-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
13-Feb-2025
ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା କ୍ଲୁଷ୍ଟରସ୍ତରୀୟ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ପିପଲବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଶ୍ରୀ ପ୍ରମୋଦ କୁମାର ପଟେଲ ଙ୍କ ତତ୍ବାବଧାନରେ କ୍ଲୁଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ-ଶିକ୍ଷୟତ୍ରୀ ଯୋଗଦେଇ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ଶିକ୍ଷାର୍ଥୀଙ୍କ ମୌଳିକ ସାକ୍ଷରତା ତଥା ସଂଖ୍ୟା ଜ୍ଞାନର ଶିକ୍ଷଣ କାର୍ଯ୍ୟ ପରିଚାଳନା ପାଇଁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ଏହିପରି ସାମଗ୍ରୀର ବ୍ୟବହାର ଦ୍ଵାରା ଶିକ୍ଷ।ର୍ଥୀଙ୍କ ଶିକ୍ଷଣ ଆନନ୍ଦଦାୟକ, ଆଗ୍ରହଦ୍ଦୀପକ ହେବା ସଙ୍ଗେ ସଙ୍ଗେ ଶିକ୍ଷଣ ଦୀର୍ଘସ୍ଥାୟୀ ହୋଇପାରିବ । ଏହି କାର୍ମଶାଳାରେ ଶିକ୍ଷକ ତ୍ରିନାଥ ପାତ୍ର, ଇତିଶ୍ରୀ ଦାଶ, କଳ୍ପନା ପଟେଲ, ପ୍ରଣତୀ ପୁରୋହିତ, ସିପିକା ସ୍ଵାଇଁ , ସୁଜାତା ଦାସ, ରୀତା ଦାଙ୍ଗ, ଲିଲି ସାହୁ, ଶ୍ରଦ୍ଧାଞ୍ଜଳି ଭୋ, ପବିତ୍ର କୁମାର ଭାଟି,ବସନ୍ତ ରାଉତ, ମହାଦେବ ମହାକୁର ପ୍ରମୁଖ ଯୋଗ ଦେଇଥିଲେ।