-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
19-Feb-2025
(ଡୋଲେଶ୍ୱର ବାଗ )
ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କମଳ ସିଂ ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୋଡ଼େନ କ୍ଷଣପ୍ରଭା ପାଣିଗ୍ରାହୀ , ବିଶିଷ୍ଟ ଅତିଥି ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ ଖମାରୀ, ମୁଖ୍ୟ ବକ୍ତା ଭାବେ ଆକାଶବାଣୀ, ଦୂରଦର୍ଶନ ଉଦଘୋଷିକା ମିତା ପଟ୍ଟନାୟକ, ସମ୍ମାନୀତ ଅତିଥି ମହୁଲପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୈରହରି ମେହେର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ହଂସ ମଞ୍ଚାସିନ ହୋଇଥିଲେ ।
ଦେବପୂଜନ ସହ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ବିଦ୍ୟାଳୟ ତଥା ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାର ପରିସ୍ଫୁଟ ପାଇଁ ବାର୍ଷିକ ଉତ୍ସବର ଗୁରୁତ୍ବ ଓ ଶିକ୍ଷାର ମହତ୍ତ୍ଵ ସଂପର୍କରେ ସମସ୍ତ ଅତିଥି ଓ ବକ୍ତା ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ବିଭିନ୍ନ ବିଭାଗର କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଥିଲା । ଶେଷରେ ଶିକ୍ଷାର୍ଥୀମାନଙ୍କ ଦ୍ବାରା କ୍ଷୁଦ୍ର ନାଟକ-ଦାଦନ ଓ ସହିଦ ମାଧୋ ସିଂ ନାଟକ ଅଭିନୟ କରି ଦର୍ଶକଙ୍କ ମନକୁ ଆକୃଷ୍ଟ କରିପାରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଡିସମ୍ବର ମେହେର ପରିଚାଳନା କରୁଥିବା ବେଳେ ସେବିକା ଜ୍ୟୋସ୍ନାମୟୀ ଜଗତ ଧନ୍ୟବାଦ ଅର୍ପଣ କରିଥିଲେ