-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
13-Feb-2025
ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ସାଉନ୍ତପୁର କ୍ଲୁଷ୍ଟରସ୍ତରୀୟ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସାଉନ୍ତପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଶ୍ରୀ ପ୍ରମୋଦ କୁମାର ପଟେଲ ଙ୍କ ତତ୍ବାବଧାନରେ କ୍ଲୁଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ-ଶିକ୍ଷୟତ୍ରୀ ଯୋଗଦେଇ ଶିଶୁ ବାଟିକା ରୁ ତୃତୀୟ ଶ୍ରେଣୀ ଶିକ୍ଷାର୍ଥୀଙ୍କ ମୌଳିକ ସାକ୍ଷରତା ତଥା ସଂଖ୍ୟା ଜ୍ଞାନର ଶିକ୍ଷଣ କାର୍ଯ୍ୟ ପରିଚାଳନା ପାଇଁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ଏହିପରି ସାମଗ୍ରୀର ବ୍ୟବହାର ଦ୍ଵାରା ଶିକ୍ଷ।ର୍ଥୀଙ୍କ ଶିକ୍ଷଣ ଆନନ୍ଦଦାୟକ, ଆଗ୍ରହଦ୍ଦୀପକ ହେବା ସଙ୍ଗେ ସଙ୍ଗେ ଶିକ୍ଷଣ ଦୀର୍ଘସ୍ଥାୟୀ ହୋଇପାରିବ । ଏହି କାର୍ମଶାଳାରେ ଶିକ୍ଷକ ଜୟଚନ୍ଦ୍ର ପଟେଲ, ବିଶ୍ଵ ପ୍ରସାଦ ପଢାନ, ପୂଜା ଦେହେରୀ, ଶ୍ରିଲିକା ବେହୁରା, ନମିତା ପ୍ରଧାନ , ସଂଯୁଷ୍ରୀ ନାଏକ, ଜ୍ୟୋତ୍ସ୍ନା ରାଣୀ ଭୋଇ, ମିନତି ସାହୁ, ପ୍ରବୀଣ କୁମାର ବାରିକ, ଜ୍ୟୋତ୍ସ୍ନା ପଟେଲ ,ଜିତେନ୍ଦ୍ରିୟ ପଟେଲ, ବସନ୍ତ କୁମାର ବେହେରା, ଚୌଧୁରୀ ତାଣ୍ଡି ପ୍ରମୁଖ ଯୋଗଦେଇଥିଲେ।