-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ପାଟଣାଗଡ଼ ଉପଖଣ୍ଡ ରେ ଚେତାବନୀ ସମାବେଶ

10-Feb-2025



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ବ୍ଲକ ଓ ବେଲପଡା ବ୍ଲକ ର ସାଲେପାଲି, କପାଣି, ଗଙ୍ଗାସାଗର, ବାଲିପଟା, ସୋଲବନ୍ଧ, ମରୁଆଁ, ବଥର୍ଲା, ତେନ୍ତୁଳିମୁଣ୍ଡା ପଞ୍ଚାୟତର ସାଲେପାଲି, ରହେନମାଲ, କରଲାମାଲ, ଚକାମାଲ, ତୁର୍ଲାମାଲ, ନୀଳିଯିବାହାଲ, କଲଙ୍ଗାପାଲି, ବାଲିପଟା, ଚୁଲାଦର୍ହ, ଫୁଡ଼ୁକୁପଡା, ଖଲିଆ, ସୋଲବନ୍ଧ, ବିଛିଲିବାହାଲ, ବିଲେଇସାଥି, ବଥର୍ଲା, ଝୁଲେନବର, କପାଣି, ଡୁଙ୍ଗୁରିଗୁଡ଼ା, ମୁଣ୍ଡୋଦର୍ହ ଗ୍ରାମରେ ଖଣି ଖନନ ପାଇଁ ସୋସିଏଲ ମିଡିଆରେ ଏକ ଚିଠି ଭାଇରଲ ହେଉଛି | ବର୍ତମାନ ଏହି ଅଞ୍ଚଳର ଜନସାଧାରଣଙ୍କ ମନରେ ଭୟର ବାତାବରଣ, ଆଶଙ୍କା ଦେଖା ଦେଇଛି | ପ୍ରକୃତରେ ଏହି ଅଞ୍ଚଳରେ ଖଣି ଖାଦାନ ହେଲେ ଏଠାକାର ଜନସାଧାରଣଙ୍କୁ ଭିଟାମାଟି ଛାଡିବାକୁ ପଡ଼ିବ, ପୂର୍ବ ପୁରୁଷରୁ ରହିଥିବା ଗାଁ ଗାଁ ମଧ୍ୟରେ, ପରିବାର ପରିବାର ମଧ୍ୟରେ ଭାଇଚାରା, ସ୍ନେହ ଶ୍ରଦ୍ଧା କ୍ଷୁର୍ଣ ହେବ, ପରିବେଶ ଦୂଷିତ ହେବ, ଜଳସ୍ଥର କମିଯିବ, ଅଞ୍ଚଳର ଜନସାଧାରଣ ବିଭିନ୍ନ ରୋଗ ଯନ୍ତ୍ରଣା ଭୋଗିବେ, ଜଙ୍ଗଳ ଧ୍ବଂସ ହୋଇଯିବ | ବିଗତ ଦିନରେ ଲୋୟର ଶୁକତେଲ ଡ୍ୟାମରେ କ୍ଷ୍ୟତିଗ୍ରସ୍ତ ଲୋକେ ଆଜି ଯାଏଁ ହକ ଅଧିକାର ରୁ ବଞ୍ଚିତ ରହିଛନ୍ତି, ଉଚିତ ଥଇଥାନ ଉଚିତ କ୍ଷତିପୂରଣ ପାଇ ନାହାନ୍ତି | ଭିଟାମାଟି ଛାଡ଼ି ଦାଦନ ହୋଇ ଯାଇଛନ୍ତି | ଏହି ଦୁଃଖ ଯନ୍ତ୍ରଣାକୁ ନିଜ ଆଖିରେ ଦେଖିଲା ପରେ ପୁଣି ଏହି ଅଞ୍ଚଳରେ ଖଣି ଖନନକୁ ସହଜରେ ଗ୍ରହଣ କରି ହେଉନି  | ହୀରାକୁଦ ଡ୍ୟାମ, ତିଖାଳି ଡ୍ୟାମ, ନିୟମଗିରି, ଗନ୍ଧମାର୍ଦନ ପର୍ବତ, କଳିଙ୍ଗ ନଗର, ଯାଜପୁର ଘଟଣାର ପୁନାରାବୃତି କରିବାକୁ ଦିଆଯିବ ନାହିଁ ବୋଲି ଆଜିର ଚେତାବନୀ ସମାବେଶରେ ନେତୃ ମଣ୍ଡଳୀ ଗର୍ଜି ଥିଲେ | ଉପସ୍ଥିତ  ଥିବା ସବୁ ୱାର୍ଡ ମେମ୍ବର,ସରପଞ୍ଚ ମାନେ ଗ୍ରାମ ସଭାରେ ଏହି ଅଞ୍ଚଳ ବିରୋଧୀ ନୀତିକୁ କୌଣସି ମତରେ ଅନୁମୋଦନ କରେଇ ଦେବୁ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ | ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମରେ ସଚେତନ ସଭା କରି ଆସନ୍ତା ମାର୍ଚ୍ଚ ମାସରେ ପାଟଣାଗଡ଼ରେ ଏକ ବିଶାଳ ଚେତାବନୀ ରେଲି କରିବା ପାଇଁ ନିଷ୍ପତ୍ତି ନିଆଗଲା | ଏହି ଅଞ୍ଚଳରେ କୌଣସି ହାଲତରେ ଶରୀରର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖି କମ୍ପାନୀ କିମ୍ବା ସରକାରକୁ ଜବାବ ଦେଇ ଆନ୍ଦୋଳନ କୁ ଜୋରଦାର କରିବା ପାଇଁ ଶପଥ ନେଇଥିଲେ | ଆଜି ଚକାମାଲ ଆମ୍ବ ବୁରେଇ ଠାରେ ଯୁବନେତା ଶ୍ରୀ ଗିରିରାଜ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ଅର୍ଜୁନ ସାହୁ ସଭାପତିତ୍ୱ କରିଥିବାବେଳେ ଭୁବନେଶ୍ୱର କୁଅଁର, ବାଲିପଟା ସରପଞ୍ଚ ପ୍ରଶାନ୍ତ କୁମାର ପୁରୋହିତ, ସୋଲବନ୍ଦ ସରପଞ୍ଚ ଶ୍ରୀମତୀ ରିତା ପାଣ୍ଡେ, ବଥର୍ଲା ସରପଞ୍ଚ ଶ୍ରୀମତୀ କବିତାଞ୍ଜଳି ସାହୁ, ସାଲେପାଲି ସରପଞ୍ଚ ଶ୍ରୀମତୀ ଡିଲେଶ୍ୱରୀ ଭୋଇ, ପୂର୍ବତନ ସରପଞ୍ଚ ଧୂବଲେଶ୍ୱର ଭୋଇ, ସୁବାସ ସିଂ, ଗନ୍ଧମାର୍ଦନ ଯୁବ ପରିଷଦ ସଭ୍ୟ ସନ୍ତୋଷ ପଧାନ, ମହେଶ ବରିହା, ଜଳଧର ସାହୁ, ପୁର୍ଣ ବଗର୍ତି, ବଂଶୀଧର ମେହେର, ଭରତ ଭୋଇ, ଗଙ୍ଗାଧର ସାହୁ, ମନୋରଞ୍ଜନ ରାଓ, କୁଞ୍ଜ ରାଓ,ବାଳକୃଷ୍ଣ ସାହୁ, ସୁରେଶ ପୁଟେଲ, ଗଜିନ ତାଣ୍ଡି, ମଦନ ଥପା, ରୁପେଶ୍ୱର ଭୁଏ, ମଦନ ମାଝୀ, ସମାରୁ ବେହେରା, ଭାବଗ୍ରାହୀ ବରିହା, ପିତାମ୍ବର ଧରୁଆ, ଭାସ୍କର ସାହୁ, ଦୁଆରୁ ବରିହା, ମିନିକେତନ ଧରୁଆ,ଯୁଧିଷ୍ଠିର ମିର୍ଦ୍ଧା ପଦ୍ମନ ମେହେର, ଗନ୍ଧର୍ବ ସୁନା, ହୃଷିକେଶ ଭୋଇ ପ୍ରମୁଖ ଅଭିଭାଷଣ ରଖିଥିଲେ | କୋଡିଏ ଖଣ୍ଡ ଗ୍ରାମରୁ ହଜାରେ ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ଥିବାବେଳେ ମନୋଜ କୁମାର ଲୁହା ଧନ୍ୟବାଦ ଦେଇଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like