-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
15-Feb-2025
ଅତାବିରା(ଆକାଶ ମିଶ୍ର): ମାଟିର କଣ୍ଢେଇ ପରିବେଶ-ମିତ୍ର, ଜୈବ ଅବକ୍ଷୟ ଯୋଗ୍ୟ ଏବଂ ପାରମ୍ପରିକ ଶିଳ୍ପକୁ ସଂରକ୍ଷଣ କରିବାରେ ସାହାଯ୍ୟ କରେ । କୌଣସି ସ୍ଥାନର ସଂସ୍କୃତିକୁ ପ୍ରକାଶ କରିବାରେ ମାଟି କଣ୍ଢେଇ ଏକ ଉପଯୁକ୍ତ ମାଧ୍ୟମ । ଏହାରୁ ଦୃଷ୍ଟିରେ ରଖି ଲହଣ୍ଡା ଗ୍ରାମରେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ଶ୍ରୀମତୀ ସ୍ନିଗ୍ଧା ପଣ୍ଡା ମାଟି କଣ୍ଢେଇ ତିଆରି କରିବା ଶିଖାଇ ଥିଲେ । ପିଲାମାନେ ନିଜେ କଣ୍ଢେଇ ତିଆରି କରି ସେଥିରେ ରଙ୍ଗ ଦେଇ ନିଜର ସୃଜନଶୀଳତାର ପରିଚୟ ଦେଇ ଥିଲେ I ଏପରି କାର୍ଯ୍ୟଦ୍ଵାରା ପିଲାମାନଙ୍କର ହାତର କୌଶଳ ଏବଂ ବୌଦ୍ଧିକ ବିକାଶ ପ୍ରାକୃତିକ ଭାବରେ ଘଟିଥାଏ ବୋଲି ସେ ପ୍ରକାଶ କରିଥିଲେ । ଗ୍ରାମବାସୀମାନେ ଏହିପରି ଏକ ବୟସ ଉପଯୋଗୀ ପ୍ରୟୋଗାତ୍ମକ କାର୍ଯ୍ୟକୁ ଅନେକ ପ୍ରଶଂସା କରିଥିଲେ ।