-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
28-Aug-2024
ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ ନୂଆଖାଇ ପାଇଁ ବୁଧବାର ସନ୍ଧ୍ୟା ୭ଟା ସମୟରେ ଲଗ୍ନ ଧାର୍ଯ୍ୟ କରାଯାଇଛି l ଗଣ ପୂର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ପରମ୍ପରା ଅନୁସାରେ ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନବାନ୍ନ ଲଗ୍ନ ଧାର୍ଯ୍ୟ କରାଯାଇଛି । ପଣ୍ଡିତ ମଣ୍ଡଳି ଆଲୋଚନା କରିବା ପରେ ଚଳିତ ନୂଆଁଖାଇ ପାଇଁ ଆସନ୍ତା ୮
ତାରିଖ ରବିବାର ଭାଦ୍ରବ ଶୁକ୍ଲପକ୍ଷ ଋଷି ପଂଚମୀ ତିଥିର ସକାଳ ୯ ଘଣ୍ଟା ୪୨ ମିନିଟ୍ ରୁ ୯ ଘଣ୍ଟା ୫୬ ମିନିଟ୍ ମଧ୍ୟେ ଲଗ୍ନଧାର୍ଯ୍ୟ କରିଛନ୍ତି । ଆସନ୍ତା ୮ ତାରିଖ ରବିବାର ସକାଳ ୯ ଘଣ୍ଟା ୪୨ ମିନିଟ୍ ରୁ ୯ ଘଣ୍ଟା ୫୬ ମିନିଟ୍ ମଧ୍ୟେ ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଠାରେ ନବାନ୍ନ ଭୋଗ ଲାଗି କରାଯିବ ବୋଲି ପଣ୍ଡିତ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଜ୍ୟୋତିଷାଚାର୍ଯ୍ୟ ସିଦ୍ଦେଶ୍ୱର ଯୋଶୀ ସୂଚନା ଦେଇଛନ୍ତି । ମାଁ ଭୈରବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ଜିଲା ସାରା ଅନ୍ୟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ ହେବ, ତାପରେ ଲୋକେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ନବାନ୍ନ ଗ୍ରହଣ କରିବେ ବୋଲି ମୁଖ୍ୟ ପୂଜକ
ଗୌରୀ ଶଙ୍କର ବଡମାଳୀ ପ୍ରକାଶ କରିଛନ୍ତି । ପରମ୍ପରା ପ୍ରକାରେ ମା’ ଭୈରବୀଙ୍କ ନିକଟରେ ନବାନ୍ନ ଲାଗି କରାଯିବା ପରେ ମା ଭୈରବୀଙ୍କ ପୀଠରେ ଭକ୍ତମାନଙ୍କୁ ନବାନ୍ନ ଭୋଗ ବିତରଣ କରାଯିବ । ଏହି ଅବସରରେ ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତ, ପୂଜକ ଏକା ବଡମାଳି, ରାଜେଶ ବଡ଼ମାଳି, ହରିହର ବଡମାଳି, ତରଣୀ ବଡମାଳି, ବିଜୟ ମିଶ୍ର, ଶମ୍ଭୁ ପ୍ରସାଦ ମହାକୁଳ, ସଂପଦ ଅଗ୍ରୱାଲା, ଅମର ସାହୁ, ହରେଷ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।