-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
26-Nov-2024
ଲୋଇସିଂହା, (ପ୍ରେରଣା ଖବର) ଆଜି ଲୋଇସିଂହା ମହାବିଦ୍ୟାଳୟ ଲୋଇସିଂହା ରେ ଅଧ୍ୟକ୍ଷ ଗୋବିନ୍ଦଚନ୍ଦ୍ର ସାହୁ ଙ୍କ ସଭାପତିତ୍ୱ ରେ ଅତି ଉଲ୍ଲାସ ସହ 75 ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ରାମଚନ୍ଦ୍ର ବଗର୍ତି ସ୍ୱାଗତ ଭାଷଣ ଦେବାସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ସମ୍ବିଧାନ ଦିବସର ଆଭିମୁଖ୍ୟ ବିଷୟରେ ବିଷଦ ଭାବରେ ନିଜ ବକ୍ତବ୍ୟ ରଖିଥିଲେ l ପରେ ରାଜନୀତି ବିଭାଗ ର ମୁଖ୍ୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଦୟାନିଧି ସାହୁ ସମ୍ବିଧାନ ପ୍ରଣୟନ ସଭା ତଥା ସମ୍ବିଧାନ ସାମ୍ବିଧାନିକ ମୂଲ୍ୟବୋଧ ବିଷୟରେ ବିସ୍ତିର୍ଣ୍ଣ ଭାବରେ ଆଲୋଚନା କରିଥିଲେ l ସମ୍ବିଧାନ ଦିବସ ପାଳନ ଅବସରରେ ମହାବିଦ୍ୟାଳୟ ର ସମସ୍ତ ସହକର୍ମୀ ଙ୍କ ସହ ବହୁମାତ୍ରାରେ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ l ଏହି ଅବସରରେ ପ୍ରବନ୍ଧ, ଚିତ୍ରାଙ୍କନ, ବକୃତା ଓ କୁଇଜ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା l ଆଜିର ସଭାରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ତଥା ପ୍ରମାଣପତ୍ର ବଣ୍ଟନ କରିଥିଲେ l ଶେଷରେ ଅଧ୍ୟାପକ ଶ୍ରୀଯୁକ୍ତ ବଗର୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀଯୁକ୍ତ ସାହୁ ସଭା ସାଙ୍ଗ ଘୋଷଣା କରିଥିଲେ l