ୍ଷ ପ୍ରଫେସର କୁମୁଦ ଶର୍ମା ସମାପନୀ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ମହେଶ ଦତ୍ତାନୀ କହିଥିଲେ ଯେ ଲେଖକମାନେ ଶବ୍ଦର କାରିଗର ଏବଂ ଆମ ଦେଶର ଭାଷାଗତ ବିବିଧତାକୁ ସଂରକ୍ଷଣ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ବିବିଧତା ଆମର ଜାତୀୟ ପରିଚୟ । ଏହାକୁ ବଜାୟ ରଖିବା ଏବଂ ସଂରକ୍ଷଣ କରିବା ଗୁରୁତ୍ୱପୂର୍ଣ୍ଣ। ଭାଷାଗତ ବିବିଧତାକୁ ସଂରକ୍ଷଣ କରିବାରେ ଅନୁବାଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସେ ସୂଚାଇଥିଲେ। ସଭାପତିତ୍ୱ ଭାଷଣରେ ମାଧବ କୌଶିକ କହିଥିଲେ ଯେ ଏକାଡେମୀର ୭୦ ବର୍ଷର ଇତିହାସ ପାଇଁ ଆମେ ଗର୍ବ କରିବା ଉଚିତ ଯେ ଆଜି ଆମେ ବିଶ୍ୱର ସବୁଠାରୁ ବଡ଼ ପ୍ରକାଶନ ସମୂହ ମଧ୍ୟରୁ ଗୋଟିଏ। ଯେକୌଣସି ଦେଶର ପରିଚୟ ସ୍ୱରୂପ ଭାଷାଗତ ବିବିଧତାକୁ ଏଠାରେ ସମ୍ପୂର୍ଣ୍ଣ ଏକତା ଭାବରେ ଦେଖାଯାଇପାରିବ। ଆମେ ସାହିତ୍ୟିକଙ୍କୁ ପ୍ରଜାପତି ବୋଲି କହିଥାଉ କାରଣ ସେମାନେ ଏକ ସମାନ୍ତରାଳ ବିଶ୍ୱ ସୃଷ୍ଟି କରନ୍ତି।  ସାହିତ୍ୟିକମାନଙ୍କର ସମ୍ବେଦନଶୀଳତାର ପରିସର ବହୁତ ବିସ୍ତୃତ। ସାହିତ୍ୟୋତ୍ସବ ତଥା  ପୁରସ୍କାର ପ୍ରଦାନ ସମାରୋହ ଭାରତୀୟ ସୃଜନଶୀଳତାର ଏକ ଉତ୍ସବ। ସାହିତ୍ୟ ଏକାଡେମୀର ଉପାଧ୍ୟକ୍ଷ କୁମୁଦ ଶର୍ମା ସମାପନୀ ବକ୍ତବ୍ୟରେ କହିଥିଲେ ଯେ ଲେଖକ ଜଣେ ସାଧକ।  ଲେଖାର ପ୍ରକ୍ରିୟାରେ ସେ ସବୁକିଛି ଭୁଲି ସମାଜର ଉନ୍ନତି ପାଇଁ ଅନେକ ରଙ୍ଗ ବିସ୍ତାର କରନ୍ତି କିନ୍ତୁ ତହିଁରେ ସର୍ବୋତ୍ତମ ରଙ୍ଗ ହେଉଛି ମାନବିକତା। ପ୍ରାରମ୍ଭରେ ସ୍ୱାଗତ ଭାଷଣରେ ସାହିତ୍ୟ ଏକାଡେମୀର ସଚିବ କେ. ଶ୍ରୀନିବାସରାଓ କହିଥିଲେ ଯେ ପ୍ରତ୍ୟେକ ପୁରସ୍କାର ଲେଖକଙ୍କୁ ଶକ୍ତି ପ୍ରଦାନ କରେ ଏବଂ ତାଙ୍କୁ ଏକ ବୃହତ ପାଠକ ସମାଜ ସହ ଯୋଡେ। ସମାରୋହରେ ୨୨ ଜଣ ସାହିତ୍ୟିକଙ୍କୁ ପୁରସ୍କୃତ କରିଥିଲେ ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକ। ପୁରସ୍କାର ପ୍ରାପକମାନେ ହେଲେ ସମୀର ତାନ୍ତି (ଅହମିଆ), ଅରୁଣ ରାଜା ବସୁମତାରି (ବୋଡୋ), (ସ୍ୱର୍ଗତଃ) ଚମନ ଲାଲ ଆରୋରା (ଡୋଗ୍ରୀ), ଇସ୍ତେରେନ କିରେ (ଇଂରାଜୀ), ଦିଲୀପ ଝଭେରୀ (ଗୁଜୁରାଟୀ), ଗଗନ ଗିଲ (ହିନ୍ଦୀ), କେ.ଭି. ନାରାୟଣ (କନ୍ନଡ), ସୋହନ କାଉଲ (କଶ୍ମିରୀ), ମୁକେଶ ଥଲି (କୋଙ୍କଣୀ), ମହେନ୍ଦ୍ର ମଲାଙ୍ଗିଆ (ମୈଥିଳି), କେ. ଜୟକୁମାର

(ମାଲୟାଲମ) ହାଓବାମ୍ ସତ୍ୟବତୀ ଦେବୀ (ମଣିପୁରୀ), ସୁଧୀର ରସାଲ (ମରାଠୀ), ଯୁବା ବରାଳ 'ଅନନ୍ତ' (ନେପାଳୀ), ବୈଷ୍ଣବ ଚରଣ ସାମଲ (ଓଡ଼ିଆ), ପାଲ କୌର (ପଞ୍ଜାବୀ), ମୁକୁଟ ମଣିରାଜ (ରାଜସ୍ଥାନୀ), ଦୀପକ କୁମାର ଶର୍ମା (ସଂସ୍କୃତ), ମହେଶ୍ୱର ସୋରେନ (ସାନ୍ତାଳୀ), ହୁନ୍ଦରାଜ ବଲୱାନୀ (ସିନ୍ଧି), ଏ.ଆର. ଭେଙ୍କଟଚଲାପଥୀ (ତାମିଲ) ଏବଂ ପେନୁଗୋଣ୍ଡା ଲକ୍ଷ୍ମୀନାରାୟଣ (ତେଲୁଗୁ)।  କନ୍ନଡ ଭାଷାର ପୁରସ୍କାର ବିଜେତା ଅନୁପସ୍ଥିତ ଥିବା ବେଳେ ବଙ୍ଗଳା ଭାଷାର  ପୁରସ୍କାର ଘୋଷଣା କରାଯାଇ ନଥିଲା। ଡୋଗ୍ରୀ ଭାଷାର ପୁରସ୍କାର ଗ୍ରହଣ କରିଥିଲେ ପ୍ରାପକଙ୍କ ଝିଅ।  ଇଂରାଜୀ ଭାଷାର ପୁରସ୍କାର ବିଜେତାଙ୍କ ପ୍ରତିନିଧି ଗ୍ରହଣ କରିଥିଲେ। ସମାରୋହ ଶେଷରେ ରାକେଶ ଚୌରାସିଆ ବଂଶୀବାଦନ ସମସ୍ତଙ୍କ ମନ ମୋହି ନେଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026

You Might Also Like