-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
09-Sep-2024
ବରଗଡ଼/ବିଜେପୁର(ନିରଞ୍ଜନ ତ୍ରିପାଠୀ)- ବରଗଡ଼ ଜିଲ୍ଲା ବିଜେପୁର କଂସାରୀ ପଡା ସ୍ଥିତ ଗଜାନନ ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି। ଭବ୍ୟ ଶୋଭାଯାତ୍ରାରେ ସ୍ଥାନୀୟ ଦାମୋଦର କଟାରୁ ପୂର୍ଣ୍ଣ କଳସ ଅଣାଯାଇଥିଲା।ଅଧିବାସ ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ସିଦ୍ଧାର୍ଥ ସାହୁ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପ୍ରଦୀପ ପାଣିଗ୍ରାହୀ ପୁରୋହିତ କର୍ମ ସଂପାଦନ କରିଥିଲେ। ଶନିବାର ସନ୍ଧ୍ୟାରେ ବାଦୀ ସଂକୀର୍ତ୍ତନ ପରିବେଷିତ ହୋଇଅଛି। ରବିବାର ସଂନ୍ଧ୍ୟାରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହେଉଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ମଣ୍ଡପ ଦୁଲୁକି ଉଠୁଛି। ମନୋଜ ବେହେରା, ଅକ୍ଷୟ ସେଠ,ସଫେଦ ସାଲମା, ରାଜେଶ ଵିଶି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।