-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
24-Jun-2024
ସିନ୍ଧେକେଲା(ଦୀନେଶ ଜୈନ ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ବିଜେପି ପକ୍ଷରୁ ସ୍ଥାନୀୟ ମାଉସୀ ମନ୍ଦିର ପଡା ସ୍ଥିତ ନବଜୀବନ ଶିକ୍ଷାକେନ୍ଦ୍ର ହଷ୍ଟେଲ ପରିସରରେ ବିଶିଷ୍ଟ ଶିକ୍ଷାବିତ ତଥା ଜନସଂଘର ପ୍ରତିଷ୍ଠାତା ସଭାପତି ଡ଼.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୭୨ ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ସାଂସଦ ପ୍ରତିନିଧି ଅନିଲ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ କର୍ମୀ ସୁରେନ୍ଦ୍ର ସିଂଦେଓ , ଜଗନ୍ନାଥ ବେହେରା , ଜୟନ୍ତ ଖମାରୀ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ଡ଼.ମୁଖାର୍ଜୀଙ୍କ ସ୍ମୃତିଚାରଣ କରାଯାଇଥିଲା । ତାଙ୍କ ନୀତି
ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦିଆଯିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିନ୍ଧେକେଲା ବିଜେପି ମଣ୍ଡଳ ସମ୍ପାଦକ କହ୍ନେୟା ଜୈନ , ପରମା ସାହୁ , ହେମନ୍ତ ସାହୁ , ପପୁ ସାହୁ , ନୌରାଜ ରଣା , ଲଳିତ ସାହୁ , ନିରାକାର ରଣା , ମାରୱାଡ଼ି ଯୁବାମଞ୍ଚ ସଭାପତି ଅମିତ ଜୈନ ପ୍ରମୁଖ ଯୋଗଦେଇ ଡ଼.ମୁଖାର୍ଜୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।