-+91-9937148622 |
prerana_bgr@rediffmail.com |
Tuesday 10th November 2026 |
R.N.I. Regd No. ODIODI/2010/46693
Breaking News
11-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ମାତୃତୀର୍ଥ ସ୍ଥିତ ଶ୍ରୀଅରଵିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବଣବିହାର ଅନୁଷ୍ଠିତ ହୋଇଯାଇଛି।ପୁଖାମୁଣ୍ଡା ଶ୍ରୀଶ୍ରୀ ଷଣ୍ଢେଶ୍ଵର ବାବା ଶିବ ମନ୍ଦିରରେ ଆୟୋଜିତ ବଣବିହାରରେ ସଭାପତି ଲୋକନାଥ ମେହେରଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା। କୋଷାଧ୍ୟକ୍ଷ ସୁଶ୍ରୀ ପ୍ରତିମା ଗୁରୁ, ସଂପାଦକ ଦେବାର୍ଚ୍ଚନ ସାହୁ, ପାଠ ଚକ୍ର ସଦସ୍ୟ ରାଜେଶ୍ଵର ବେହେରା ଓ ସଂଜୀବ କୁମାର ପଣ୍ଡା, ସଦସ୍ୟା କୁନ୍ତଳା ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଗୀତ, ଗଳ୍ପ କଥନ, କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ପରେ ଛାତ୍ରୀ ଛାତ୍ରମାନଙ୍କ ଦ୍ଵାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଶିକ୍ଷକ ଚୂଡାମଣି ତାଣ୍ଡି ସମାରୋହକୁ ସଂଯୋଜନା କରିଥିଲେ । ଅଧ୍ୟକ୍ଷ ବଳରାମ ସାହା ଧନ୍ୟବାଦ ଅର୍ପଣ କରିଥିଲେ।ପିଲାଏ ଶ୍ରୀଶ୍ରୀ ଷଣ୍ଢେଶ୍ଵର ମନ୍ଦିର ପରିଦର୍ଶନ ସହ ବରଗଛ ଓହଳରେ ଦୋଳି ଖେଳିବାର ମଜା ଉଠାଇଥିଲେ। ଶିକ୍ଷା କେନ୍ଦ୍ରର ସମସ୍ତ ଅପାଭାଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।