-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
16-Feb-2025
ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଆଶ୍ରମ ସ୍କୁଲରେ ଜୈବ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଇକୋ କ୍ଲବ ଶିକ୍ଷକ ଉଚ୍ଛବ ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ପ୍ରକୃତି ବନ୍ଧୁ ନୀଳକଣ୍ଠ ସା, ମୁଖ୍ୟ ବକ୍ତା ଭାବେ ସରକାରୀ ହାଇସ୍କୁଲ ବଡ଼ମାଳର ପ୍ରଧାନଶିକ୍ଷକ ପ୍ରକୃତି ବନ୍ଧୁ ଅଶୋକ ଡନସନା, ସମ୍ମାନିତ ଅତିଥି ଭାବରେ
ପରିବେଶବିତ ସଞ୍ଜୟ ଖମାରୀ, ଭଟଲି ବନାଞ୍ଚଳ ଅଧିକାରୀ ରାଜେନ୍ଦ୍ର ସିଂ, ସାମ୍ବାଦିକ ନରସିଂହ ଚରଣ ସାହୁ ଏବଂ ସାମ୍ବାଦିକ ପବିତ୍ର ମେହେର ଯୋଗ ଦେଇଥିଲେ। ଅତିଥିବୃନ୍ଦ ବାଗଦେବୀ ମା ସରସ୍ଵତୀ ନିକଟରେ ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ପରିବେଶବିତ୍
ସଞ୍ଜୟ ଖମାରୀଙ୍କ ଆହ୍ଵାନ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରକୃତିପ୍ରେମୀ ଶିକ୍ଷକ ଉଚ୍ଛବ ଭୁଏ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଅତିଥବୃନ୍ଦ "ଜୈବ ବିବିଧତାର ସଂରକ୍ଷଣ" ଶୀର୍ଷକ ପ୍ରସଙ୍ଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଅଭ୍ୟାସକୁ ଅନୁସରଣ କରିବା ପାଇଁ ଇକୋ କ୍ଲବ ମାଷ୍ଟର ଟ୍ରେନର ଶ୍ରୀ ଖମାରୀ ସମସ୍ତଙ୍କୁ ଶପଥପାଠ କରାଇଥିଲେ। ଏଥିରେ ବିଦ୍ୟାଳୟର ଇକୋ କ୍ଲବ ଓ ବିଜ୍ଞାନ କ୍ଲବର ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।