-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
18-Feb-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଶିବିର କୁ ନୂଆପଡ଼ା ଜିଲ୍ଲା ମହକୁମା ଠାରୁ ବହୁ ବିଶେଷଜ୍ଞ ଡାକ୍ତର ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ମାତ୍ରାଧିକ ଭିନ୍ନକ୍ଷମ ଭାଇ ଭଉଣୀ ମାନେ ଆସି ଥିବା ବେଳେ କେବଳ ଦିବ୍ୟାଙ୍ଗ ପ୍ରତିଶତ ବୃଦ୍ଧି ନେଇ ବ୍ୟାପକ ଭିଡ ପରିଲକ୍ଷିତ ହୋଇଅଛି। ଗତ ନଭେମ୍ବର ମାସରେ ଏହି ଶିବିର ଖଡିଆଳ ବ୍ଲକ ବାଦି ଗ୍ରାମ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର କେବଳ ନୂତନ ରୂପେ ଦିବ୍ୟାଙ୍ଗ ଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବେଳେ ସମସ୍ତେ ଆସିବାରୁ ପ୍ରାଥମିକ ପର୍ଯ୍ୟାୟ ରେ ଅନେକ ସମସ୍ୟା ଦେଖାଯାଇଥିଲା। ପରେ ସୁଧାର ଆସିଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ରମ ଆସନ୍ତା ଦିନରେ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇବାରୁ କୌଣସି ବ୍ୟକ୍ତି ବଞ୍ଚିତ ହେବେ ନାହିଁ ବୋଲି ପ୍ରକାଶ କରିଛନ୍ତି।