-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ରାଜ୍ୟ

ଓଡିଶା ଜୀବିକା ମିଶନର ଫିଟୁଛି ଗୁମର: ଓଏଲ୍ ଏମ୍ ରେ ଯୋଜନାବଦ୍ଧ ବାଟମାରଣା !

25-Jul-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ)  ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ମିଶନଶକ୍ତି ଜରିଆରେ ପ୍ରତ୍ୟେକ ବ୍ଲକରେ ଓଡିଶା ଜୀବିକା ମିଶନ କାର୍ଯ୍ୟକାରୀ କରୁଛନ୍ତି । ଗତ ସରକାରଙ୍କ ଅମଳରେ ଏହି ବିଭାଗଟି ବିଜେଡିର ଦ୍ବିତୀୟ କ୍ଷମତାକେନ୍ଦ୍ର ପୂର୍ବତନ ସଚିବ ଭି କେ ପାଣ୍ଡିୟାନ୍ ଙ୍କର ପତ୍ନୀ ସଚିବ ସୁଜାତା କାର୍ତ୍ତିକେୟନଙ୍କ ହାତରେ ଥାଇ ଏସ ଏଚ ଜି ମହିଳାମାନଙ୍କୁ ରାଜନୈତିକ ସଭାସମିତି ବା ଭୋଟବ୍ୟାଙ୍କ୍ ରୂପେ ବ୍ୟବହାର କରୁଥିବା ବେଳେ ଏହାର ଫାଇଦା ନେଇ ଏହି ମିଶନର କର୍ମକର୍ତ୍ତାମାନେ କୋଟି କୋଟି ଟଙ୍କାର ଦୁର୍ନୀତିରେ ଲିପ୍ତ ରହିଥିବା ଜଣାପଡିଛି ।  ବଲାଙ୍ଗୀର ଜିଲ୍ଲାର ଭୋକ ବିକଳରେ ସନ୍ତାନ ବିକ୍ରି, ଅନାହାରମୃତ୍ୟୁ ଅଭିଯୋଗ ପାଇଁ ଅପଖ୍ୟାତ ଦାଦନପ୍ରବଣ ବଙ୍ଗୋମୁଣ୍ଡା ବ୍ଲକ୍ ରେ ଏହି କାର୍ଯ୍ୟକ୍ରମରେ ମହିଳା ଏସଏଚଜିଙ୍କୁ ହାତବାରିସୀ କରି ବିଭାଗୀୟ ଅଧିକାରୀମାନେ ପିସି, କମିଶନ ଓ ମିଥ୍ୟାବିଲ୍ ରେ ବ୍ୟାପକ ଅର୍ଥ ହଡପ କରୁଥିବା ଓ ଏହାର ଚେର ତଳୁ ଉପରସ୍ତର

ପର୍ଯ୍ୟନ୍ତ ଲମ୍ବିଥିବା ସମ୍ପର୍କୀୟ ଏକ ଚାଞ୍ଚଲ୍ୟକର ଅଭିଯୋଗ ବିଭାଗୀୟ କର୍ମଚାରୀଙ୍କ ପକ୍ଷରୁ୍ କରାଯାଇଛି । ଏହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଧ୍ୟ ମାସ ମାସ ଧରି ଏହାକୁ ଚପାଇ ଦିଆଯାଇ ଆସୁଛି  ! ଏହା ଗତ ସରକାରଙ୍କର ଏକ ବଡ ଧରଣର ଅନିୟମିତତାର ଭାତହାଣ୍ଡିରୁ ଗୋଟିଏ ଚିପିଲା ପରି । 

ଅଭିଯୋଗ ଅନୁଯାୟୀ, ବଙ୍ଗୋମୁଣ୍ଡା ବ୍ଲକ୍ ର ୨୬ଟି ପଞ୍ଚାୟତରେ ଚାଲିଥିବା ଓଏଲଏମରେ ଏହି ଦୁର୍ନୀତି ମଧ୍ୟରେ ଗସ୍ତ ପାଇଁ ମିଥ୍ୟା ଗାଡିଭଡାଠାରୁ ପ୍ରତି ଏମବିକେକୁ ୨୫ ରୁ ୩୦ ଲକ୍ଷ ଟଙ୍କା ଡେଭଲପମେଣ୍ଟ ପାଇଁ ପ୍ରଦତ୍ତ ପାଣ୍ଠି , ଋଣ , ସାମଗ୍ରୀ କିଣା , ଜୀବିକା ନିର୍ବାହ ପାଇଁ ଆର୍ଥିକ ସହାୟତା , ଗୋଷ୍ଠୀ ବିନିଯୋଗ ପାଣ୍ଠି , ସିଆରପି ଚୟନ ନିମନ୍ତେ ଲାଞ୍ଚ , ' ମୋ ବଗିଚା ' ପାଇଁ ଅନୁଦାନରୁ ପିସି , ଅଫିସ୍ ନିର୍ମାଣ , ବହିପତ୍ର ଓ ଆସବାବ ପତ୍ର କିଣାରେ କମିଶନୀ ଏବଂ ଅନ୍ୟାନ୍ୟ ଦୁର୍ନୀତି ହୋଇଆସୁଥିବା ଅଭିଯୋଗ ହୋଇଛି ।  ଏପରିକି ଏଠାକାର ବି ଏଲ ସି ସତ୍ୟ ବେହେରାଙ୍କ ବିରୁଦ୍ଧରେ ସେ ଗତବର୍ଷ ବିବାହ କଲାବେଳେ ତାଙ୍କ ପାଇଁ ମହିଳା ସଦସ୍ୟାଙ୍କ ଠାରୁ ୫ରୁ ୬ ହଜାର ଲେଖାଏଁ ପ୍ରାୟ ୧୫/ ୨୦ ଲକ୍ଷ ଟଙ୍କା ସଂଗ୍ରହ କରାଯାଇ ତାଙ୍କୁ ପ୍ରଦାନ କରାଯାଇଥିବା ଜଣାଯାଇଛି । କେବଳ ମୁଣ୍ଡପଦର ପଞ୍ଚାୟତରୁ ଏମବିକେ ୩୩ ହଜାର ଟଙ୍କା ଦେଇଥିବା ଓ ମୋଟ ୪୦ ହଜାର ଟଙ୍କା ତାଙ୍କ ଦୋକାନରୁ ବିଏଲ ସି ଙ୍କ ସହ ସୁସମ୍ପର୍କ ଥିବା ଅଫିସ୍ ର ଜନୈକା ଯୁବତୀ କର୍ମଚାରୀଙ୍କର ଡ୍ରେସ୍ ବାବଦକୁ ତାଙ୍କ କପଡାଦୋକାନରୁ କଟାଯାଇଥିବା କୁହାଯାଉଛି । ସେହିପରି ଉକ୍ତ ଏମବିକେଙ୍କ ଦେଢଶୁରରଙ୍କ ଗାଡିର ଭଡା ବାବଦକୁ ତାଙ୍କ ଆକାଉଣ୍ଟରେ ୧  ଲକ୍ଷ ୨୦ହଜାର ଟଙ୍କା ପକାଯାଇ ହଡପ କରାଯାଇଥିବା ନିଜେ ଉକ୍ତ ଏମବିକେ ଚନ୍ଦ୍ରିକା ସଗରିଆ ଅଭିଯୋଗ ପ୍ରକାଶ କରିଛନ୍ତି । 

ଆହୁରି ମଧ୍ୟ , ଉକ୍ତ ବିଏଲସି କେତେକ ଏସଏଚଜିଙ୍କୁ ହାତରେ ରଖି ପ୍ରଚୁର ଉତ୍କୋଚ ସଂଗ୍ରହ କରିଆସୁଛନ୍ତି ଓ ଏହାକୁ ବିପିଏମ ବିଜୟ ବେହେରା ସମର୍ଥନ କରିଆସୁଛନ୍ତି ବୋଲି ଅଭିଯୋଗରୁ ପ୍ରକାଶ । ଠେମରା ପଞ୍ଚାୟତରେ ଏମବିକେଙ୍କ ବଦଳରେ ଖୋଦ୍ ବିପିଏମଙ୍କ ହସ୍ତାକ୍ଷରରେ  ପ୍ରାୟ ବର୍ଷର ୧୨ ମାସଯାକ ରିଜଲୁସନ ଲେଖାଯାଇଥିବା ଅନୁସନ୍ଧାନ ସାପେକ୍ଷ । ଅଲଣ୍ଡା ପରି ବଡ ପଞ୍ଚାୟତରେ ବିସ୍କୁଟ କିଣାରେ ଦିଆଯାଇଥିବା ୨ ଲକ୍ଷ ଟଙ୍କାରୁ ପିସି କଟାଯାଇଥିଲା । 

ଏଥିସହ ପ୍ରତ୍ୟେକ ପଞ୍ଚାୟତରେ ଜିଏଲଏଫ ଗୃହ ବା ଅଫିସ୍ ନିର୍ମାଣ ନିମନ୍ତେ ୩୦ ଲକ୍ଷ ଲେଖାଏଁ ଟଙ୍କା ଏବଂ ପ୍ରାୟ ୨୦୦ ସିଆରପି ଚୟନ ପାଇଁ ଜଣପିଛା ୧୫ ରୁ ୨୦ ହଜାର ଲେଖାଏଁ ଲାଞ୍ଚ ଆଦାୟ ହୋଇଥିବା ଅଭିଯୋଗର ଚର୍ଚ୍ଚା ଉଠିଛି ।

ବ୍ଲକ୍ ର ମୁଣ୍ଡପଦର , କପିଳାଭଟା ,ଚୁଲିଫୁଙ୍କା , ବିରିପାଲି , ଭାଲୁମୁଣ୍ଡା ,ବଙ୍ଗୋମୁଣ୍ଡା , ଅଲଣ୍ଡା , ଠେମରା ଓ ଅନ୍ୟାନ୍ୟ ପଞ୍ଚାୟତରେ ଏହିପରି ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଅନିୟମିତତା କରାଯାଇ ଆସୁଥିବା ଅଭିଯୋଗ କରାଯାଇଛି । ସରକାର ପ୍ରତ୍ୟେକ ଏସଏଚଜିଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାପାଇଁ ଘୋଷଣା କରିଥିଲେ । ତେବେ ବିପିଏମ ବିଏଲସି ଓ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତାଙ୍କ ଜରିଆରେ ଆକାଉଣ୍ଟରେ ଟଙ୍କା ପଡିବା ପରେ ପୂର୍ବ ଚୁକ୍ତି ଅନୁଯାୟୀ ମୋଟାଅଙ୍କର ବଟି ଆଦାୟ କରୁଥିବା ଅଭିଯୋଗ ପ୍ରକାଶ ପାଇଛି ।  ତେବେ ଉଭୟ ବିଏଲସି ସତ୍ୟ ବେହେରା ଓ ବିପିଏମ ବିଜୟ ବେହେରା ଉପରୋକ୍ତ ଅଭିଯୋଗକୁ ଅସ୍ବୀକାର କରନ୍ତି ।

ସର୍ବୋପରି ମୁଣ୍ଡପଦର ଏମବିକେ ଚନ୍ଦ୍ରିକା ସଗରିଆଙ୍କ ବିରୁଦ୍ଧରେ ସେ କେତେକ ଏସଏଚଜିଙ୍କ ଜରିଆରେ ତାଙ୍କ ପଞ୍ଚାୟତର ପ୍ରଦାନ କରାଯାଇଥିବା ଜିଆରଏଲଏଫ ଉନ୍ନୟନ ପାଣ୍ଠି ୨୫ ଲକ୍ଷ ଟଙ୍କାରୁ ୧୪ ଲକ୍ଷ ପାଖାପାଖି ଟଙ୍କା ଉଠାଇ ନେଇଥିବା ଓ ହିସାବ ଦେଇ ନଥିବାରୁ ତାଙ୍କ ଦରମା ବନ୍ଦ କରାଯାଇଥିବା ବେଳେ ଏ ସମ୍ପର୍କରେ ବାରମ୍ବାର କାରଣ ଦର୍ଶାଅ ନୋଟିସ୍ ଦେବା ସତ୍ତ୍ୱେ ସେ ଗ୍ରହଣ ନକରିବାରୁ ଉକ୍ତ ଫେଡେରେସନର ସଭାନେତ୍ରୀ / ସମ୍ପାଦିକାଙ୍କୁ କୈଫିୟତ୍ ମଗାଯିବା ସହ ବିଡିଓ  , ଡିପିଏମ ,ପିଡି, ଜିଲ୍ଲାପାଳ ପ୍ରମୁଖଙ୍କୁ ଅବଗତ କରାଯାଇଥିବା ବିପିଏମ ବିଜୟ ବେହେରା କହିଛନ୍ତି  । ଏହାପରେ ଏକ ୪ ଜଣିଆ ତଦନ୍ତଟିମ୍ ଆସି ଏହାର ତଦନ୍ତ କରି ରିପୋର୍ଟ ଦେଇଥିବା ଜଣାଯାଇଛି । ତେବେ ଏମବିକେଙ୍କୁ ରଖିବା/ ବାହାର କରିବା ଜିଆର ଏଲଏଫର ହୋଇଥିବାରୁ ବିଡିଓଙ୍କ ଜରିଆରେ ଏହି ରିପୋର୍ଟ ପଠାଯାଇଛି ବୋଲି ବଲାଙ୍ଗୀର ଭାରପ୍ରାପ୍ତ ଡିଏଲଏମ ସୁମନ ଦ୍ବିବେଦୀଙ୍କ ଠାରୁ  ପ୍ରକାଶ । 

ତେବେ ଉକ୍ତ ଅଭିଯୋଗ ସମ୍ପର୍କରେ ମୁଣ୍ଡପଦର  ଏମବିକେ ଚନ୍ଦ୍ରିକା ସଗରିଆ ଅଭିଯୋଗକୁ ଅସ୍ବୀକାର କରି ଏହା ତାଙ୍କ ବିରୋଧରେ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହିଥିଲେ । ସେ କହିଲେ ଯେ, ମୁ ଯଦି କୋଉଠି କିଛି ଦୁର୍ନୀତି କରିଛି , ତା'ର ପ୍ରମାଣ ଦିଆଯାଉ । ଏମିତି କେଉଁ ହାତବାରିସୀ ଏସଏଚଜିଙ୍କ ଠାରୁ ଅଭିଯୋଗ ଲେଖାଇନେଇ ମୋ ବିରୁଦ୍ଧରେ ଅଭିଯୋଗ କଲେ ବା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲେ , ମୁଁ  କୋର୍ଟର ଆଶ୍ରୟ ନେବି । ମୁଁ  ବରାବର ଏମାନଙ୍କର ଦୁର୍ନୀତିକୁ ବିରୋଧ କରିଆସୁଥିବାରୁ ଓ ଜଣେ ଉଚ୍ଚଶିକ୍ଷିତା ବିତ୍ତଶାଳିନୀ ହୋଇଥିବାରୁ  ମୋ ବିରୁଦ୍ଧରେ କେତେକ ଏସଏଚଜିଙ୍କୁ ଲଗାଇ ଏପରି ମିଥ୍ୟା ଅଭିଯୋଗ ତିଆରି କରାଯାଇଛି । 

ତେବେ ସେ ଯାହାହେଉ , ଓଏଲଏମରେ ଯେ ତୃଣମୂଳସ୍ତରରୁ ଉପର ମହଲ ପର୍ଯ୍ୟନ୍ତ ଏପରି କେଳେଙ୍କାରୀରେ କୋଟି କୋଟି ଟଙ୍କାର ବାଟମାରଣା ହୋଇଚାଲିଛି, ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ୍ ଏହାର ଏକ ଉଦାହରଣ । 

ଏବେ ଜିଲ୍ଲାରେ କେହି ଡିଏଲଏମ ନାହାଁନ୍ତି । ଏହାପୂର୍ବରୁ ଏଠାରେ ଓରମାସର ପିଡି ଥିବା କମଳେନ୍ଦୁ ପାଲ୍ ଡିଏଲଏମ ଦାୟିତ୍ୱରେ ଥିଲେ । ପ୍ରାୟ ଦୁଇବର୍ଷ ହେଲା ପୂର୍ବରୁ ଆଇସିଡିଏସର ଜଣେ ଯାଞ୍ଚ ଅଧିକାରୀଥିବା ସୁମନ ଦ୍ବିବେଦୀ ଏବେ ଡିଏଲଏମ ଦାୟିତ୍ୱରେ ଅଛନ୍ତି । ତେବେ ତଳୁ ଉପରସ୍ତର ପର୍ଯ୍ୟନ୍ତ ଅପାରଗ ତଥାକଥିତ ଅଧିକାରୀଙ୍କୁ ଥଇଥାନ କରାଯାଇ ମୁଖ୍ୟତଃ ଦଳୀୟ ରାଜନୀତିରେ ବ୍ୟବହାର ହୋଇଥିବା ଏହି ସ୍ବତନ୍ତ୍ର ମହିଳା ମିଶନ ଶକ୍ତି କାର୍ଯ୍ୟକ୍ରମଟି ଏହିପରି ବାଟମାରଣାର ମାଧ୍ୟମ ପାଲଟିଛି । ମାନ୍ୟବର ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ମୋହନ ସରକାର ଏଥିପ୍ରତି ଦୃଷ୍ଟି ଦେବେ କି  ?

ତେବେ କେବଳ ବଲାଙ୍ଗୀର ଜିଲ୍ଲା ବା ବଙ୍ଗୋମୁଣ୍ଡା ବ୍ଲକ୍ ନୁହେଁ , ମୁଖ୍ୟତଃ ପଶ୍ଚିମ ଓଡିଶାର ସମସ୍ତ ବ୍ଲକ୍ ରେ ଚାଲିଥିବା ଓଏଲଏମର କାର୍ଯ୍ୟକଳାପ ଉପରେ ପରବର୍ତ୍ତୀକାଳରେ ପର୍ଯ୍ୟାୟକ୍ରମେ  ଅନୁସନ୍ଧାନମୂଳକ ବିଶଦ ବିବରଣୀ ପ୍ରକାଶ ପାଇବ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like