-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ୱାର୍ଲଡ଼ ଓଡ଼ିଶା ସୋସାଇଟିର ନୂତନ କର୍ମକର୍ତ୍ତା ନିର୍ବାଚିତ, କିଶୋର ଦ୍ଵିବେଦୀ ଅଧ୍ୟକ୍ଷ, ନଳିନୀ ପତି, ପ୍ରଦୀପ ରଥ ଓ ରୂପା ଦାଶ ଉପାଧ୍ୟକ୍ଷ ନିର୍ବାଚିତ

05-Jan-2025



ଭୁବନେଶ୍ବର/ ନୂଆଦିଲ୍ଲୀ: ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱାଓସୋ) ର ନୂତନ କର୍ମକର୍ତ୍ତା ନିର୍ବାଚନ ଆଭାସୀ ମତଦାନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ କିଶୋର ଦ୍ଵିବେଦୀ ସର୍ବ ସମ୍ମତି କ୍ରମେ ବିଶ୍ଵଭରି ପ୍ରବାସୀ ଓଡ଼ିଆମାନଙ୍କର ଏହି ସର୍ବୋଚ୍ଚ ସଙ୍ଗଠନର ଅଧ୍ୟକ୍ଷ ଭାବରେ ପୁନର୍ବାର ନିର୍ବାଚିତ ହୋଇଛନ୍ତି। ତିନି ଉପାଧ୍ୟକ୍ଷ ଭାବେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ ଇଙ୍କ) ର ପୂର୍ବତନ ସଭାପତି ଡଃ. ନଳିନୀ ପତି, ଓଡ଼ିଆ ସମାଜ ଆବୁଧାବିର ପୂର୍ବତନ ସଭାପତି ପ୍ରଦୀପ ରଥ ଏବଂ ଆମେରିକାରେ ଅବସ୍ଥାପିତ ବିଶ୍ଵ ମହିଳା ପ୍ରତିଷ୍ଠାନର ଅଧ୍ୟକ୍ଷା ରୂପା ଦାଶ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ସେକ୍ରେଟାରୀ ଜେନେରାଲ ଭାବରେ ମଞ୍ଚେଷ୍ଟର ନିବାସୀ ଓଡ଼ିଶା ସମାଜ ୟୁକେର ପୂର୍ବତନ ସାଧାରଣ ସମ୍ପାଦକ ଶିବ ରଞ୍ଜନ ବିଶ୍ଵାଳ ଏବଂ ଦୁଇ ଯୁଗ୍ମ ସେକ୍ରେଟାରୀ ଜେନେରାଲ ଭାବରେ ନେଦରଲାଣ୍ଡ ଓଡ଼ିଆ ସମାଜର ସଭାପତି ଶାଶ୍ୱତ ପାଢ଼ୀ ଓ ସିଓଲର ଅଧିବାସୀ ଡଃ. ସିତାଂଶୁ ଶେଖର ନନ୍ଦ ନିର୍ବାଚିତ ହୋଇଛନ୍ତି। ୱାଓସୋର ଆନ୍ତର୍ଜାତିକ ଆବାହକ ଭାବରେ ରୁଷ ଓଡ଼ିଆ ସମାଜର ସଭାପତି ସନ୍ତୋଷ ମିଶ୍ର ନିର୍ବାଚିତ ହୋଇଛନ୍ତି। ସାତଜଣିଆ ପ୍ରେସିଡିୟମର ସଦସ୍ୟ ଭାବରେ  ୟୁଏଇ ଓଡ଼ିଶା ସମାଜର ସଭାପତି ଅମୀୟ ମିଶ୍ର, ଗଲଫ ଓଡ଼ିଆ ସମାଜର  ସଭାପତି ଅଜୟ କୁମାର ଦାସ, ଘାନା ଓଡ଼ିଆ ସମାଜର ସଭାପତି ଦୀପକ ଦାସ,  ମୁମ୍ବାଇରେ ଅବସ୍ଥାପିତ ଦେବଶ୍ରୀ ମଲ୍ଲିକ, ଗୁଜୁରାଟ ଓଡ଼ିଆ ସମାଜର ତୁଙ୍ଗ ନେତା ବଦ୍ରି ମହାପାତ୍ର, ନାଗପୁର ଓଡ଼ିଆ ସମାଜର ସଭାପତି ଅନୁପ ଶତପଥୀ ଓ ଉତ୍କଳ ମହାସଂଘ, ଆସାମର ସଭାପତି ଯୁଗେଶ ସୁନା ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।

ୱାଓସୋର ଆନ୍ତର୍ଜାତିକ ସଂଯୋଜକ ଭାବରେ ଆମେରିକାର ଅକ୍ଷୟ ମହାନ୍ତି ଏବଂ ଯୁଗ୍ମ ସଂଯୋଜକ ଭାବରେ ଆମେରିକା ନିବାସୀ   ବନୋଜିନୀ ନାୟକ ନିର୍ବାଚିତ ହୋଇଛନ୍ତି। ଜାତୀୟ ସଂଯୋଜକ ଭାବରେ କୋଲକାତାର ପ୍ରଦୀପ ମହାପାତ୍ର ଏବଂ ଯୁଗ୍ମ ସମ୍ପାଦକ ଭାବରେ ବେଙ୍ଗାଲୁରୁର ଲକ୍ଷ୍ମୀ ନାରାୟଣ ମିଶ୍ର ନିର୍ବାଚିତ ହୋଇଛନ୍ତି ।କୋଷାଧ୍ୟକ୍ଷ ଭାବରେ ଭୁବନେଶ୍ବରର ସୁଶାନ୍ତ ପଣ୍ଡା, ଯୁଗ୍ମ କୋଷାଧ୍ୟକ୍ଷ ଭାବରେ ଦୁବାଇର ସୁଶାନ୍ତ ଚୌଧୁରୀ ଏବଂ ଅଡିଟର ଭାବରେ ନୂଆଦିଲ୍ଲୀରେ ଅବସ୍ଥାପିତ ସୁଧୀର ଦାଶ ନିର୍ବାଚିତ ହୋଇଛନ୍ତି। ପ୍ରୀତୀଶ ଦାଶ ୱାଓସୋର ପ୍ରାଇମ ମେଣ୍ଟର ପଦବୀରେ ବଜାୟ ରହିଛନ୍ତି। ଛଅଜଣିଆ ସାଧାରଣ ସମ୍ପାଦକ ପଦବୀରେ ଆମେରିକାର ବିଶ୍ଵ ଭୂଷଣ ସାହୁ, ୟୁକେରୁ ଡଃ. ରାଜେନ୍ଦ୍ର ସିଂହ, ନୂଆଦିଲ୍ଲୀର ଉମାକାନ୍ତ ଜେନା, ଭୁବନେଶ୍ଵରର ଅନିନ୍ଦିତା ଦାସ, ନୂଆଦିଲ୍ଲୀର ପୁଷ୍ପାଞ୍ଜଳି ବାରିକ ଏବଂ ତାଞ୍ଜାନିଆର ବିଜୟ ସାହୁ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ନବ ନିର୍ବାଚିତ କର୍ମକର୍ତ୍ତାମାନେ ତିନିବର୍ଷ ପାଇଁ ସେମାନଙ୍କର ଦାୟିତ୍ବ ବହନ କରିବେ ବୋଲି ଜଣାପଡ଼ିଛି। 

ୱାର୍ଲଡ଼ ଓଡ଼ିଶା ସୋସାଇଟିର ସାଙ୍ଗଠନିକ ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀର ଗଜେନ୍ଦ୍ର ସାହୁ ଏବଂ ଯୁଗ୍ମ ସାଧାରଣ 
ସମ୍ପାଦକ ଭାବରେ ରୁଆଣ୍ଡାର ଅଭିଳାଷ ନନ୍ଦ ଓ ନିଉଜିଲ୍ୟାଣ୍ଡର ପ୍ରେମ ନେପାକ ନିର୍ବାଚିତ ହୋଇଛନ୍ତି। ୱାଓସୋର ସୁସ୍ଥତା ସାଧାରଣ ସମ୍ପାଦକ ଭାବରେ ବେଙ୍ଗାଳୁରୁରେ ଅବସ୍ଥାପିତ ପ୍ରଖ୍ଯାତ ସ୍ନାୟୁ ରୋଗ ବିଶେଷଜ୍ଞ ଡଃ. ପ୍ରତାପ ପାଣି ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ନୂଆଦିଲ୍ଲୀର ଡଃ. ଅଶୋକ ଚୌଧୁରୀ ଓ ମାଲେସିଆର ଡଃ. ସ୍ନିଗ୍ଧା ମିଶ୍ର ନିର୍ବାଚିତ ହୋଇଛନ୍ତି। ଅନ୍ୟାନ୍ୟ ପଦପଦବୀ ମଧ୍ୟରେ ଆଇଟି ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀର ଦୀପକ ସାହୁ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ଆମେରିକାର ଅଞ୍ଜନ କୁମାର ପଣ୍ଡା ଓ ବେଙ୍ଗାଲୁରୁର ଆଶୁତୋଷ ଦାସ,  ଜନସମ୍ପର୍କ ଓ ପ୍ରୋଟୋକଲ ବିଭାଗର ସାଧାରଣ ସମ୍ପାଦକ ଭାବରେ ଭୁବନେଶ୍ବରର କୃପାନିଧି ବିଶ୍ଵାଳ ଓ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀର ପ୍ରୀତମ ନାୟକ ଓ ଭୁବନେଶ୍ଵରର ସୁଚିସ୍ମିତା ପୃଷ୍ଟି, ସଂସ୍କୃତି ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀର କାବେରୀ ବେହେରା ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ଅଷ୍ଟ୍ରେଲିଆର ବାର୍ତ୍ତା ପଟ୍ଟନାୟକ ଏବଂ ସୁଇଜରଲ୍ୟାଣ୍ଡର ଡଃ. ବିଜୟଶ୍ରୀ ସାମଲ, ମାତୃଭାଷା ପ୍ରୋତ୍ସାହନ ବିଭାଗର ସାଧାରଣ ସମ୍ପାଦକ ଭାବରେ ଭୁବନେଶ୍ଵରର ପବିତ୍ର ମହାରଥା, ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ କୁଏତର ତୁଷାର ମିଶ୍ର ଏବଂ ରାଞ୍ଚି ଅଧିବାସୀ ବିନୟ ପଟ୍ଟନାୟକ, ପରିବେଶ ସାଧାରଣ ସମ୍ପାଦକ ଭାବରେ ଭୁବନେଶ୍ବରରୁ ରାମକୃଷ୍ଣ ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ପୁରୀର ମଧୁସୂଦନ ମିଶ୍ର ଏବଂ ରୁଆଣ୍ଡାର ବିବି ଗଡ଼ନାୟକ,ବ୍ୟଞ୍ଜନ ପ୍ରସ୍ତୁତି କରଣ ବିଭାଗର ସାଧାରଣ ସମ୍ପାଦକ ଭାବେ କାନାଡ଼ାର ପ୍ରଶାନ୍ତ ଭୂୟାଁ, ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ଟିଟିଲାଗଡ଼ର ବୀଣାପାଣି ସାହୁ ଏବଂ ଚେନ୍ନାଇର ମିତାସ୍ମିତା ଜେନା ବଳ, ବ୍ରାଣ୍ଡ ପ୍ରସାରଣର ସାଧାରଣ ସମ୍ପାଦକ ଭାବରେ ୟୁକେର ଡଃ ରେଣୁକା ଜେନା ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ଜିମ୍ବାୱେର ସଞ୍ଜୟ ଦାସ ଓ ଭୁବନେଶ୍ଵରର ଗିରିଧାରୀ ନାୟକ, ଆଧ୍ୟାତ୍ମିକତା ବିଭାଗର ସାଧାରଣ ସମ୍ପାଦକ ଭାବରେ ବ୍ରହ୍ମପୁରର ଡ଼ଃ ସାଗର ରଞ୍ଜନ ତ୍ରିପାଠୀ ଓ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ପୁରୀର ରାମଚନ୍ଦ୍ର ବଡ଼ପଣ୍ଡା ଓ ଅଷ୍ଟ୍ରେଲିଆ ନିବାସୀ ପ୍ରିୟା ମିଶ୍ର, କ୍ରୀଡ଼ା ବିଭାଗରେ ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀରେ ଅବସ୍ଥାପିତ ପ୍ରସିଦ୍ଧ ଟେନିସ ଖେଳାଳି ଓ କୋଚ୍ ଦିଲ୍ଲୀପ ମହାନ୍ତି,  ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ କୋଲକାତା ନିବାସୀ ଅଶୋକ ଦାସ ଓ ନେଦରଲାଣ୍ଡର ଦୀନବନ୍ଧୁ ବେହେରା ,ଫିଟନେସ୍ ବିଭାଗର ସାଧାରଣ ସମ୍ପାଦକ ଭାବରେ ପ୍ରସିଦ୍ଧ କରାଟେ କୋଚ ଭୁବନେଶ୍ବରର ହରି ପଟ୍ଟନାୟକ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀ ନିବାସୀ ସୁଶାନ୍ତ ଚାନ୍ଦ ଏବଂ ୟୁଏଇଠାରେ ଅବସ୍ଥାପିତ ପ୍ରଖ୍ୟାତ ଡାଇଟିସିଆନ ନିହାରିକା ଦାଶ, ବୁଦ୍ଧିଜୀବୀ ବିଭାଗର ସାଧାରଣ ସମ୍ପାଦକ ଭାବରେ ବେଙ୍ଗାଲୁରୁ ନିବାସୀ ସୂର୍ଯ୍ୟ ମହାପାତ୍ର ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀର ପ୍ରଫେସର ଅଳ୍ପନା ପଟ୍ଟନାୟକ ଏବଂ ଓମାନ ନିବାସୀ ଡଃ ତପନ କୁମାର ମହନ୍ତ, ଶ୍ରମିକ ବ୍ୟାପାର ବିଭାଗର ସାଧାରଣ ସମ୍ପାଦକ ଭାବେ ଆବୁଧାବି ନିବାସୀ ସିଦ୍ଧାର୍ଥ ଦାସ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀରେ ଅବସ୍ଥାପିତ ରମାକାନ୍ତ ପ୍ରଧାନ ଓ ଭୁବନେଶ୍ବର ନିବାସୀ ବାସୁଦେବ ଜେନା,କର୍ପୋରେଟ ବ୍ୟାପାର ଓ ପୁଞ୍ଜି ନିବେଶ ବିଭାଗର ସାଧାରଣ ସମ୍ପାଦକ ଭାବରେ ଭୁବନେଶ୍ବର ନିବାସୀ ବିଶିଷ୍ଟ ଉଦ୍ୟୋଗପତି ବ୍ରହ୍ମା ମିଶ୍ର ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ଭୁବନେଶ୍ବରର ସୁନୀଲ ରାଉତ ଓ ଥାନେର ଆଲୋକ ରାଉତରାୟ, ଆନ୍ତର୍ଜାତିକ ସମ୍ପର୍କ ବିଭାଗର ସାଧାରଣ ସମ୍ପାଦକ ଭାବରେ ୟୁକେ ନିବାସୀ ଡଃ ଭାଗ୍ୟଶ୍ରୀ ସିଂହ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ଜର୍ମାନୀର ଅମିତ ରାୱଲ ଓ ଆମେରିକାର ସମୟ ସାହୁ, ଭ୍ରମଣ ଓ ପର୍ଯ୍ୟଟନ ବିଭାଗର ସାଧାରଣ ସମ୍ପାଦକ ଭାବେ ମିଆଁମାର ଓଡ଼ିଆ ସମାଜର ସଭାପତି ଡଃ ଶୀତଲ ପାଲ ବାବୁ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ଭିଏତନାମର ପରମାନନ୍ଦ ମହାପାତ୍ର ଓ ଭୁବନେଶ୍ବରର ଡଃ ସରୋଜିନୀ ପାଣି ପ୍ରମୁଖ ନିର୍ବାଚିତ ହୋଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ।

ଶ୍ରୀ ସାହିତ୍ୟର ସମ୍ପାଦକ କୃଷ୍ଣ ନାୟକ ୱାଓସୋର ମୁଖ୍ୟ ମିଡିଆ ସଂଯୋଜକ ଏବଂ ନୂଆଦିଲ୍ଲୀର ପ୍ରଭାତୀ ନାୟକ ଓ ୟୁଏଇର ସୁଧାଶ୍ରୀ ଦାଶ ଯୁଗ୍ମ ମିଡିଆ ସଂଯୋଜକ ଭାବରେ ନିର୍ବାଚିତ ହୋଇଛନ୍ତି। ସୁପ୍ରିମକୋର୍ଟର ଅଧିବକ୍ତା ସସ୍ମିତା ତ୍ରିପାଠୀ ୱାଓସୋର ନୂଆ ମୁଖ୍ୟ ମୁଖପାତ୍ର ହେବେ । ୱାଓସୋର ପାଞ୍ଚ ଜଣିଆ ମୁଖପାତ୍ର ଭାବରେ ଜାପାନର କୁନା ଦାଶ, ଭୁବନେଶ୍ବରର ମନୋଜ ନାୟକ, ଚେନ୍ନାଇର ସଞ୍ଜୀବ ପଟ୍ଟନାୟକ, ପୁରୀର ଜୟଶ୍ରୀ ମହାପାତ୍ର ଓ ନୂଆଦିଲ୍ଲୀର ବିନାୟକ ଦାସ ନିର୍ବାଚିତ ହୋଇଛନ୍ତି I 

କୋଲକାତାର ବିଶିଷ୍ଟ ସାହିତ୍ୟିକ ପୀତାମ୍ବର ବାରିକ ପ୍ରକାଶନ ବିଭାଗ ସମ୍ପାଦକ ହେବେ। ପାଞ୍ଚଜଣ ଅତିରିକ୍ତ ସମ୍ପାଦକ ଭାବରେ କାନାଡ଼ାର ଡଃ ତନ୍ମୟ ପଣ୍ଡା, ନୂଆଦିଲ୍ଲୀର ଡଃ ଅନୀତା ପଣ୍ଡା, ଯାଜପୁରର ସୁକାନ୍ତି ରାଉତ, ଭୁବନେଶ୍ବରର ଡଃ ସୁନୀତି ମୁଣ୍ଡ ଓ ଜୀତୁ ମିଶ୍ର ପ୍ରମୁଖ ଅନର୍ଭୂକ୍ତ ହୋଇଛନ୍ତି। ୱାଓସୋର ଆନ୍ତର୍ଜାତିକ ଆଇନ ପରାମର୍ଶଦାତା ଭାବରେ ନୂଆଦିଲ୍ଲୀର ଅବନୀ ସାହୁ ଓ ଆମେରିକାର ସୁଚିସ୍ମିତା ଭୁୟାଁ ନାୟକ ଏବଂ ଜାତୀୟ ଆଇନ ପରାମର୍ଶଦାତା ଭାବରେ ଜୟପୁରର ଅଜିତ ପାତ୍ର ଓ ଭୁବନେଶ୍ବରର ପ୍ରଶାନ୍ତ କୁମାର ସାହୁ ନିର୍ବାଚିତ ହୋଇଛନ୍ତି।

ୱାର୍ଲଡ଼ ଓଡ଼ିଶା ସୋସାଇଟିର ମହିଳା ଶାଖାର ସଭାପତି ଭାବରେ କାନାଡ଼ାର ଡ଼ଃ ସୁନନ୍ଦା ମିଶ୍ର ପଣ୍ଡା,ଉପସଭାପତି ଭାବରେ ଅଷ୍ଟ୍ରେଲିଆର ପ୍ରଭାତୀ ପାଣିଗ୍ରାହୀ ଓ ନୂଆଦିଲ୍ଲୀର ରୀତା ପାତ୍ର, ସାଧାରଣ ସମ୍ପାଦକ ଭାବରେ ଭୁବନେଶ୍ବରର ଡଃ ଚିଦାତ୍ମିକା ଖଟୁଆ ଏବଂ ଦୁଇ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀର ଡଃ ସାଗରୀକା ବର୍ମା ଏବଂ ବେଙ୍ଗାଲୁରୁ ର ସୀମିତା ଷଢଙ୍ଗୀ ପ୍ରମୁଖ ପୁନଃ ନିର୍ବାଚିତ ହୋଇଛନ୍ତି। ୱାଓସୋର ଯୁବ ଶାଖାର ପ୍ରୋତ୍ସାହକ ଭାବରେ ଅଷ୍ଟ୍ରେଲିଆର ରାମ ପ୍ରସାଦ ମହାନ୍ତି ଏବଂ ସଦସ୍ୟ ଭାବରେ ବ୍ରିଟେନର ଶ୍ଵେତଲାନା ନନ୍ଦ, ନୂଆଦିଲ୍ଲୀର ନନ୍ଦନ ଦ୍ଵିବେଦୀ ଏବଂ ୟୁଏଇର ଅମ୍ରିତ ବାହିନୀପତି ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ଏହା ବ୍ୟତୀତ କାବେରୀ ବେହେରା ଅତିରିକ୍ତ ଭାବରେ ଅଫିସ ପ୍ରଶାସନର ସାଧାରଣ ସମ୍ପାଦକ ଦାୟିତ୍ଵଏବଂ ବନୋଜିନୀ ନାୟକ ଓ ବାସୁଦେବ ଜେନା ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟଭାର ନିର୍ବାହ କରିବେ ବୋଲି ଜଣାପଡ଼ିଛି । ରିଟର୍ଣ୍ଣିଙ୍ଗ ଅଫିସର ସୁଧୀର ଦାଶଙ୍କର ତତ୍ୱାବଧାନରେ ଡିଜିଟାଲ ମଞ୍ଚରେ ନିର୍ବାଚନ ସୁରୁଖୁରୁରେ ସମାପନ ହେବା ପରେ ସେ ଆନୁଷ୍ଠାନିକ ଭାବରେ ଫଳାଫଳ ଘୋଷଣା କରିଥିଲେ। ୱାର୍ଲଡ଼ ଓଡ଼ିଶା ସୋସାଇଟିର ପ୍ରତିଷ୍ଠାତ୍ରୀ ବିଶିଷ୍ଟ ସମାଜସେବୀ ଡଃ ଅରୁନ୍ଧତୀ ଦେବୀ,ପୃଷ୍ଠପୋଷକ ଯାଜପୁରର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଏବଂ ଉପଦେଷ୍ଟା ଆମେରିକାରେ ଅବସ୍ଥାପିତ ପ୍ରତିଷ୍ଠିତ ଶିଳ୍ପଦ୍ୟୋଗି ଧୀରେନ୍ଦ୍ର କର ଅଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like