-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ରାଜ୍ୟ

୭୧ହଜାର ହେକ୍ଟର ଜମିରେ କପାଚାଷ,ବର୍ଷକୁ ୧୦୦୦କୋଟିର ବେପାର

06-Sep-2024



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାରେ ବର୍ଷକୁ ବର୍ଷ କପାଚାଷ ପ୍ରତି ଚାଷିଙ୍କ ଆଗ୍ରହ ବଢୁଥିବା ପରିଲକ୍ଷିତ ହେଉଛି।ଆନ୍ତର୍ଜାତିକ ବଜାର ରେ ବଲାଙ୍ଗୀର ଜିଲ୍ଲା ରେ ଚାଷ ହେଉଥିବା କପାର ଚାହିଦା ବଢ଼ୁ ଥିବାରୁ ଜିଲ୍ଲାରେ ପ୍ରତିବର୍ଷ ୭୧ହଜାର ହେକ୍ଟରରୁ ଅଧିକ ଜମିରେ ଏହି ଚାଷ ହେଉଥିବା ଜଣାଯାଇଛି।ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କପା ବିହନ,ମଞ୍ଜି,କପା,ସାର,କୀଟନାଶକ ଇତ୍ୟାଦିକୁ ନେଇ ବଲାଙ୍ଗୀର ଜିଲ୍ଲାରେ ପ୍ରତିବର୍ଷ ୧ହଜାର କୋଟି ଟଙ୍କାର ବ୍ୟବସାୟ ହେଉଥିବା ଆକଳନ କରାଯାଉଛି।ତେବେ ଜିଲ୍ଲାରେ କପା ଓ କପା ଚାଷର ଚାହିଦା ବଢୁଛି କିନ୍ତୁ ଚାଷିଙ୍କୁ ଉଚିତ ଆକାରରେ ସରକାରୀ ପ୍ରୋତ୍ସାହନ ମିଳୁନଥିବା ଚାଷିମାନେ ଅଭିଯୋଗ କରୁଛନ୍ତି। କେବଳ ଏହା ନୁହେଁ ପଶ୍ଚିମ ଓଡିଶାର ବଲାଙ୍ଗୀର,କଳାହାଣ୍ଡି,ନୂଆପଡ଼ା ଓ ରାୟଗଡା ଜିଲ୍ଲାରୁ ୨ଲକ୍ଷ ହେକ୍ଟରରୁ ଅଧିକ ଜମିରେ କପାଚାଷ ହୋଇ ବାହାରକୁ ରପ୍ତାନୀ ହେଉଛି।କପାଚାଷକୁ ବ୍ୟବସ୍ଥିତ କରାଯାଇ ଏହି ଅଞ୍ଚଳରେ ସୂତାକଳ ସ୍ଥାପନ କରାଗଲେ ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି ମିଳିବା ସହ ବାହାର ରାଜ୍ୟ କୁ ଯାଉଥିବା ଦାଦନ ଙ୍କୁ ମଧ୍ୟ କିଛି ପରିମାଣରେ ରୋକାଯାଇ ପାରନ୍ତା ବୋଲି ଜନଦାବି ହେଉଛି ।
              ପ୍ରକାଶ୍ୟ ଯେ,କେବିକେ ଅଞ୍ଚଳ ସମେତ ବଲାଙ୍ଗୀର ଜିଲ୍ଲା ଏକ ସ୍ୱଳ୍ପବୃଷ୍ଟି ଅଂଚଳ।ଏହି ଅଞ୍ଚଳରେ ଧାନ ଚାଷ ପରେ କପା ହେଉଛି ଏକ ଅର୍ଥକାରୀ ଫସଲ।ବଲାଙ୍ଗୀର ଜିଲ୍ଲାର କୃଷ୍ଣକାର୍ପାସ ଓ ଲାଲମାଟି କପାଚାଷ ପାଇଁ ଉତ୍କୃଷ୍ଟ।ଜିଲ୍ଲାରେ ଗତ ୩୦ ବର୍ଷ ହେଲା କପାଚାଷ ପ୍ରତି ଲୋକମାନେ ଆଗ୍ରହ ପ୍ରକାଶ କରୁଛନ୍ତି।କିନ୍ତୁ ଚାଷୀ ମାନେ ସରକାରଙ୍କ ତରଫରୁ ଯେଉଁଭଲି ପ୍ରୋତ୍ସାହନ ପାଇବା କଥା ଏପର୍ଯ୍ୟନ୍ତ ସେତିକି ପାଇ ନାହାନ୍ତି।ବଲାଙ୍ଗୀର ଭଲି ଗରୀବ ଜିଲ୍ଲାରେ ଚାଷୀଙ୍କୁ ଆର୍ଥିକ ସ୍ତରରେ ସହଯୋଗର ନିତାନ୍ତ ଆବଶ୍ୟକ ରହିଛି। ବ୍ୟାଙ୍କ ମାନେ କପାଚାଷ ଉପରେ କୃଷି ଋଣ ଦେଉନଥିବାରୁ ଗାଁ ମହାଜନଙ୍କ ଉପରେ କପାଚାଷୀମାନେ ଭରସା କରୁଛନ୍ତି।ଚାଷ ସମୟରେ ବିହନ,ସାର ଗାଁ ମହାଜନଙ୍କଠାରୁ ଧାରରେ ନେଉଛନ୍ତି। କପା କିଣାବିକା ସମୟରେ କପାକୁ ମହାଜନ ମାନେ କିଣୁଛନ୍ତି। ଚାଷୀ ମାନେ ମହାଜନ ମାନଙ୍କ ଠାରୁ ଅଠାରି ଋଣ ୧୦ ପ୍ରତିଶତ ସୁଧରେ କରିବାକୁ ବାଧ୍ୟ ହେଉଛନ୍ତି।ମୁଖ୍ୟତଃ ଖପ୍ରାଖୋଲ,ଲାଠୋର, ବେଲପଡା,ତୁରେକେଲା,କଣ୍ଟାବାଞ୍ଜି,ବଙ୍ଗୋମୁଣ୍ଡା,ପାଟଣାଗଡ, ଚୁଡାପାଲି ଅଂଚଳରେ ବହୁ ପରିମାଣରେ ଗାଁ ମହାଜନି କାରବାର ଚାଲୁଛି।ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡରେ ସର୍ବାଧିକ କପାଚାଷ କରାଯାଇଥିବା ରେକର୍ଡ କରାଯାଇଛି।ଜିଲ୍ଲାର ବହୁତ ଅଞ୍ଚଳରେ ସରକାରୀଜମି ଓ ଜଙ୍ଗଲଜମିରେ ମଧ୍ୟ ବ୍ୟାପକ ମାତ୍ରାରେ କପାଚାଷ କରାଯାଇଛି।ଜିଲ୍ଲାରେ ବନ୍ନି,ଭକ୍ତି,ଶ୍ରୀତୁଲସି,ଗବ୍ୱର,ରେସ ଇତ୍ୟାଦି ବିହନ ଚାଷୀମାନେ ବ୍ୟବହାର କରୁଛନ୍ତି।ଏହି ବିହନକୁ ନୀଜିଭିଡୁ ଓ ଗଙ୍ଗା କାବେରୀ,ମାହିକୋ ଭଲି ବହୁ ଦେଶୀୟ କମ୍ପାନୀ ଯୋଗାଣ କରିଥାନ୍ତି।କିନ୍ତୁ କଣ୍ଟାବାଞ୍ଜୀ,ବେଲପଡା,ପାଟଣାଗଡ ଓ ଲାଠୋର ଅଂଚଳର ମହାଜନମାନେ ଲୋକାଲ ମଂଜିକୁ ବ୍ରାଣ୍ଡେଡ କମ୍ପାନୀର ଛାପାରେ ନକଲି କରି ବିକ୍ରୀ କରୁଥିବା ସହିତ ନାଗପୁର ଓ ଗୁଜରାଟ ଅଞ୍ଚଳରୁ ଅନେକ ମିଶ୍ରିତ ମଞ୍ଜି ମଧ୍ୟ ଆସି ବଲାଙ୍ଗୀର ଜିଲ୍ଲାରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି।ଏପରିକି ଚଢା ଦରରେ ମଂଜି ବିକ୍ରୀ କରାଯାଇଛି।ଜିଲ୍ଲାର ଚାଷୀମାନେ ଯେଉଁ ପରିମାଣରେ ସାରର ଆବଶ୍ୟକ କରନ୍ତି ସେହି ପରିମାଣରେ ସାର ମିଳିପାରେ ନାହିଁ।ସେହି ଦୃଷ୍ଟିରୁ ଦୁଇ ଗୁଣା ଦରରେ ସାର କିଣିବାକୁ ବାଧ୍ୟ ହେଉଛନ୍ତି।ଏବେ ବେଉଷଣ ସମୟରେ ୟୁରିୟା ସାରର ଯଥେଷ୍ଟ ଆବଶ୍ୟକତା ରହିଛି।କପାଚାଷରେ ଯଥେଷ୍ଟ ପରିମାଣରେ ଜୈବୀକ ସାରର ଆବଶ୍ୟକତା ରହିଛି।କିନ୍ତୁ ଆବଶ୍ୟକ ତାଲିମ ଅଭାବରୁ ଚାଷୀମାନେ ରାସାୟନିକ ସାର ଉପରେ ବେଶି ପରିମାଣ ରେ ନିର୍ଭରଶୀଳ ରହିଛନ୍ତି।କପାଚାଷକୁ ତଦାରଖ ପାଇଁ କୃଷିବିଭାଗ ଜିଲ୍ଲାରେ କପା ବୈଷୟିକ ବିଶେଷଜ୍ଞ ନିଯୁକ୍ତି କରିଥିଲେ।କିନ୍ତୁ ରାଜ୍ୟ ସରକାର ଏବେ ସେହି ପଦବୀକୁ ଉଚ୍ଛେଦ କରି କୃଷିବିଭାଗର ଜଣେ ଅଧିକାରୀଙ୍କୁ ତଦାରଖ ଦାୟୀତ୍ୱ ଦେଇଛନ୍ତିି।ପୂର୍ବରୁ ଜିଲ୍ଲାରେ ୬ ମାସିଆ ୩୩ ଏମଏମ ତନ୍ତୁ ଲମ୍ବ ଯୁକ୍ତ କପା କରାଯାଉଥିଲା।ଏବେ କପାର ମାନ ୩୦ରୁ ୩୧ମିମି ମଧ୍ୟରେ ରହୁଛି।ଚାଷୀମାନେ ଏକର ପିଛା ୫ ରୁ ୧୦ କୁଇଣ୍ଟାଲ ପର୍ଯ୍ୟନ୍ତ କପା ଆଦାୟ କରିପାରୁଛନ୍ତି। କପାର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୮ହଜାର ୩୦୦ ଟଙ୍କା ଉପରେ ରହିଲାଣି।ଏକର ପିଛା ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଥିଲେ ବଳକା ଟଙ୍କାର ଲାଭ ଚାଷୀ ପାଇବା କଥା।କିନ୍ତୁ ଗାଁ ମହାଜନ ଠାରୁ ଚଢା ଦରରେ ତଥା ୧୦% ସୁଧରେ ବିହନ ଓ ସାର ଆଣିଥିବାରୁ ସବୁ ଲାଭତକ ମହାଜନ ହାତରେ ପଡୁଛି।ସରକାର କପା ଅମଳ ବେଳେ ସିସିଆଇ ଜରିଆରେ କପା କିଣିଥାନ୍ତି।କିନ୍ତୁ ସେଥିରେ ମଧ୍ୟ ମଧ୍ୟସ୍ଥି ହିଁ ମୁଖ୍ୟ ଭୂମୀକା ନେଇଥାନ୍ତି।ଚାଷିଙ୍କୁ ଠିକ ସମୟରେ ସାର ଯୋଗାଇ ଦେବା ଓ ଆଗକୁ କପାର କିଣାବିକାରେ ସହାୟକ ହେବାକୁ ଦାବି ହେଉଛି।ତେବେ ଚାଷିଙ୍କ ଏଭଳି ଅଭିଯୋଗ ଉପରେ ବଲାଙ୍ଗୀର କପା ବିଶେଷଜ୍ଞ ଦାୟୀତ୍ୱରେ ଥିବା ବିମ୍ବାଧର ସାହୁଙ୍କୁ ଫୋନରେ ଯୋଗାଯୋଗ କରିବାରୁ କପାଚାଷିଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଉଛି।ଜିଲ୍ଲାରେ କପା ଉତ୍ପାଦନ ପରିମାଣ ମଧ୍ୟ ବଢୁଛି ବୋଲି କହିଛନ୍ତି।ପାଟଣାଗଡ ବିଧାୟକ  ଏବେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରହିଛନ୍ତି । ତେଣୁ କପାଚାଷ ଓ ଚାଷିଙ୍କ ଉନ୍ନତି ପାଇଁ ପଦକ୍ଷେପ ନେବେ ବୋଲି ଚାଷିମାନେ ଆଶା ରଖିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like