-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
24-Nov-2024
ଅତାବିରା (ଆକାଶ ମିଶ୍ର): ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଲାଦରପାଲି, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇ ଯାଇଛି। ଭାରତୀୟ ସୈନ୍ୟ ବିଭାଗର ଅବସରପ୍ରାପ୍ତ ବରିଷ୍ଠ କର୍ମଚାରୀ ହୃଷୀକେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍ଘାଟନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟକ୍ଷ ଟିକେଲାଲ ଚାନ୍ଦ ଙ୍କ ଅଧ୍ୟକ୍ଷତା ତଥା ବବୃବାହନ ମିଶ୍ରଙ୍କ ପରିଚାଳନା ରେ ଅତାବିରା ମା ଦୁର୍ଗା ମନ୍ଦିରରୁ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ହୋଇଥିଲା । କ୍ରୀଡା ଉତ୍ସବରେ ୯୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ବିଭିନ୍ନ ବର୍ଗରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିଲେ।କ୍ରୀଡା ବିଭାଗ ମୁଖ୍ୟ ଗଜିନ୍ଦ୍ର ବାଗ ଙ୍କ ନେତୃତ୍ୱରେ ଶିକ୍ଷା କେନ୍ଦ୍ର ର ହରିବୋଲ ଅଦାବର୍,ସରୋଜ ରଥ, ଯତୀନ୍ଦ୍ର ପ୍ରଧାନ,ନିରଞ୍ଜନ ପଶାୟେତ, ସୁନୀଲ ଖମାରୀ, ରତନ ଦୀପ,ଆଲୋକ ପଧାନ, ସୁଦୀପ, ଯୁଗଳ, ମିନତୀ, ଜୟଶ୍ରୀ , ସୁମି,ଅମ୍ରିତା,ଧର୍ମ,ମାନସ ହେମାନନ୍ଦ, ଝସକେତନ ତଥା ପରିଚାଳନା କମିଟି ପକ୍ଷରୁ ଶେଷଦେବ ନାୟକ ତଥା ଅନୁଷ୍ଠାନ ର ସମସ୍ତ ଭାଇ ଅପା ସକ୍ରିୟ ସହଯୋଗ କରିଥିଲେ।