-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||     

HOME   ଜିଲ୍ଲା

ସିନାପାଲି ପଞ୍ଚାୟତରେ ବୃଦ୍ଧା ଙ୍କ ୨୧ ମାସର ଭତ୍ତା ଖାଇଯିବା ପ୍ରସଙ୍ଗ, ଏକାଥରକେ ୨୧ ମାସର ଭତ୍ତା ଟଙ୍କା ହିତାଧିକାରୀଙ୍କୁ ଦେଲା କିଏ ? ବିଡ଼ିଓ ଙ୍କ ମନ୍ତବ୍ୟ କୁ ନେଇ ଜନ ଅସନ୍ତୋଷ, ବିଡ଼ିଓଙ୍କ ସମ୍ପୃକ୍ତି ଅଭିଯୋଗ, ମିଳିମିଶି ଘଟଣାକୁ ଚାପିଦେବାକୁ ଉଦ୍ୟମ।

10-Feb-2025



ନୂଆପଡ଼ା (ଚିନ୍ତାମଣି ନେତାମ )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତ ରେ ଭତ୍ତା ବଣ୍ଟନ ରେ ଅନିୟମିତତା କରି ୨୧ମାସର ଭତ୍ତା ଟଙ୍କା ହଡପ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଉକ୍ତ ଘଟଣା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ପ୍ରଶାସନିକ ମହଲରେ ତତ୍ପରତା ଦେଖା ଦେବାସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସିନାପାଲି ବିଡିଓ ଙ୍କୁ ତଦନ୍ତ ନିର୍ଦେଶ ହୋଇଥିଲା। ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୩ଦିନ ମଧ୍ଯ ରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା । ହେଲେ ଉକ୍ତ ଘଟଣାକୁ ଚପାଇ ଦେବାକୁ ସମ୍ପୃକ୍ତ ଅଧିକାରୀମାନେ ଉଦ୍ୟମ କରୁଥିବା ଜଣାପଡ଼ିଛି। ବାରମ୍ବାର ସମ୍ପୃକ୍ତ ଅଧିକାରୀ ପରସ୍ପର ମଧ୍ୟରେ ଘଟଣାକୁ ନେଇ ଆଲୋଚନା କରିବା ସହ ଗଳା ବାଟ ଖୋଜିବାର ପ୍ରୟାସ ଜାରି ରହିଥିବା ଜଣାପଡିଛି । ଏନେଇ ସିନାପାଲି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ପରାମର୍ଶ ନେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏଭଳି ଏକ ସଙ୍ଗିନ ଅଭିଯୋଗକୁ ବିଭାଗୀୟ ଅଧିକାରୀ ଙ୍କ ଚାପିଦେବା ପ୍ରୟାସ କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ପର୍ଦାଫାସ କରିବ ନା ଘଟଣାକୁ ମିଳିମିଶି ଚାପିଦେବ ,ସେନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି।  ଏହି ପରିପ୍ରେକ୍ଷୀରେ ସିନାପାଲି ନିଵାସୀ ବିହାରୀ ଜଗତ ଗତ ୫ ତାରିଖ ଦିନ ସୂଚନା ଅଧିକାର ଆଇନ ବଳରେ ସିନାପାଲି ପଞ୍ଚାୟତ ର ଭତ୍ତା ବଣ୍ଟନ ର ସବିଶେଷ ତଥ୍ୟ ଏବଂ କେଉଁ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ସେହି ସମୟରେ ଦାୟିତ୍ୱ ରେ ଥିଲେ । ସେସବୁ ତଥ୍ୟ ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ଉକ୍ତ ତଥ୍ୟ ହସ୍ତଗତ ହେବାପରେ ଘଟଣା ର ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ସେ କହିଛନ୍ତି। ଉକ୍ତ ଘଟଣା ଲୋକଲୋଚନକୁ ଆସିବା ପରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୁଖା ଖୋଲିବା ନେଇ ଭୟ ରହିଛି। ଏଣୁ ସମ୍ପୃକ୍ତ କାର୍ଯ୍ୟନିର୍ବାହି ମାନେ ଏକତ୍ରିତ ହୋଇ ସମ୍ପୃକ୍ତ ହିତାଧିଧିକାରୀ କୁ ଭେଟି ଏକା ଥରକେ ୨୧ମାସର ମୋଟ ୨୦ ହାଜର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି।  ହେଲେ ଉକ୍ତ ଘଟଣାକୁ ନେଇ ସିନାପାଲି ବିଡ଼ିଓ କାର୍ମୀ ଓରାମ ଙ୍କୁ ପଚାରିବା ରୁ ଉକ୍ତ ଭତ୍ତା ଟଙ୍କା କେହି ଆତ୍ମସାତ କରିନାହାନ୍ତି। ଏହା ସମ୍ପୃକ୍ତ ହିତାଧିକାରୀଙ୍କୁ ତିନିତିନି ମାସର କରି ପ୍ରଦାନ କରାଯିବ, ଏକା ସାଙ୍ଗରେ ଦେବାର ବ୍ୟବସ୍ଥା ନାହିଁ ବୋଲି କହିଥିଲେ। ହେଲେ କାହିଁକି ଆଜି ଏକାଥରକେ ୨୧ ମାସର ୨୦.୦୦୦ ଟଙ୍କା ସମ୍ପୃକ୍ତ ହିତାଧିକାରୀ ବୃଦ୍ଧା କୁନ୍ତୀ ମେହେରଙ୍କୁ ପ୍ରଦାନ କରାଯାଇଛି। ଯଦି ସମ୍ପୃକ୍ତ କାର୍ଯ୍ୟନିର୍ବାହି ଅଧିକାରୀ ମାନେ ଖାଇନଥିଲେ ତେବେ ଏକାଥରକେ ଦେଲେ କାହିଁକି ? ଏଣୁ ସେମାନେ ୨୨ ମାସର ଭତ୍ତା ଟଙ୍କା ଖାଇ ଥିବା  ସ୍ପଷ୍ଟ ପ୍ରମାଣିତ ହେଉଅଛି। ହେଲେ ସେମାନେ କାହିଁକି ହିତଧିକାରୀଙ୍କ ଟଙ୍କା ଆତ୍ମସାତ କରିଥିଲେ ଓ ଅଭିଯୋଗ ପରେ ସଂପୃକ୍ତ ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଏଣୁ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  କାହିଁକି ନହେବ ? ପୁଣି ବିଡ଼ିଓଙ୍କ ମନ୍ତବ୍ୟରେ ବ୍ୟତିକ୍ରମ ହେଲା କାହିଁକି ? ଏଥିରେ ବିଡ଼ିଓଙ୍କ ସମ୍ପୃକ୍ତି ଅଛି କି ? ଯଦି ଅଛି ତାହେଲେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ କାହିଁକି? ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଣି ଘଟଣାର ତଦନ୍ତ ବାଟବଣା  ହୋଇଥିବା ଜଣାପଡିଛି। ଯେହେତୁ ଘଟଣା ସମ୍ପର୍କରେ ତଦନ୍ତ କରି ତିନିଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ବିଭାଗୀୟ ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଧେଶ ଥିଲା। କିନ୍ତୁ ସିନାପାଲି ବିଡିଓ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ତଦନ୍ତ କରି କୌଣସି ପ୍ରକାର ରିପୋର୍ଟ ପ୍ରଦାନ କରି ନଥିବା ଜଣାପଡିଛି। ଏଣୁ ବ୍ଲକ ପ୍ରଶାସନ ଅଧିକାରୀ ଓ ସମ୍ପୃକ୍ତ କାର୍ଯ୍ୟନିର୍ବାହି ଅଧିକାରୀ ମିଳିମିଶି ଘଟଣାକୁ ଚାପି ଦେଉଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ଏଣୁ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଘଟଣାର ତଦନ୍ତ ପରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଦାବି ହେଉଛି। ପ୍ରକାଶ ଯୋଗ୍ୟ ଯେ ସଦର ପଞ୍ଚାୟତ ଅନ୍ତର୍ଗତ ସିନାପାଲି ନିଵାସୀ ବିଧବା ବୃଦ୍ଧା କୁନ୍ତି ମେହେର (୮୦) ଙ୍କ ୨୧ ମାସର ଭତ୍ତା ଟଙ୍କା ପଞ୍ଚାୟତ ଅଧିକାରୀ ମାନେ ମିଲିମିଶି ଖାଇଦେଇ ଥିବା କୁନ୍ତି  ଅଭିଯୋଗ କରିଥିଲେ। ତାଙ୍କ ସ୍ୱାମୀ ରାମେଶ୍ଵର ମେହେର ଗତ ୨୪ ଡିସେମ୍ବର ରେ ମୃତ୍ୟୁ ହେଲାପରେ ବିଧବା ଭତ୍ତା ଆବେଦନ କରିବାକୁ ଯାଇ ବିଭାଗୀୟ ସୂତ୍ରରୁ ସେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ସୂଚନା ଯୋଗ୍ୟ ଯେ ଗତ ୧୩ ଏପ୍ରିଲ ୨୦୨୩ରେ ତାଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁର ହୋଇଥିବା ଜାଣି ପାରିଥିଲେ। କିନ୍ତୁ ଏହି ଭତ୍ତା ମଞ୍ଜୁର  ହୋଇଥିବା ନେଇ ସ୍ଥାନୀୟ ପଞ୍ଚାୟତ ପକ୍ଷରୁ କୌଣସି ସୁଚନା ଦେଇ ନଥିବା ବେଳେ ଭତ୍ତା କାଡ କିମ୍ବା ଭତ୍ତା ବାବଦକୁ ଗୋଟିଏ ଟଙ୍କା ମଧ୍ଯ ପଞ୍ଚାୟତ ଅଧିକାରୀ ଦେଇ ନଥିବା ଅଭିଯୋଗ କରିଥିଲେ। ଉକ୍ତ ବିଷୟକୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଧେଶ ଦେଇଥିଲେ । ତିନିଦିନ ମଧ୍ୟରେ ଉକ୍ତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେଥିରେ ନିର୍ଦ୍ଧେଶ ଦିଆଯାଇଥିଲା। ସେହି ସମୟରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ତିନିଜଣ ବଦଲି ହୋଇ ସାରିଛନ୍ତି । ଉକ୍ତ ଘଟଣା ବର୍ତ୍ତମାନ ସିନାପାଲି ରେ ଏକ  ଚର୍ଚ୍ଚାର ବିଷୟ ପାଲଟିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026

You Might Also Like