-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
18-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୈନା ତୋରା ସ୍ଥିତ ହୀରାଧର ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ମନ ସ୍ଥିର ଓ ଧୈର୍ଯ୍ୟ ର ସହ ଆଗାମୀ ମ୍ୟାଟ୍ରିକ ପରୀକ୍ଷା ର ସମ୍ମୁଖୀନ ହେବାକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରାମର୍ଶ ଦେଇଥିଲେ ।ପ୍ରଧାନ ଶିକ୍ଷକ ବାବୁଲାଲ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ମ୍ୟାଟ୍ରିକ ପରୀକ୍ଷା ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ପ୍ରଦାନ କରାଯାଇଥିଲା ।ବରିଷ୍ଟ ଶିକ୍ଷକ ଓକିଲ ଭୋଇ ସୋମ ନାଥ କିଶନ ,କଷ୍ଟ ସାହୁ,ଅସୀମ ସାହୁ,ବୃନ୍ଦାବନ ଠେ ଠୁ ଆର୍ ,ପ୍ରଦୋଷ କୁମାର ପ୍ରଧାନ,ରାମ କୁମାର ନାଏକ,ସବିତା ପ୍ରଧାନ ନରେଶ ଶା ,ଆଶିଷ ବାରିକ ପ୍ରମୁଖ ବିଭିନ୍ନ ବିଷୟ ଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା ର ସମ୍ମୁଖୀନ ହେବା ଓ ସଫଳତା ଅର୍ଜନ କରିବା ସମ୍ବନ୍ଧ ରେ ଅବଗତ କରାଇଥିଲେ ।ଏହି ଅବସର ରେ ନବମ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଧନା ପ୍ରଦାନ କରିଥିଲେ ।ଶିକ୍ଷକ ମାଧବ ପାଣ୍ଡେ ଧନ୍ୟବାଦ୍ ଅର୍ପଣ କରିଥିଲେ ।