-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଚରମ ଅବ୍ୟବସ୍ଥା ଓ କଳାକାରନାମା ଭିତରେ ଲାଠୋର କଲେଜ, କ୍ଲାର୍କ ଓ ପିଅନଙ୍କ ଡବଲ ରୋଲ୍, ୬ ବର୍ଷ ଧରି କାର୍ଯ୍ୟ କରୁଥିଲେ ଭୂତ ଖେଳ ଶିକ୍ଷକ, ସ୍କୁଲ ମେନେଜମେଂଟ କମିଟିକୁ ଅନ୍ଧାରରେ ରଖି ଚାଲିଥିଲା ଅନ୍ଧାରୀ ରାଜ୍

07-Sep-2024



ଲାଠୋର୍(ପ୍ରେରଣା ଖବର): ଶିକ୍ଷା କ୍ଷେତ୍ରରେ ଅନ୍ଧାରରେ ରହିଥିବା ପଛୁଆ ଲାଠୋର ଅଂଚଳରେ ଶିକ୍ଷାର ପ୍ରଦୀପ ଜାଳିଥିବା ଲାଠୋରର କିଛି ମହାନୁଭବଙ୍କ ଦ୍ୱାରା ୧୯୯୭ ମସିହାରେ ସ୍ଥାପିତ ହୋଇଥିଲା ଲାଠୋର ପଂଚାୟତ କଲେଜ।ଲାଠୋରବାସୀଙ୍କ ସହଯୋଗରେ ଏହି କଲେଜଟି ପରିଚାଳିତ ହେଉଥିବା ବେଳେ ଏବେ ଏହି କଲେଜ ପରିଚାଳନାଗତ ତୃଟି ଯୋଗୁଁ ତାର ପୂର୍ବ ଗୌରବ ହରାଇବାରେ ଲାଗିଛି। କଲେଜରେ ଅଧ୍ୟାପକ ନିଯୁକ୍ତି ଠାରୁ ଆରମ୍ଭ କରି କଲେଜ ସଂପର୍କିତ କାଗଜପତ୍ରରେ ଅନେକ ଅନିୟମିତତା ରହିଥିବା ଜଣାପଡିଛି।ତତ୍କାଳୀନ କଲେଜର ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କ ଏକଚାଟିଆ ମନୋଭାବ ଯୋଗୁଁ କଲେଜରେ ଅସନ୍ତୋଷର ବାତାବରଣ ଦେଖାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ୧୯୯୭ ମସିହାରେ ଏହି କଲେଜରେ ଏକ ରିଜୋଲେସନ୍ ବଳରେ ଛତ୍ରପାଲ ଗିରି ନାମକ ଜଣେ ବ୍ୟକ୍ତିଙ୍କୁ ଖେଳ ଶିକ୍ଷକ ଭାବରେ ନିଯୁକ୍ତି ଦିଆ ଗଲା। ପରେ ୨ଠଠ୪ ମସିହାରେ ଗୁଣମଣି ସାହୁ ନାମକ ଆଉଜଣେ ବ୍ୟକ୍ତି ଖେଳ ଶିକ୍ଷକ ଭାବେ ନିଯୁକ୍ତି ପାଇଲେ। ତେବେ ରହସ୍ୟର ବିଷୟ ହେଲା ପୂର୍ବରୁ ୧୯୯୭ ମସିହାରୁ ଖେଳ ଶିକ୍ଷକ ଥିବା ଛତ୍ରପାଲ ଗିରି ଲାଠୋରରେ ଭୂତ ଖେଳ ଶିକ୍ଷକ ଭାବେ କାମ କରୁଥିଲେ।ତାଙ୍କ ନାମରେ ଦରମା ଆସୁଥିଲା କିନ୍ତୁ ଛତ୍ରପାଳ ଗିରି ନାମଧାରୀ ଏପରି କୌଣସି ବ୍ୟକ୍ତି ସ୍ୱଦେହରେ କେବେ ଏଠାରେ କାମ କରି ନ ଥିଲେ କି ଏହି କଲେଜ ମଧ୍ୟ ଦେଖି ନଥିଲେ। ଛତ୍ରପାଲ ଗିରି ଏହି କଥାକୁ ହାୟର ଏଜୁକେସନ ନିର୍ଦ୍ଦେଶକଙ୍କ ଠାରେ ସ୍ପଷ୍ଟ ମଧ୍ୟ କରିଛନ୍ତି। ଜାଲ ସାଟିର୍ଫିକେଟ ବଳରେ ଏପରି କାମ ସବୁ ଏଠାରେ ବେଶ ସୁରୁଖୁରୁରେ ଚାଲିଥିଲା। ତେବେ ଏଠାରେ ପ୍ରଶ୍ନ ଉଠେ ଦୀର୍ଘ ୬ ବର୍ଷ ଧରି ଭୂତ ଖେଳ ଶିକ୍ଷକ ଭାବେ ଲାଠୋର କଲେଜରେ କାମ କରୁଥବା ଛତ୍ରପାଳଙ୍କ ଦରମା ନେଉଥିଲା କିଏ ଏବଂ ଏତେସବୁ କାରନାମା ପଛର ମାଷ୍ଟର ମାଇଣ୍ଡ ଜଣକ କିଏ ? ଆଜି ପର୍ଯ୍ୟନ୍ତ ଏ ସଂପର୍କରେ  ସରକାରୀ ସ୍ତରରେ କୌଣସି ତଦନ୍ତ ହୋଇନି  କି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଠିକ ସେହିପରି ୧୯୯୭ ମସିହାରୁ  ଲାଠୋର କଲେଜର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଥିବା ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ତାଙ୍କ ସ୍ତ୍ରୀ ନମିତା ସାହୁଙ୍କୁ କେଉଁ ନିୟମ ବଳରେ ଏଠାରେ ଓଡ଼ିଆ ବିଭାଗର ଅଧ୍ୟାପିକା ଭାବରେ ନିଯୁକ୍ତି ଦେଲେ, ତାହା ଏବେ ସମସ୍ତଙ୍କ ମଧ୍ୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୧୯୯୭ ରୁ ୨ଠଠ୬ ପର୍ଯ୍ୟନ୍ତ ଏଠାରେ ଭୂତ ଓଡ଼ିଆ ଅଧ୍ୟାପକ ଭାବେ ହରିହର ସାହୁ କାର୍ଯ୍ୟ କରୁଥିବା ବେଳେ ୨ଠଠ୬ରେ ତତ୍କାଳୀନ କଲେଜର ଅଧ୍ୟକ୍ଷଙ୍କ ସ୍ତ୍ରୀ ନମିତା ସାହୁ ଓଡ଼ିଆ ଅଧ୍ୟାପିକା ହେଲେ କିପରି ?ହରିହର ସାହୁଙ୍କ ନିଯୁକ୍ତି ଓ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଥିଲେ ମଧ୍ୟ ତାଙ୍କୁ କେହି କେବେ କଲେଜରେ ଦେଖି ନ ଥିବା ତଥା ସାର୍ଟିଫିକେଟକୁ ଛାଡ଼ି ଦେଲେ ଏଯାବତ୍ ତାଙ୍କର କୌଣସି ପତ୍ତା ନାହିଁ। ତେବେ ଏହି ଅଧ୍ୟାପକଙ୍କ ଦରମା ନେଉଥିଲା କିଏ  ? ଜଣେ ଓଡ଼ିଆ ଅଧ୍ୟାପକ ଥାଇ ଯଦି ୨୦୦୬ରେ ନମିତା ସାହୁ ଏହି କଲେଜରେ ଓଡ଼ିଆ ଅଧ୍ୟାପିକା ଭାବରେ ନିଯୁକ୍ତି ପାଇଲେ ତେବେ ସେ କେଉଁ ନିୟମ ବଳରେ ୨୦୧୧ ରେ କଲେଜରେ ଯଏନ୍ କଲେ ? ଏଠାରେ ବଡ ପ୍ରଶ୍ନ ହେଲା, ଏହି ୨୦୦୬ ରୁ ୨୦୧୧ ପର୍ଯ୍ୟନ୍ତ କେଉଁଠି ଥିଲେ ? କଲେଜର କାଗଜପତ୍ର ଅନୁସନ୍ଧାନରୁ ଜଣାପଡିଛି ଯେ, ଗତ ୧.୦୬.୨ଠଠ୪ ରେ ଚନ୍ଦମଣୀ ଭଇଁସାଲ ନାମକ ଜଣେ ବ୍ୟକ୍ତି ଏହି କଲେଜରେ ପିଅନ ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ସମାନ ସମୟରେ ଏହି ସମାନ ବ୍ୟକ୍ତି ଜଣକ ଏଠାରେ କିପରି ଭାବରେ ଜୁନିୟର କ୍ଲାର୍କ ଭାବରେ କେଉଁ ନିୟମ ବଳରେ ଏକ ସଙ୍ଗେ ଦୁଇ ଗୋଟି ପୋଷ୍ଟ ର ଅଧିକାରୀ ହୋଇ କାମ କରୁଥିଲେ। ସେ କଣ ପିଅନ ଏବଂ କ୍ଲାର୍କ ପୃଥକ୍ ପୃଥକ୍ ଦୁଇ ପୋଷ୍ଟ ର ଦରମା ନେଉଥିଲେ କି ବୋଲି ଚର୍ଚ୍ଚା ହେଉଛି। ସୂଚନା ଆଇନ୍ ବଳରେ ମିଳିଥିବା ସୂଚନା ଅନୁଯାୟୀ ଚନ୍ଦ୍ରମଣି ଭଇଁସାଲ ୧.୬.୨୦୦୪ ରେ କଲେଜ ରେ ପିଅନ ଭାବେ ନିଯୁକ୍ତି ପାଇଥିବା ସମୟରେ ତାଙ୍କ ଜନ୍ମ ତାରିଖ ୧୦.୫.୧୯୮୭ ବୋଲି କଲେଜ ର ଷ୍ଟାଫ୍ ପୋଜିସନ୍ ( ନନ୍-ଟିଚିଂ)ରେ ଉଲ୍ଲେଖ ଅଛି।କିନ୍ତୁ ଚନ୍ଦ୍ରମଣି ପାଠ ପଢୁଥିବା ଲାଠୋର୍ ନୋଡାଲ ୟୁ ପି ସ୍କୁଲ ଏଡମିସନ୍ ରେଜିଷ୍ଟର ରେ ତାଙ୍କ ବୟସ ୧୬.୭.୧୯୭୯ ବୋଲି ଉଲ୍ଲେଖ ଥିବା ସୂଚନା ଆଇନ୍ ବଳରେ ମିଳିଛି।ତେବେ ଚନ୍ଦ୍ରମଣି କେଉଁ ଜନ୍ମ ସାର୍ଟିଫିକେଟ ବଳରେ ଚାକିରି ପାଇଲେ ତଦନ୍ତ ସାପେକ୍ଷ।ତତ୍କାଳୀନ କଲେଜ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଏ ସମସ୍ତ ବିଷୟ ଜାଣି ଶୁଣି ନୀରବ ରହିଲେ କିପରି ? ତତ୍କାଳୀନ କଲେଜ ପରିଚାଳନା କମିଟିର ସେକ୍ରେଟେରୀ ଘାସିରାମ ଅଗୱାଲଙ୍କୁ ଏ ବିଷୟରେ ପଚାରିବାରୁ ସେ ଏ ବିଷୟରେ ଜାଣି ନ ଥିବା ତଥା ତାଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ତାଙ୍କୁ ଅନ୍ଧାରରେ ରଖି କଲେଜର ଯାବତୀୟ ହେରଫେର କାମ ଅନାୟସରେ କରିଥିବା କହିଥିଲେ। ଏଣୁ କଲେଜର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସେ ଅନୋନ୍ୟପାୟ ହୋଇ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇଥିଲେ।ଏବେ ଭିଜିଲାନ୍ସ ବିଭାଗ ଏହି କଲେଜର ବ୍ୟାପକ ଅନିୟମିତତା ସଂପର୍କରେ ଖୋଲତାଡ ଜାରି ରଖିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like