-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
16-Feb-2025
ବଲାଙ୍ଗୀର(ପ୍ରେରଣା ଖବର): ଓଡ଼ିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ତରଫରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠବର୍ଗର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେବିଭିନ୍ନ ବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ବର୍ଗରେ ପୃଥ୍ୱୀରାଜ ହାଇସ୍କୁଲର ଅର୍ଜୁନ କବାଟ ପ୍ରଥମ, ପୃଥ୍ୱୀରାଜ ହାଇସ୍କୁଲର ଆୟୁଷ ବାରିକ ଦ୍ଵିତୀୟ, ବିଶ୍ଵତ୍ମା ବିଦ୍ୟାମନ୍ଦିର ସୃତି ସାମନ୍ତ ତୃତୀୟ ସେହିପରି କନିଷ୍ଠ ବର୍ଗରେ ଏକାଡେମୀ ହାଇଟସ୍ ର ମିଥିଲେଶ କୁମାର ବେହେରା ପ୍ରଥମ, ବିଶତ୍ମା ବିଦ୍ୟା ମନ୍ଦିରର ସୌମ୍ୟ ରଞ୍ଜନ ସାହୁ ଦ୍ଵିତୀୟ, ସରକାରୀ ବାଳିକା ବିଦ୍ୟାଳୟର ରଶ୍ମୀତା ମେହେର ତୃତୀୟ ଓ ଶାନ୍ତ୍ବନା ମୂଳକ ପୁରସ୍କାର ଭାବେ ହର୍ଷିତା ସିଂହ, ବିଜୟ ଗୁଡିୟା,ନୈନା ପାତ୍ର ପୁରସ୍କୃତ ହୋଇଛନ୍ତି। ଆଜି ଏହି କାର୍ଯ୍ୟକ୍ରମର ପୁରସ୍କାର ବିତରଣରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ଅଧକ୍ଷ ଗଣେଶ ପ୍ରଧାନ ଯୋଗ ଦେଇ ଥିଲେ ଓ ବିଚାରକ ଭାବେ ରୁଦ୍ରଦେବ ପ୍ରଧାନ, ମହେନ୍ଦ୍ର ମଲ୍ଲିକ ଓ ଅଶ୍ୱିନୀ ରଥ ଯୋଗ ଦେଇ ଥିଲେ । ଏହି ସଭାକୁ ସ୍ଵାଗତ କରିଥିଲେ ବ୍ୟାସଦେବ ନନ୍ଦ । ଭୂମିକାର ସଭାପତି ବିରେନ୍ଦ୍ର ବଞ୍ଛୋର୍, ପ୍ରତିଯୋଗିତାର ଆବାହକ ପ୍ରଭାସ ଷଡଙ୍ଗୀ ଓ ଭୂମିକା ର ସମ୍ପାଦକ ଜିତେନ୍ଦ୍ରିୟ ତ୍ରିପାଠୀ ମଞ୍ଚାସୀନ ଥିଲେ। ଭୂମିକା ପରିବାରର ସଦସ୍ୟ ଚିତ୍ତରଞ୍ଜନ ଦାଶ, ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ରାଜେନ୍ଦ୍ର ମିଶ୍ର, ନୟନ ମହାନ୍ତି, ରାଜୀବଲୋଚନ ଆଚାର୍ଯ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ସଭା ଶେଷରେ ଜିତେନ୍ଦ୍ରିୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।