-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||     

HOME   ଜିଲ୍ଲା

ବିସ୍ତାପିତଙ୍କ ବ୍ୟଥା ଶୁଣୁ ନାହାନ୍ତି ସରକାର ଓ ପ୍ରଶାସନ ଆନ୍ଦୋଳନମୁହାଁ ହେବେ ବିସ୍ତାପିତ - ନରସିଂହ 

11-Feb-2025



ବଲାଙ୍ଗିର,- ଅସମ୍ପୁର୍ଣ୍ଣ ପ୍ରକଳ୍ପକୁ ପୂର୍ବତନ ସରକାର ଭୋଟ ଲୋଭରେ ଉଦ୍‌ଘାଟନ କଲେ । ଲୋକଙ୍କ ବୃହତ୍ତର ସ୍ୱାର୍ଥକୁ ଦେଖି ବିସ୍ତାପିତମାନେ ଅନେକ ସମସ୍ୟା ଥିଲେ ହେଁ ଚୁପ ରହିଲେ । ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ସବୁ ସମାଧାନର ପ୍ରତିଶୃତି ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ବିସ୍ତାପିତଙ୍କ ସମସ୍ୟା ଯଥା ପୁର୍ବଂ ତଥା ପରମ ରହିଛି । ଏପରି ସ୍ଥିତିରେ ଯଦି ବର୍ତ୍ତମାନର ସରକାର ଓ ପ୍ରଶାସନ ପୂର୍ବରୁ ଥିବା ସମସ୍ୟା ଗୁଡିକର ସମସ୍ୟା ସମାଧାନ ନ କରେ ତେବେ ବିଭିନ୍ନ ପୁର୍ନର୍ବାସ କଲୋନିରେ ରହୁଥିବା  ବିସ୍ତାପିତମାନେ ଆନ୍ଦୋଳନମୁହାଁ ହେବେ ବୋଲି ଆଜି ଝାଙ୍କରପାଲି ସ୍ଥିତ ଲୋୟର ସୁକତେଲ ପୁର୍ନର୍ବାସ କଲୋନିରେ ଲୋକଙ୍କ ସମସ୍ୟାକୁ ନେଇ ଆଲୋଚନା ପରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଏହାକୁ ନେଇ ଆହୁରି ମଧ୍ୟ କହିଛନ୍ତି ଯେ ସେ ବିଧାୟକ ଥିଲାବେଳେ ତତ୍‌କାଳିନ ପ୍ରଶାସନ ଏବଂ ପ୍ରକଳ୍ପ ଯନ୍ତ୍ରୀମାନେ ପୁର୍ନର୍ବାସ ଓ ଥଇଥାନକୁ ନେଇ ଅନେକ ପ୍ରତିଶୃତି ଦେଇଥିଲେ । ଯାହାକି ଆଜି ପର୍ଯ୍ୟନ୍ତ ସମାଧାନ ହୋଇନାହିଁ । ଯଦି ବି କିଛି ହୋଇଛି ସେଥିରେ ଦୁର୍ନିତି ହୋଇଥିବାର ଲୋକେ ଅଭିଯୋଗ କରୁଛନ୍ତି । ଉଦାହରଣସ୍ୱରୁପ ଝାଙ୍କରପାଲି ପୁର୍ନର୍ବାସ କଲୋନି ଲୋକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନରେ ବଲାଙ୍ଗିର ସଦର ବ୍ଲକ ପ୍ରଶାସନ ତରଫରୁ ଏକ ପୋଖରୀ ଖୋଳାଯାଇଛି । ଯେଉଁ ଥିରେ କି ଏହା ସିଂହଭାଗ ଅନୁଦାନ ବାଟମାରଣା କରି ଦୁର୍ନିତି ହୋଇଥିବା ସ୍ପଷ୍ଟ ଜଣାପଡୁଛି ବୋଲି ଅଭିଯୋଗ ଆସୁଛି । ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ

ହେଉନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି । ଛୋଟ ଛୋଟ ଛୁଆମାନଙ୍କ ପାଇଁ ଏକ ପ୍ରାଥମିକ ବିଦ୍ୟାଳୟ ବହୁ ଦିନରୁ ଦାବି ହେଉଛି । ପ୍ରଶାସନ ଓ ପ୍ରକଳ୍ପ ଅଧିକାରୀ ସ୍କୁଲ ପାଇଁ ସମ୍ମତି ପ୍ରଦାନ କରୁଥିଲେ ହେଁ ଦୁଇ ବର୍ଷ ହେଲା ସେ ସ୍କୁଲ ହୋଇନଥିବାରୁ ଛୋଟ ଛୋଟ ଛୁଆମାନେ ପାଠ ପଢିବା ପାଇଁ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଜି ପର୍ଯ୍ୟନ୍ତ ସ୍ଥାୟୀ ପିଇବା ପାଣି ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ପାଣି ବନ୍ଦୋବସ୍ତ ହୋଇପାରିନାହିଁ । ଏପରି କି କିଛି ବିସ୍ତାପିତଙ୍କ ମୁଣ୍ଡପିଛା ହେଉ କି ଫଳନ୍ତି ବୃକ୍ଷ ର କ୍ଷତିପୁରଣ ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏପରି ଅବ୍ୟବସ୍ଥାରେ ପୁର୍ନର୍ବାସ କଲୋନିରେ ବିସ୍ତାପିତମାନେ ଅସହାୟ ଅବସ୍ଥାରେ ପଡିରହିଛନ୍ତି । ତେଣୁ ଏପରି ପରିସ୍ଥିତି ଜାରି ରହେ ତେବେ ଆଗାମୀ ଦିନରେ ସମସ୍ତ ବିସ୍ତାପିତମାନେ ପୁଣି ଏକଜୁଟ ହୋଇ ଆନ୍ଦୋଳନମୁହାଁ ହେବେ ବୋଲି ଶ୍ରୀ ମିଶ୍ର ଙ୍କ ଆଗରେ ବିସ୍ତାପିତମାନେ ବିଷୋଦଗାର କରିଛନ୍ତି । ଆଜିର ଏହି ଆଲୋଚନା ସମୟରେ ଶ୍ରୀ ମିଶ୍ରଙ୍କ ସହ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ସରପଂଚ ସଂଜୟ ଗଡତ୍ୟା, ଡା. ରାଧାକାନ୍ତ ଭୋଇ, ଭରତ ସାହୁ, ମୀନକେତନ ଚାନ୍ଦ, ବିଷ୍ଣୁ ଛତ୍ରିଆ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026

You Might Also Like