-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
25-Aug-2024
ଆଗଲପୁର (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ଗୁଡିମୁଣ୍ଡା ଗ୍ରାମ ରେ ଜଣେ ଯୁବକ ଙ୍କୁ ମାରପିଟ ଅଭିଯୋଗ ରେ ପୋଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଆକ୍ରମଣ ର ଶିକାର ହୋଇଥିବା ବ୍ୟକ୍ତି ହେଲେ ଗୁଡିମୁଣ୍ଡା ଗ୍ରାମ ର ଦାମୋଦର କଠାର। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଦାମୋଦର ଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କୁ ପଠେଇ ଦିଆଯାଇଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଆଗଲପୁର ଥାନା ଗୁଡିମୁଣ୍ଡା ଗ୍ରାମ ର ଗଙ୍ଗାଧର ନାଏକ (୫୦) ଏବଂ ତାଙ୍କ ତିନି ପୁଅ ମୁକେଶ ନାଏକ, ରାକେଶ ନାଏକ ଓ ରାଜେଶ ନାଏକ l ଆକ୍ରମଣ ର ଶିକାର ହୋଇଥିବା ଦାମୋଦର କଠାର ଙ୍କ ଅଭିଯୋଗ କୁ ଭିତ୍ତି କରି ଆଗଲପୁର ପୋଲିସ ୧୩୯/୨୦୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲା l କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆଯାଇଛି l