-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||     

HOME   ଜିଲ୍ଲା

ଇଚ୍ଛାପୁର ସରପଞ୍ଚଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ, ଖଣ୍ଡା, ଗାଡି ଜବତ

01-Aug-2024



ଡୁଙ୍ଗୁରିପାଲ୯(ଅରବିନ୍ଦ ମିଶ୍ର)-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁର ସରପଞ୍ଚ ପ୍ରଶାନ୍ତ ସାହୁଙ୍କୁ ଗତ ୨୬ ତାରିଖ ଅପରାହ୍ନ ୪.୪୫ରେ  ବ୍ଲକ କାର୍ଯ୍ୟାଳୟ ପରିସର ବିଡିଓଙ୍କ ସରକାରୀ ବାସ ଭବନ ସମ୍ମୁଖରେ ତିନି ଜଣ ଆକ୍ରମଣ କରିଥିଲେ ।  ଆକ୍ରମଣ ପରେ ସମସ୍ତ ଅଭିଯୁକ୍ତ ଫେରାର ଥିଲେ ।  ଏହାକୁ ନେଇ ସରପଞ୍ଚ ସଂଘ ଗିରଫ କରାନଗଲେ ଆନ୍ଦୋଳନର ଧମକ ମଧ୍ୟ ଦେଇଥିଲେ । ଏହାକୁ ନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ପରେ  ପୁଲିସ ପକ୍ଷରୁ ତତ୍ପରତା ଦେଖା ଦେଇଥିଲା ।  ଘଟଣା ପରେ ଅଭିଯୁକ୍ତ ମାନେ ଫେରାର ହୋଇଥିବାରୁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ସୁରାକ ପାଇ ନଥିଲେ । ବିଶ୍ୱସ୍ତ ସୂତ୍ରରୁ ପୁଲିସ ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ମାନେ ମଧ୍ୟପ୍ରଦେଶର ଭିଲାଇ ସହରରେ ରହୁଛନ୍ତି ।

ଥାନାଧିକାରୀ ସତ୍ୟନାରାୟଣ ପଧାନଙ୍କ ତତ୍ତ୍ୱାବଧାନରେ କେତେକ  ବିଶ୍ୱସ୍ତ ପୋଲିସ ମାନଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲେ । ସେମାନଙ୍କୁ ନେଇ ପୁଲିସ  ଭିଲାଇରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ମାରିଥିଲେ । ପୋଲିସ ସେମାନଙ୍କ ପିଛା କରିଥିଲେ । ପରିଶେଷରେ ଡୁଙ୍ଗୁରିପାଲି ଥାନା  ଚିନାଯୁରୀ ନିକଟରେ ସମସ୍ତଙ୍କୁ କାବୁ କରିଥିଲେ ।  ସେମାନେ ଏକ କାର ଯୋଗେ ଭିଲାଇରୁ ଓଡିଶାର  ଚିନାଯୁରୀକୁ ଆସୁଥିବା ବାଟରେ ଗାଡି ସହିତ ଏମାନଙ୍କୁ ଧରିବାରୁ ସଫଳ ହୋଇଥିଲେ । ତିନି ଅଭିଯୁକ୍ତ ହେଲେ ଇଚ୍ଛାପୁର ପଞ୍ଚାୟତର ସାନଫଟାମୁଣ୍ଡା ଗ୍ରାମର ଜୟଲାଲ ମଟାରୀଙ୍କୁ ଦୁଇ ପୁଅ ଅରକ୍ଷିତ ମଟାରୀ(୨୬) ଓ ବିଶ୍ୱଜିତ ମଟାରୀ (୨୧) ଏବଂ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ପ୍ରେମସଗର ପୋଲିସ ଚୌକ ହନୁମନ୍ତାଲର ୱାର୍ଡ ନଂ.୫୮, ରାଧାକୃଷ୍ଣ ଏରିଆର  ଆକାଶ ଭଟ୍ଟ(୨୬) ।  ଏମାନଙ୍କୁ ଆଣି ଥାନାରେ ପଚରା ଉଚୁରା ପରେ ସେମାନେ ସରପଞ୍ଚଙ୍କୁ ଖଣ୍ଡାରେ ହାଣି ଥିବା ସ୍ୱୀକାର କରିବା ସହ  ଏଥିରେ ବ୍ୟବହୃତ ଖଣ୍ଡା ଚିଙ୍ଗେରକଟା ରାସ୍ତାର ଏକ ବୁଡା ମୂଳରୁ ତିନିଟି ଖଣ୍ଡା ଉଦ୍ଧାର କରିବା ସହ  ବ୍ୟବହୃତ ଗାଡି  ମହିନ୍ଦ୍ରା ଏକ୍ସୟୁଭି ୫୦୦ ଓଡି ୦୩-କ୍ୟୁ-୨୪୪୫କୁ ଜବତ କରାଯାଇଛି ।

 ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ସେମାନେ ସ୍ୱିକାର କରିଛନ୍ତି । ଘଟଣାଟି ହେଲା- ଅଭିଯୁକ୍ତ ଅରକ୍ଷିତର ଶଳା  ଇଚ୍ଛାପୁରରେ ଏକ ବାହା ଘର ଭୋଜିରେ ଯୋଗ ଦେଇଥିଲେ । ସେଠାରେ ସେମାନଙ୍କ ସହିତ ଝଗଡା ହୋଇଥିଲା ।  ନିର୍ବାଚନରେ ସରପଞ୍ଚ ଏବଂ ଅଭିଯୁକ୍ତ ମାନେ ଭିନ୍ନ ଭିନ୍ନ ଦଳର ହୋଇଥିବାରୁ ଉକ୍ତ ଘଟଣା ଘଟିଥିବା ସେମାନେ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସରପଞ୍ଚ ୨୬ତାରିଖ ବ୍ଲକରେ କାମ ସାରି ନିଜ କାରରେ ଫେରୁଥିବା ବେଳେ ସମସ୍ତ ଅଭିଯୁକ୍ତ ତାଙ୍କୁ ଖଣ୍ଡାରେ ହାଣିଥିଲେ । ସେ ଗୁରୁତର ଅବସ୍ଥାରେ ବିଡିଓଙ୍କ ସରକାରୀ ବାସଭବନକୁ ପଶି ଯାଇ ଭିତର ପଟରୁ ଗେଟ  ବନ୍ଦ କରିଦେବାରୁ ବର୍ତ୍ତି ଯାଇଥିଲେ । ତଥାପି ମଧ୍ୟ ତାଙ୍କର ମୁଣ୍ଡ,ହାତ ତଥା ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି । ବର୍ତ୍ତମାନ ସୁଦ୍ଧା ସେ ବୁର୍ଲାରେ ଚିକିତ୍ସାଧିନ ରହିଛନ୍ତି । ଘଟଣା ପରେ ବ୍ଲକ ଅଂଚଳରେ ଆତଙ୍କ  ଖେଳି ଯାଇଥିଲା । ଡୁଙ୍ଗୁରିପାଲି ପୁଲିସ ପକ୍ଷରୁ  ୧୭୬/୨୪ରେ ଏକ ମାମଲା ଋଜୁ ହୋଇ ଅଭିଯୁକ୍ତମାନଙ୍କୁ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୨୬(୨)/୨୯୬/୧୧୫(୨)/୧୧୮(୧)/୧୦୯(୧)/୩୨୪(୪) ୩(୫) ରହିଥିବା ତଦନ୍ତକାରୀ ଥାନା ଅଧିକାରୀ  ସତ୍ୟନାର‌୍ୟାନ ପଧାନ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଅରକ୍ଷିତ ଏବଂ ଆକାଶ ଭଟ୍ଟ ନାମରେ ବଲାଙ୍ଗିର ଥାନାରେ ମଧ୍ୟ ବିଭିନ୍ନ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   03-Oct-2026
  ଜିଲ୍ଲା  
‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   03-Oct-2026
  ଜିଲ୍ଲା  
ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   03-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   03-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   03-Oct-2026
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026

You Might Also Like