-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
26-Nov-2024
କଳାହାଣ୍ଡି (ତ୍ରିନାଥ ବେଶ୍ରା )
ପାଣି ଅଭାବରୁ ଧାନ ଚାଷ କରିଥିବା ଚାଷୀ ମାନେ ଦୁଃଖ ରେ ଭାଙ୍ଗିପଡିଛନ୍ତି , ଚାଷ ଋଣ କରି ଚିନ୍ତା ରେ ଚାଷୀ , ଚାଷୀ ଙ୍କ କଥା ବୁଝିବ କିଏ?ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଛୁଳା ଗ୍ରାମପଞ୍ଚାୟତ ଉଛୁଳା ଗ୍ରାମର ଚାଷୀ ନୀଳମଣି ସାହୁ,ସେ ବ୍ୟାଙ୍କ ରୁ ତିନି ଲକ୍ଷ୍ୟ ଟଙ୍କା ଋଣ କରି ଚାଷ କରିଥିଲା, ହେଲେ ଦାଉ ସାଜିଲା ବର୍ଷା ପାଣି,ବର୍ତ୍ତମାନ ତାଙ୍କ ଜମି ରେ ପାଣି ଅଭାବରୁ ରୁଆ କରି ଥିବା ଧାନ ଗଛ ସବୁ ପୁଆଳ ପାଲଟି ଜମି ଫାଟ ଦେଇ ସବୁ ନଷ୍ଟ ହୋଇ ଥିବା ଦେଖିବାକୁ ମିଳିଛି l ତାଙ୍କ ଜମି କୁ ଲିପ୍ଟ କେନାଲ ମାଧ୍ୟ୍ୟମରେ ପାଇପ ଲାଗି ଥିଲେ ମଧ୍ୟ୍ୟ ପାଣି ଆସୁନ ଥିବା ପ୍ରକାଶ କରିଛନ୍ତି ଚାଷୀ ମାନେ, ଯଦି ଠିକ ସମୟରେ କେନାଲ ରୁ ସଂଯୋଗ ହୋଇ ଥିବା ପାଇପ ରୁ ପାଣି ଆସିଥିଲେ ଏଦିନ ଦେଖିବାକୁ ପଡ଼ିନଥାନ୍ତା ବୋଲି ଚାଷୀ ମାନେ ପ୍ରକାଶ କରିଥିଲେ l ଏବିଷୟ ରେ ସରକାର ଅଭିଯୋଗ କରି ଥିଲେ ମଧ୍ୟ୍ୟ ତାର କିଛି ବ୍ୟବସ୍ଥା କରିନ ଥିଲେ l ସ୍ଥାନୀୟ ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କୁ ଅବଗତ କଲାପରେ ଆର୍ ଆଇ, ଉଛୁଳା ଶ୍ରୀଯୁକ୍ତ ତପନ କୁମାର ନାୟକ ସର୍ ଜମିନ କୁ ବୁଲିଦେଖି କ୍ଷତି ହୋଇଥିବା ମଧ୍ୟ ସ୍ବୀକାର କରି କ୍ଷତି ପୂରଣ କିପରି ମିଲବ ସେଥି ପାଇଁ ତହସିଲଦାର ଙ୍କୁ ଜଣାଇଥିବା ମଧ୍ୟ କହିଛନ୍ତି।ଏଣୁ ସେମାନେ ସରକାର ଙ୍କୁ ଅନୁରୋଧ କରିଛନ୍ତି କି ଆଣିଥିବା ବ୍ୟାଙ୍କ ଋଣ ଛାଡ଼ ହେଉ ଏବଂ ଚାଷ ଜମି ର କ୍ଷତି ପୂରଣ ଦେବାପାଇଁ ସରକାର ଙ୍କୁ ନିବେଦନ କରିଛନ୍ତି, ସରକାର ଏହାର କି ପ୍ରତିକାର କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା l