-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
24-Aug-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ଆଉ କିଛି ଦିନର ଅପେକ୍ଷା ପରେ ଆସିଲାଣି ପାର୍ବଣ ରୂତୁ । ଖୁଦୁରୁକୁଣୀ, ଗଣେଶ,ବିଶ୍ଵକର୍ମା ପରେ ଦୂର୍ଗାପୂଜା, କାଳିପୂଜା ତେଣୁ ମାଟି ମୂର୍ତ୍ତିଙ୍କୁ ଜୀବନ୍ତ ରୃପ ଦେବାରେ ଲାଗିପଡିଛନ୍ତି ମୂର୍ତ୍ତି କାରିଗର । ସେହି କ୍ରମରେ ସ୍ଥାନୀୟ ବ୍ଲକଛକ ଦୁର୍ଗାପୂଜା ମଣ୍ଡପରେ ଏକ ଅସ୍ଥାୟୀ ଟେଣ୍ଟରେ ଜିଲ୍ଲା ର ବିଶିଷ୍ଟ ମୂର୍ତ୍ତିକାର ରଘୁବୀର ମେହେର ଏବେ ଭଳି କିଭଳି ମୂର୍ତ୍ତି ନିର୍ମାଣରେ ମଗ୍ନ ରହିଛନ୍ତି। ବ୍ୟାବସାୟିକ କ୍ଷେତ୍ର ରେ ଯଦିଓ ପରିଶ୍ରମ ତୂଳନାରେ ମୂର୍ତ୍ତି ର ଦାମ ସବୁ ର ଠିକ୍ ପ୍ରାପ୍ୟ ମିଳୁନି ତେବେ ବି ପାର୍ବଣ ସମୟ ଆସିଲେ ମୂର୍ତ୍ତି ନିର୍ମାଣ କାମରେ ସେ ନିଜକୁ ରୋକିପାରିନଥାନ୍ତି ବୋଲି କହନ୍ତି ରଘୁବୀର୍ । ଦିନରାତି ଏକ୍ କରି ସେ କିଛି ବଙ୍ଗୀୟ କାରିଗର ଙ୍କୁ ନେଇ ମୃଣ୍ମୟୀ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଅଛନ୍ତି। ବିଭିନ୍ନ ମୂର୍ତ୍ତି ର ସ୍ଵତନ୍ତ୍ର ଡିଜାଇନ୍ ଯୋଗୁଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ତାଙ୍କର ନିର୍ମିତ ମୂର୍ତ୍ତି ସବୁ ବିଶେଷ ଆକର୍ଷିତ କରୁଥିବାବେଳେ ନିଜନିଜ ପସନ୍ଦର ମୂର୍ତ୍ତି ସବୁକୁ ଅଗ୍ରିମ ଅର୍ଡର ଦେଉଥିବା ମଧ୍ୟ ଦେଖାଯାଉଛି। ବ୍ଲକଛକ ଦୁର୍ଗାପୂଜା ମଣ୍ଡପରେ ଆଜିକୁ ସେ ୧୬ବର୍ଷଧରି ମାଁ ଦୂର୍ଗା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ସହ ଆକର୍ଷଣୀୟ ତୋରଣ ପ୍ରସ୍ତୁତ କରି ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଆସୁଛନ୍ତି। ଗତବର୍ଷ ମଣ୍ଡପରେ ସେ କେଦାରନାଥ ମନ୍ଦିର ର ଅବିକଲ ଢାଞ୍ଚା ନିର୍ମାଣ କରି ଖୁବ୍ ପ୍ରଶଂସା ପାଇଥିବାବେଳେ ଏବର୍ଷ ମଧ୍ୟ ଏକ ନୂତନ ଶୈଳୀରେ ସେ ବ୍ଲକଛକ ଦୁର୍ଗାପୂଜା ମଣ୍ଡପକୁ ସାଜସଜ୍ଜା କରିବାପାଇଁ ଚେଷ୍ଟା କରୁଥିବା କହିଛନ୍ତି ରଘୁବୀର୍।