-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
16-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଆୟୋଜିତ ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଅଧିନରେ ଯାଉଥିବା ଜାରିଂ ଗ୍ରାମର ଚାଷୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ଖମାରୀ ଏବଂ ଧୂମାପାଲି ଗ୍ରାମର ରୋହିତ ବରିହା ଙ୍କୁ ଭୁବନେଶ୍ବର ସ୍ଥିତ ବରମୁଣ୍ଡା ବିଜୁପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁପାଳନ ବିଭାଗୀୟ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ସମ୍ବର୍ଦ୍ଧିତ କରିଛନ୍ତି। ଏପରିପ୍ରେକ୍ଷୀରେ ଡୋଡାଲ ଅଫିସର, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼.ଗିରିଷ ଚନ୍ଦ୍ର ମାଥୁର ତଥା ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସଞ୍ଜିବ ସାହୁଙ୍କ ସମେତ ୧୩ ଜଣ ଚାଷୀ ଏହି ସମାବେଶର ଯୋଗଦାନ କରିଥିଲେ।ଏଇ ଦୁଇଜଣ କ୍ଷୁଦ୍ର ଚାଷୀଙ୍କ ମନୋବଳ ବଢିବା ସଙ୍ଗେ ସଙ୍ଗେ ଅଞ୍ଚଳର ଚାଷୀମାନଙ୍କ ମହଲରେ ବେଶ୍ ଖୁସିର ଲହର ଖେଳିଯାଇଛି।