-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
24-Aug-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ)-ଜିଲ୍ଲା ଅବକାରୀ ବରଗଡ଼ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ବ୍ୟାପକ ଚୋରାମଦ ପ୍ରସ୍ତୁତ ହେଉଥିବା ବେଆଇନ ସ୍ଥାନରେ ଚଢ଼ାଉ କରାଯାଇ ଚୋରାବିକ୍ରି ପ୍ରତିରୋଧ ସହ ମହୁଲ ପୋଚ ନଷ୍ଟ, ବ୍ୟବହୃତ ସରଞ୍ଜାମକୁ ଜବତ କରାଯାଇଛି । ଜିଲ୍ଲାର ଚାଣ୍ଟିପାଲି, ଛିନ୍ଦ୍ରାପାଲି, ମାଲମଡ଼ା, ଗାଇସିଲେଟ, ପାଇକମାଲ ପ୍ରମୁଖ ଅଞ୍ଚଳରେ ଚଢ଼ାଉ ସମୟରେ ଚୋରାମଦ ଜବତ ସହ ୩୨ଟି କେଶ୍ କରାଯାଇ ହାତରନ୍ଧା ମଦ ୨୭୦୨ ଲିଟର, ୩୭୭୮ କି.ଗ୍ରା. ମହୁଲ ପୋଚ ଜବତ କରାଯାଇଛି । ଅବକାରୀ ଅଧିକ୍ଷକ ବରଗଡ଼ର ଶ୍ରୀ ସୁବନ୍ନ ନାୟକଙ୍କ ନିର୍ଦ୍ଦେଶରେ ଓ ମୋବାଇଲ ଅଧିକାରୀ ରଶ୍ମିତା ଲାକ୍ରାଙ୍କ ପରିଚାଳନାରେ ସମରଜିତ ଦାଶ, ବିକାଶ ଟସ୍ପୋ, ଗୋକୁଳ ଧର ପ୍ରମୁଖ ପ୍ରତ୍ୟହ ଚଢ଼ାଉ କରି ଏ ପ୍ରକାର ୩୨ଟି କେଶ ସହ ଆସାମୀଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ଗଞ୍ଜାମ ଜିଲ୍ଲା ମଦମୃତ୍ୟୁକୁ ଆଖି ଆଗରେ ରଖି ଏହି ବ୍ୟାପକ ଚୋରାମଦ କାରବାର ଉପରେ ଚଢ଼ାଉ ଚାଲୁ ରହିଛି ।